ଟାଇଓଗୁଆନିନ

ଉଇକିପିଡ଼ିଆ‌ରୁ
(Tioguanineରୁ ଲେଉଟି ଆସିଛି)
ଟାଇଓଗୁଆନିନ
Skeletal formula of tioguanine
Space-filling model of the tioguanine molecule
Clinical data
Trade namesLanvis, Tabloid, others
AHFS/Drugs.comInternational Drug Names
MedlinePlusa682099
Routes of
administration
by mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability30% (range 14% to 46%)
MetabolismIntracellular
Elimination half-life80 minutes (range 25-240 minutes)
Identifiers
  • 2-amino-1H-purine-6(7H)-thione
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.005.299 Edit this at Wikidata
Chemical and physical data
FormulaC5H5N5S
Molar mass167.193 g/mol
3D model (JSmol)
  • S=C2/N=C(\Nc1ncnc12)N
  • InChI=1S/C5H5N5S/c6-5-9-3-2(4(11)10-5)7-1-8-3/h1H,(H4,6,7,8,9,10,11) checkY
  • Key:WYWHKKSPHMUBEB-UHFFFAOYSA-N checkY
 ☒NcheckY (what is this?)  (verify)

ଟାଇଓଗୁଆନିନ (ଇଂରାଜୀ ଭାଷାରେ Tioguanine, ଅନ୍ୟ ନାମ ଥାଇଓଗୁଆନିନ ବା ୬-ଥାଇଓଗୁଆନିନ ବା ୬-ଟିଜି) ଏକ ଔଷଧ ଯାହା ଆକ୍ୟୁଟ ମାୟେଲଏଡ ଲିଉକେମିଆ (acute myeloid leukemia ବା AML), ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ (acute lymphocytic leukemia ବା ALL) ଓ କ୍ରନିକ ମାୟେଲଏଡ ଲିଉକେମିଆ (chronic myeloid leukemia ବା CML) ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଦୀର୍ଘକାଳୀନ ବ୍ୟବ‌ହାର ସୁପାରିସ କରାଯାଏନାହିଁ । ଏହା ପାଟିରେ ଦିଆଯାଏ ।[୧]

ଟାଇଓଗୁଆନିନର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ଅସ୍ଥିମଜ୍ଜା ଦମନ (bone marrow suppression), ଯକୃତ ସମସ୍ୟା (liver problems) ଓ ପାଟି ପ୍ରଦାହ (inflammation of the mouth) ଆଦି ରୋଗ ହୋଇପାରେ ।[୧][୨] ଏହି ଔଷଧ ରୋଗୀ ବ୍ୟବ‌ହାର କଲାବେଳେ ତାହାର ଯକୃତ ଏଞ୍ଜାଇମ (liver enzymes) ପ୍ରତି ସପ୍ତାହରେ ଚେକ କରିବା ଆବଶ୍ୟକ ।[୧] ଥାଇଓପ୍ୟୁରିନ ଏସ-ମିଥାଇଲଟ୍ରାନ୍ସଫରେଜର (thiopurine S-methyltransferase) ଜେନେଟିକ ଅଭାବ ଥିବା ଲୋକମାନଙ୍କର ଏହି ରୋଗ ସଙ୍କଟ ଅଧିକ ଥାଏ ।[୨] ଔଷଧ ନେଉଥିବା ମହିଳା ଓ ପୁରୁଷ, ଉଭୟ ଗର୍ଭାବସ୍ଥା ନହେବା ନିମନ୍ତେ ଚେଷ୍ଟିତ ହେବା ଉଚିତ ।[୧] ଏହା ଏକ ଆଣ୍ଟିମେଟାବୋଲାଇଟ (antimetabolite) ଶ୍ରେଣୀର ଏକ ଔଷଧ ।[୨] ଏହା ଗୁଆନିନର (guanine) ଏକ ପ୍ୟୁରିନ ଆନାଲଗ (purine analogue) ଯାହା ଡିଏନଏ (DNA) ଓ ଆରଏନଏକୁ (RNA) ଭାଙ୍ଗିଦେଇ କାର୍ଯ୍ୟକ୍ଷମ ହୁଏ । [୩]

ସନ ୧୯୪୯ ଓ ୧୯୫୧ ମଧ୍ୟରେ ଟାଇଓଗୁଆନିନ ଆବିଷ୍କୃତ ହୋଇଥିଲା ।[୪][୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ସନ ୨୦୧୪ରେ ଏହି ଔଷଧର ଏକ ୪୦ ମି:ଗ୍ରା: ବଟିକାର କ୍ରୟ ମୂଲ୍ୟ ୭.୦୭ ଆମେରିକୀୟ ଡଲାର ଥିଲା ।[୭] ଇଂଲଣ୍ଡରେ ଏହି ପରିମାଣ ବଟିକାର ମୂଲ୍ୟ ୪.୧୪ ପାଉଣ୍ଡ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ British national formulary : BNF 69 (69 ed.). British Medical Association. 2015. p. 588, 592. ISBN 9780857111562.
  2. ୨.୦ ୨.୧ ୨.୨ "Tioguanine 40 mg Tablets - Summary of Product Characteristics (SPC) - (eMC)". www.medicines.org.uk. Retrieved 21 December 2016.
  3. Golan, David E.; Tashjian, Armen H.; Armstrong, Ehrin J. (2011). Principles of Pharmacology: The Pathophysiologic Basis of Drug Therapy (in ଇଂରାଜୀ). Lippincott Williams & Wilkins. p. 686. ISBN 9781608312702.
  4. Sigel, Astrid; Sigel, Helmut (1996). Metal Ions in Biological Systems: Volume 32: Interactions of Metal Ions with Nucleotides: Nucleic Acids, and Their Constituents (in ଇଂରାଜୀ). CRC Press. p. 302. ISBN 9780824795498.
  5. Landau, Ralph; Achilladelis, Basil; Scriabine, Alexander (1999). Pharmaceutical Innovation: Revolutionizing Human Health (in ଇଂରାଜୀ). Chemical Heritage Foundation. p. 342. ISBN 9780941901215.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Tioguanine". International Drug Price Indicator Guide. Retrieved 28 November 2015.[permanent dead link]