ଉପେନ୍ଦ୍ର କିଶୋର ଦାସ

ଉଇକିପିଡ଼ିଆ‌ରୁ
(Upendra Kishore Dasରୁ ଲେଉଟି ଆସିଛି)
ଉପେନ୍ଦ୍ର କିଶୋର ଦାସ
ଜନ୍ମ(1901-02-21)୨୧ ଫେବୃଆରୀ ୧୯୦୧
କୁମୁଡା ଜୟପୁର, କଟକ
ମୃତ୍ୟୁ୨୦ ଅପ୍ରେଲ ୧୯୭୨(1972-04-20) (ବୟସ ୭୧)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିସାହିତ୍ୟିକ
ପିତାମାତାରାଜକିଶୋର ଦାସ


ଉପେନ୍ଦ୍ର କିଶୋର ଦାସ (୨୧ ଫେବୃଆରୀ ୧୯୦୧ - ୨୦ ଅପ୍ରେଲ ୧୯୭୨)[୧] ଜଣେ ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ । ସେ ୧୯୦୧ ମସିହା ଫେବୃଆରୀ ୨୧ରେ ଜନ୍ମ ଗ୍ର‌‌ହଣ କରିଥିଲେ ଏବଂ ୧୯୭୨ ଅପ୍ରେଲ ୨୦ରେ ମୃତ୍ୟୁ ବରଣ କରିଥିଲେ ।[୨]

ଜୀବନୀ[ସମ୍ପାଦନା]

ଉପେନ୍ଦ୍ର କିଶୋର ଦାସ ଇଂରେଜ ଶାସିତ କଟକ ଜିଲ୍ଲା କୁମୁଡ଼ା ଜୟପୁରର ଜମିଦାର ରାଜକିଶୋର ଦାସଙ୍କ ତୃତୀୟ ପୁତ୍ର । 'ଭୀମାଭୂୟାଁ' ଉପନ୍ୟାସର ରଚୟିତା ଗୋପାଳ ବଲ୍ଲଭ ଦାସଙ୍କର ସେ ପୋଷ୍ୟପୁତ୍ର। । ରେଭେନ୍ସା କଲେଜରେ ଅଧ୍ୟୟନ କାଳରେ ସେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ (୧୯୨୧) ଯୋଗ ଦେଇଥିଲେ । ଫଳରେ ତାଙ୍କ ଛାତ୍ରଜୀବନରେ ପୂର୍ଣ୍ଣଛେଦ ପଡିଥିଲା । ଅବଶିଷ୍ଟ ଜୀବନ ସେ ଦେଶସେବା ଓ ସାହିତ୍ୟ ସାଧନାରେ ଅତିବାହିତ କରିଥିଲେ । ଶିଶୁ ସାହିତ୍ୟ ରଚନା ଓ ଚିତ୍ରକଳା କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା । ମୁକ୍ତି ସଂଗ୍ରାମ ସମୟରେ ତାଙ୍କ ପ୍ରଣୀତ ବହୁ ଦେଶତ୍ମବୋଧକ ଗୀତିକା ସଂଗ୍ରାମୀମାନେ ମୁହେଁମୁହେଁ ଗାନ କରୁଥିଲେ ।

'ମଲାଜହ୍ନ'’ (୧୯୨୨) ଉପନ୍ୟାସର ସ୍ରଷ୍ଟା ଭାବରେ ଉପେନ୍ଦ୍ର କିଶୋର ଦାସ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ ।[୩] ଏହା ତାଙ୍କର ଏକମାତ୍ର ଉପନ୍ୟାସ । ଉପନ୍ୟାସଟି ସମ୍ପର୍କରେ ପ୍ରଫେସର ନରେନ୍ଦ୍ରନାଥ ମିଶ୍ର କହନ୍ତି, 'ମଲାଜହ୍ନ' ଏକ ଆତ୍ମକଥନୀ ଭଙ୍ଗୀରେ ଲେଖା ଉପନ୍ୟାସ । ଏଠାରେ ନାୟିକା ସତୀ ଯେପରିକି ବୃହତ୍ତର ସମାଜର ସମସ୍ତଙ୍କୁ ନିଜ ଜୀବନର ଅକୁହା କାହାଣୀ କହି ବସିଛି । ସମାଜ କେବଳ ବାହାର ଦେଖେ । ଅନ୍ତରାଳରେ କଣ ଘଟିଯାଏ ତାହା ଦେଖେନାହିଁ । ସତୀ ତାହାହିଁ ଦେଖାଇଛି ।”(ଆଧୁନିକ ଓଡ଼ିଆ କଥା ସାହିତ୍ୟ – ଉପନ୍ୟାସ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୧୯୮୨, ପୃ. ୫୬)

ଏହି ଉପନ୍ୟାସକୁ ନେଇ ଓଡ଼ିଆ ଭାଷାରେ ଗୋଟିଏ ସିନେମା (୧୯୫୬) ପ୍ରସ୍ତୁତ ହୋଇଛି । ସିନେମାର ନାମ ମଧ୍ୟ ମଲାଜହ୍ନ[୪]

ଆଧାର[ସମ୍ପାଦନା]

  1. The Indian P.E.N. P.E.N. All-India Centre. 1972.
  2. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 880–. ISBN 978-81-260-1803-1.
  3. http://odisha.gov.in/e-magazine/Orissareview/2014/mar/engpdf/19-23.pdf
  4. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 141–. ISBN 978-1-136-77291-7.

ଅଧିକ ତଥ୍ୟ[ସମ୍ପାଦନା]