ବିଶ୍ୱ ସାଇକେଲ ଦିବସ

ଉଇକିପିଡ଼ିଆ‌ରୁ
(World Bicycle Dayରୁ ଲେଉଟି ଆସିଛି)
ବିଶ୍ୱ ସାଇକେଲ ଦିବସ‌
ପାଳନକାରୀମିଳିତ ଜାତିସଂଘ ସାଧାରଣ ସଭା
ତାରିଖ୩ ଜୁନ
ପୁନଃପୌନିକତାବାର୍ଷିକ
କୋପରହେଗେନରେ ଜଣେ ମହିଳା ସାଇକେଲ ଚଲାଉଛନ୍ତି
୨୦୧୮ ମସିହା ବିଶ୍ୱ ସାଇକେଲ ଦିବସରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ
ପ୍ୟାରିସରେ ସାଇକେଲ ଆରୋହୀମାନେ
କୋପରହେଗେନରେ ସାଇକେଲ ଚାଳକମାନେ

'''ବିଶ୍ୱ ସାଇକେଲ ଦିବସ''' ପ୍ରତିବର୍ଷ ଜୁନ ୩ ତାରିଖରେ ପାଳନ କରାଯାଏ ।[୧] ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ଏହି ନିଷ୍ପତି ନିଆଯାଇ ଏ ପରମ୍ପରା ଆରମ୍ଭ ହୋଇଥିଲା । ବିଶ୍ୱ ସାଇକେଲ ଦିବସରେ, "ଦୁଇଶହ ବର୍ଷରୁ ଅଧିକ ବର୍ଷ ଧରି ଚାଲି ଆସିଥିବା ସାଇକେଲର ବିଶିଷ୍ଟତା, ଦୀର୍ଘ ଆୟୁ, ବହୁମୁଖୀତା, ନିର୍ଭରଯୋଗ୍ୟତା ଓ ସୁଲଭ ଦର ଏବଂ ପରିବେଶ ସୁରକ୍ଷା ଦିଗରେ ଥିବା ଅବଦାନକୁ ସ୍ୱୀକାର କରାଯାଇଥାଏ ।"[୨]

ବିଶ୍ୱ ସାଇକେଲ ଦିବସର ଅୟମାରମ୍ଭ[ସମ୍ପାଦନା]

ଆମେରିକୀୟ ପ୍ରଫେସର ଲେସଜେକ ସିବିଲସ୍କି, ନିଜେ ପଢାଉଥିବା ସମାଜବିଜ୍ଞାନ ଶ୍ରେଣୀରୁ ବିଶ୍ୱ ସାଇକେଲ ଦିବସ ପାଇଁ ଅଭିଯାନ ଆରମ୍ଭ କରିଥିଲେ । କ୍ରମେ ତୁର୍କମେନିସ୍ତାନ ଓ ବିଶ୍ୱର ଅନ୍ୟ ୫୬ଟି ଦେଶରେ ଏହି ଅଭିଯାନ ପ୍ରତି ସମର୍ଥନ ମିଳିଥିଲା ।[୩][୨][୪] ବିଶ୍ୱ ସାଇକେଲ ଦିବସର(#June3WorldBicycleDay) ଧଳା ଓ ନୀଳ ଲୋଗୋ ଆଇଜାକ ଫେଲ୍ଡଙ୍କ ପରିକଳ୍ପନା ଥିଲା । ଏଥି ସହିତ ଜଡ଼ିତ ଆନିମେସନ କାମ କରିଥିଲେ ପ୍ରଫେସର ଜନ ଏ ସ୍ୱାନସନ । ଏହି ଲୋଗୋରେ ସାଇକେଲ ଚାଳକମାନଙ୍କ ବିଶ୍ୱବ୍ୟାପୀ ସାଇକେଲ ଚାଳନା ଦର୍ଶା ଯାଇଥାଏ । ଲୋଗୋର ନିମ୍ନରେ ଏକ ହାସଟ୍ୟାଗରେ #ଜୁନ୩ବିଶ୍ୱସାଇକେଲଦିବସ ଲେଖା ଯାଇଥାଏ । 'ସମସ୍ତ ମାନବଜାତୀର ସେବାରେ ସାଇକେଲ' ଏହି ଲୋଗୋର ମୁଖ୍ୟ ସନ୍ଦେଶ ରହିଥାଏ ।[୫] ବର୍ତ୍ତମାନର ନୀଳ ଓ ଧଳା ଲୋଗୋ ମଧ୍ୟ ଆଇଜାକ ଫେଲ୍ଡଙ୍କ ପରିକଳ୍ପନା ଓ ପ୍ରଫେସର ଜନ ଏ ସ୍ୱାନସନଙ୍କ ଆନିମେସନରେ ସଜ୍ଜିତ ।

୧୮୯୪ ମସିହା ଜୁନ ମାସ ୩ରେ ଫରାସୀ ସାଇକେଲ୍‌ ଚଢ଼ାଳି ଜେ. ବି. ଗୋଡିନଙ୍କ ନେତୃତ୍ବରେ ଏକ ଦଳ ସାଇକେଲ ଚଢ଼ି ବିଶ୍ବ ପରିକ୍ରମାରେ ବାହାରିଥିଲେ । ତାଙ୍କରି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଏହି ଜୁନ ମାସ ୩କୁ ବିଶ୍ୱ ସାଇକେଲ ଦିବସ‌ ଭାବରେ ପାଳନ କରାଯିବାକୁ ନିଷ୍ପତି ନିଆଯାଇଥିଲା ।

ବିଶ୍ୱ ସାଇକେଲ ଦିବସର ମହତ୍ତ୍ୱ[ସମ୍ପାଦନା]

ବିଶ୍ୱ ସାଇକେଲ ଦିବସ ସମଗ୍ର ବିଶ୍ୱରେ ପାଳିତ ହୋଇଥାଏ । ମାନବ ବିକାଶ ଓ ଅଗ୍ରଗତିର ପ୍ରତୀକ ଭାବରେ ପରିଗଣିତ ସାଇକେଲ, "ସହନଶୀଳତା, ପାରସ୍ପରିକ ବୁଝାମଣା, ସମ୍ମାନ ଓ ବିଶ୍ୱଶାନ୍ତି ଆଦି ମାନବୀୟ ଗୁଣ ଆଦିକୁ ପ୍ରୋତ୍ସାହିତ କରିଥାଏ ।"[୨] ସାଇକେଲ ପୁଣି "ସ୍ଥାୟୀ ପରିବହନ, ଅନବରତ ଉତ୍ପାଦନ ଓ ବ୍ୟବହାର ଏବଂ ପରିବେଶ ସୁରକ୍ଷା"ର ପ୍ରତୀକ ଭାବରେ ମଧ୍ୟ ଦେଖା ଯାଇଥାଏ" ।[୬]

ବିଶ୍ୱ ସାଇକେଲ ଦିବସକୁ ବର୍ତ୍ତମାନ ଟାଇପ ୧ଟାଇପ ୨ ମଧୁମେହ ପିଡିତଙ୍କର ସୁସ୍ଥ ଜୀବନଶୈଳୀ ସହିତ ଯୋଡ଼ା ଯାଇଛି ।[୭] ୨୦୨୩ ମସିହାରେ ଏହି ଦିବସ ପାଳନର ବାର୍ତ୍ତା ରହିଥିଲା, ଏକ ନିରନ୍ତର ଭବିଷ୍ୟତ ପାଇଁ ଏକତ୍ର ଯାତ୍ରା। ଏହି ବାର୍ତ୍ତାର ଅର୍ଥ ସାଇକେଲକୁ ଆମେ ସାମୂହିକ ଭାବେ ପରିବହନର ମାଧ୍ୟମ କରି ଏକ ନିରନ୍ତର ଭବିଷ୍ୟତ ଗଠନ କରିପାରିବା ।[୮]

ଆଧାର[ସମ୍ପାଦନା]

  1. "World Bicycle Day, 3 June". www.un.org (in ଇଂରାଜୀ). Retrieved 2018-11-23.
  2. ୨.୦ ୨.୧ ୨.୨ A.Res.72.272 World Bicycle Day, United Nations Resolution
  3. Senarath, Yohan (2018-05-01). "World Bicycle Day: Meet the man who made it happen". Transport for Development (in ଇଂରାଜୀ). Retrieved 2018-05-02.
  4. Staff. "MC Professor and Students Win UN Support for World Bicycle Day".
  5. "MC Today - World Bicycle Day".
  6. United Nations. "World Bicycle Day". un.org.{{cite web}}: CS1 maint: url-status (link)
  7. "Mateusz Rudyk".
  8. "ବିଶ୍ବ ବାଇସାଇକେଲ୍‌ ଦିବସ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 3 June 2023. Retrieved 3 June 2023.