ମିଳିତ ଜାତିସଂଘ ଦିବସ
United Nations Day | |
---|---|
ନାମ | United Nations Day |
ଅନ୍ୟ ନାମ | U.N. Day |
ପାଳନକାରୀ | international |
ପ୍ରକାର | United Nations organization |
ତାରିଖ | 24 October |
ପୁନଃପୌନିକତା | annual |
ସମ୍ପର୍କିତ | World Development Information Day |
ମିଳିତ ଜାତିସଂଘ ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୨୪ ତାରିଖରେ ପାଳିତ ହୁଏ ।[୧] ମିଳିତ ଜାତିସଂଘ ସଂସ୍ଥାନର ଉଦ୍ଦେଶ୍ୟ ତଥା ଉପଲବ୍ଧିସବୁ ବିଷୟରେ ସର୍ବସାଧାରଣଙ୍କ ମଧ୍ୟରେ ପରିଚିତ କରାଇବା ଏହାର ଲକ୍ଷ୍ୟ । ମିଳିତ ଜାତିସଂଘ ଦିବସ ହେଉଛି ମିଳିତ ଜାତିସଂଘ ସପ୍ତାହ(ଯାହାକି ୨୦-୨୬ ଅକ୍ଟୋବର ମଧ୍ୟରେ ପାଳିତ ହୁଏ) କାର୍ଯ୍ୟକ୍ରମର ଏକ ଅଂଶ ।
୧୯୪୮ ମସିହାରେ ମିଳିତ ଜାତିସଂଘ ମହାସଭାରେ ଗୃହିତ ଏକ ପ୍ରସ୍ତାବ ଅନୁସାରେ ନିଷ୍ପତ୍ତି ନିଆଗଲା ଯେ ପ୍ରତିବର୍ଷ ଅକ୍ଟୋବର ୨୪କୁ ମିଳିତ ଜାତିସଂଘ ଦିବସ ରୂପେ ପାଳନ କରାଯିବ [୨]। ୧୯୭୧ ମସିହାରେ ମିଳିତ ଜାତିସଂଘ ମହାସଭାରେ ଗୃହିତ ଆଉ ଏକ ପ୍ରସ୍ତାବ (ରିଜୋଲ୍ୟୁସନ ସଂଖ୍ୟା- ୨୭୮୨) ଅନୁସାରେ ନିଷ୍ପତ୍ତି ନିଆଗଲା ଯେ ମିଳିତ ଜାତିସଂଘ ଦିବସକୁ ମିଳିତ ଜାତିସଂଘର ସମସ୍ତ ସଦସ୍ୟ ଦେଶଗୁଡିକ ପାଳନ କରିବେ ଏବଂ ଏହା ଏକ ସାଧାରଣ ଛୁଟି ଦିବସ ହେବ ।[୩]
ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ଆଡକୁ ଅର୍ଥାତ ଏପ୍ରିଲ ୨୫, ୧୯୪୫ ମସିହାରେ ଆରମ୍ଭ ହୋଇଥିବା ସମ୍ମ୍ମିଳନୀରେ ମିଳିତ ଜାତିସଂଘ ଗଠନ ଦିଗରେ ପ୍ରଥମ ପଦକ୍ଷେପ ନିଆଯାଇଥିଲା । ଏହି ସମ୍ମିଳନୀରେ ମିଳିତ ଜାତିସଂଘ ଗଠନର ପ୍ରସ୍ତାବ ପାରିତ ହୋଇଥିଲା ।[୪] । 1945 ମସିହା ଅକ୍ଟୋବର ୨୪ରେ ମିଳିତ ଜାତିସଂଘର ପ୍ରତିଷ୍ଠାକୁ ସ୍ମରଣୀୟ କରିବା ନିମିତ୍ତ ଏହି ଦିବସ ପାଳନ କରାଯାଉଛି । ମିଳିତ ଜାତିସଂଘର ପ୍ରତିଷ୍ଠା ପରଠାରୁ ଏହି ଅନୁଷ୍ଠାନଦ୍ୱାରା ଏହାର ଲକ୍ଷ୍ୟ ପୂରଣ ଦିଗରେ ଯେତେସବୁ ଉପଲବ୍ଧି ଅଛି ସେ ସବୁ ବିଷୟରେ ଜନ ମାନସରେ ସଚେତନତା ସୃଷ୍ଟି କରାଇବା ଏହି ଦିବସର ମୂଳ ଲକ୍ଷ୍ୟ ।[୫]
ମିଳିତ ଜାତିସଂଘର ଯେତେ ସବୁ ଉପଲବ୍ଧି ରହିଛି, ସେ ସବୁ ପଛରେ ମିଳିତ ଜାତିସଂଘ ଛଡା ଅନ୍ୟ କେତେକ ବିଶେଷ ସଂସ୍ଥାର ଅବଦାନ ରହିଛି । ସେମାନେ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO), ଖଦ୍ୟ ଏବଂ କୃଷି ସଂଗଠନ (FAO), ଅନ୍ତର୍ଜାତିକ ଶ୍ରମ ସଂଗଠନ (ILO), ମିଳିତ ଜାତିସଂଘ ମାନବାଧିକାର କାଉନସେଲ ଓ ମିଳିତ ଜାତିସଂଘ ବାଳ କୋଷ (UNICEF)ଭଳି ଅନେକ ସଂଗଠନର ସଂପୃକ୍ତି ରହିଛି ।[୪] ଏହିସବୁ ସଂଗଠନ ସହାୟତାରେ ମିଳିତ ଜାତିସଂଘ ସାରା ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ, ବିଶେଷ ଭାବରେ ମାନବିକ ଅଧିକାର, ସ୍ୱାସ୍ଥ୍ୟ, ଶରଣାର୍ଥୀ ଥଇଥାନ, ବନ୍ୟା, ବାତ୍ୟା ତଥା ରୋଗ ନିରାକରନ ଦିଗରେ ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ।[୪]
ପାଳନ
[ସମ୍ପାଦନା]ମିଳିତ ଜାତିସଂଘର ସମସ୍ତ ସଦସ୍ୟ ଦେଶମାନଙ୍କଦ୍ୱାରା ଏହି ଦିବସ ପାଳନ ଅବସରରେ ବିଭିନ୍ନ ଆଲୋଚନା ସଭା, ସଭା ସମିତି ସାଙ୍ଗକୁ ବିଭିନ୍ନ ପ୍ରଦର୍ଶନୀ ମାଧ୍ୟମରେ ସଯୁକ୍ତ ଦେଶର ଉପଲବ୍ଧିସବୁର ପ୍ରଚାର ତଥା ପ୍ରସାର କରାଯାଉଥିଲା । ୧୯୪୮ ମସିହାଠାରୁ ଏହି ଦିବସ ପାଳିତ ହୋଇଆସୁଥିଲେ ହେଁ ୧୯୭୧ ମସିହାରେ ମିଳିତ ଜାତିସଂଘ ମହାସଭାରେ ଗୃହୀତ ନିଷ୍ପତ୍ତି ଅନୁସାରେ ଏହା ପରଠାରୁ ଏହି ଦିବସଟି ଏକ ସାଧାରଣ ଛୁଟି ଦିବସ ରୂପେ ମଧ୍ୟ ପାଳିତ ହେଲା ।[୬]
ବିଶ୍ୱରେ ଅନେକ ଅନ୍ତଃଦେଶୀୟ ବିଦ୍ୟାଳୟ ମଧ୍ୟ ଏହି ଅବସରରେ ନିଜ ନିଜ ବିଦ୍ୟାଳୟରେ ମିଳିତ ଜାତିସଂଘ ଦିବସ ପାଳନ କରିଥାନ୍ତି । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଖାଦ୍ୟ ମେଳାର ମଧ୍ୟ ଆୟୋଜନ ହୋଇଥାଏ ।
ଆମେରିକାରେ ୧୯୪୮ ମସିହା ପରଠାରୁ ପ୍ରତିବର୍ଷ ମିଳିତ ଜାତିସଂଘ ଦିବସ ପାଳନ ନିମିତ୍ତ ଦେଶପତିଙ୍କ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଫିଲିପାଇନସରେ ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ ଏକ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । ପିଲାମାନେ ଗୋଷ୍ଠିଗତ ଭାବେ କିମ୍ବା ଏକାକୀ ନିର୍ଦ୍ଦିଷ୍ଟ ଏକ ସଦସ୍ୟ ଦେଶର ପତାକା ଅଙ୍କନ କରିବା ସାଙ୍ଗକୁ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥାନ୍ତି ।
ଭାରତରେ ମଧ୍ୟ ଏହି ଦିବସ ପାଳନ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭା, ସମିତି ତଥା ପ୍ରଦର୍ଶନୀର ଆୟୋଜନ ହୋଇଥାଏ ।
ଆଧାର
[ସମ୍ପାଦନା]- ↑ "United Nations Day". www.timeanddate.com (in ଇଂରାଜୀ). Retrieved 28 October 2019.
- ↑ "United Nations Day, 24 October". www.un.org (in ଇଂରାଜୀ). Retrieved 11 October 2019.
- ↑ "United Nations Official Document". www.un.org. Retrieved 11 October 2019.
- ↑ ୪.୦ ୪.୧ ୪.୨ "United Nations Day". www.timeanddate.com (in ଇଂରାଜୀ). Retrieved 28 October 2019.
- ↑ "United Nations Day: 24 October 2019 | Greening the Blue". www.greeningtheblue.org. Archived from the original on 28 October 2019. Retrieved 28 October 2019.
- ↑ "United Nations Day, 24 October". www.un.org (in ଇଂରାଜୀ). Retrieved 28 October 2019.
ବାହାର ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |