Jump to content

ବିଶ୍ୱ ମ୍ୟାଲେରିଆ ଦିବସ

ଉଇକିପିଡ଼ିଆ‌ରୁ
(World Malaria Dayରୁ ଲେଉଟି ଆସିଛି)
ବିଶ୍ୱ ମ୍ୟାଲେରିଆ ଦିବସ
ପାଳନକାରୀବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ରାଷ୍ଟ୍ର ସମୂହ
ତାରିଖଏପ୍ରିଲ ୨୫
ପୁନଃପୌନିକତାବାର୍ଷିକ

ବିଶ୍ୱ ମ୍ୟାଲେରିଆ ଦିବସ ପ୍ରତିବର୍ଷ ଏପ୍ରିଲ ୨୫ରେ ପାଳିତ ହେଇଥାଏ । ମ୍ୟାଲେରିଆ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଏହି ସଂଗଠନ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ,ସମଗ୍ର ବିଶ୍ୱକୁ ମ୍ୟାଲେରିଆ ମୁକ୍ତ କରିବା ହେଉଛି ମୂଳ ଲକ୍ଷ ।

ଇତିହାସ

[ସମ୍ପାଦନା]

ବିଶ୍ୱରେ ଅନ୍ତତଃ ୧୦୬ ଦେଶର ୩.୩ ବିଲିୟନ ଲୋକ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ । ଏକ ତଥ୍ୟ ଅନୁସାରେ କେବଳ ୨୦୧୨ ମସିହାରେ ୬୨,୭୦୦ ଜଣ ମ୍ୟାଲେରିଆର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ ।[୧] ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଫ୍ରିକୀୟ ଶିଶୁ ତଥା ଏସିଆ ଓ ଲାଟିନ ଆମେରିକା ନିବାସୀ ।[୨] ମଧ୍ୟ ଇଉରୋପର କିଛି ଅଞ୍ଚଳ ମଧ୍ୟ ଏହି ରୋଗର କବଳିତ ।

ଆଫ୍ରିକା ମ୍ୟାଲେରିଆ ଦିବସ ପାଳନ ପାଇଁ ପ୍ରଥମେ ହୋଇଥିବା ପ୍ରୟାସରୁ ବିଶ୍ୱ ମ୍ୟାଲେରିଆ ଦିବସର ସୃଷ୍ଟି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ବିଶ୍ୱ ସାର୍ବଜନିକ ସ୍ୱାସ୍ଥ୍ୟ ରକ୍ଷା ଅଭିଯାନ ଅନ୍ତର୍ଗତ ଯେଉଁ ଆଠୋଟି କାର୍ଯ୍ୟକ୍ରମ ପାଳିତ ହେଉଅଛି, ତନ୍ମଧ୍ୟରୁ ବିଶ୍ୱ ମ୍ୟାଲେରିଆ ଦିବସ ଅନ୍ୟତମ । ଅନ୍ୟ ସାତୋଟି ହେଲା, .ବିଶ୍ୱ ରକ୍ତଦାତା ଦିବସ, ବିଶ୍ୱ ଟୀକାକରଣ ସପ୍ତାହ,ବିଶ୍ୱ କ୍ଷୟରୋଗ ଦିବସ,ବିଶ୍ୱ ତମାଖୁ ଦିବସ,ବିଶ୍ୱ ହେପାଟାଇଟିସ ଦିବସ,ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବିଶ୍ୱ ଏଡସ୍ ଦିବସ ।

ନିକଟ ଅତୀତରେ ପ୍ରକାଶିତ ବିଶ୍ୱ ମାଲେରିଆ ରିପୋର୍ଟ ଅନୁସାରେ ୨୦୧୫ ମସିହାରେ ବିଶ୍ୱ ସ୍ତରରେ ୪୨୯୦୦୦ ମ୍ୟାଲେରିଆ ଜନିତ ମୃତ୍ୟୁ ସହିତ ୨୧୨ ମିଲିୟନ ନୂତନ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୧୦ ମସିହାରୁ ୨୦୧୫ ମସିହା ମଧ୍ୟରେ ମ୍ୟାଲେରିଆ ରୋଗ ସଂକ୍ରମଣ କ୍ଷେତ୍ରରେ ଶତକଡା ୨୧ ଭାଗ ହ୍ରାସ ଏବଂ ମ୍ୟାଲେରିଆ ଜନିତ ମୃତ୍ୟୁରେ 29 ଶତକଡା ହ୍ରାସ ପରିଲକ୍ଷିତ ହୋଇଛି ।

ମାଲେରିଆ ଦିବସର ବିଷୟବସ୍ତୁ

[ସମ୍ପାଦନା]

ପ୍ରତିବର୍ଷ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ଅବସରରେ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଚୟନ କରାଯାଏ । ଫଳରେ ଉକ୍ତ ବିଷୟବସ୍ତୁକୁ ଆଖି ଆଗରେ ରଖି ସେହି ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୁଏ । ବିଗତ ବର୍ଷ ମାନଙ୍କରେ ଚୟନ କରାଯାଇଥିବା ବିଷୟବସ୍ତୁ ହେଉଛି ଏହିଭଳି:

  • ବିଶ୍ୱ ମ୍ୟାଲେରିଆ ଦିବସ- 2018: "Ready to beat malaria"
  • ବିଶ୍ୱ ମ୍ୟାଲେରିଆ ଦିବସ- 2016-2017: "End Malaria For Good"[୩]
  • ବିଶ୍ୱ ମ୍ୟାଲେରିଆ ଦିବସ- 2013-2014-2015: "Invest in the future: defeat malaria"
  • ବିଶ୍ୱ ମ୍ୟାଲେରିଆ ଦିବସ- 2012: "Sustain Gains, Save Lives: Invest in Malaria"[୪]
  • ବିଶ୍ୱ ମ୍ୟାଲେରିଆ ଦିବସ- 2011: "Achieving Progress and Impact"
  • ବିଶ୍ୱ ମ୍ୟାଲେରିଆ ଦିବସ- 2009-2010: "Counting malaria out"
  • ବିଶ୍ୱ ମ୍ୟାଲେରିଆ ଦିବସ- 2008: "Malaria: a disease without borders
  1. "WHO | World Malaria Report 2010". www.who.int. Retrieved 24 November 2018.
  2. "Fact sheet about Malaria". World Health Organization. Retrieved 24 November 2018.
  3. "World Malaria Day 2017 - Global Health Strategies". Global Health Strategies. Retrieved 24 November 2018.
  4. "This World Malaria Day, we're ready to beat malaria – are you?". www.endmalaria.org. Retrieved 24 November 2018.

ବାହାର ଆଧାର

[ସମ୍ପାଦନା]