ଥାଇରୋଗ୍ଲୋସାଲ ସିଷ୍ଟ
Thyroglossal cyst | |
---|---|
Thyroglossal duct cyst | |
ବିଭାଗ | ENT surgery |
ଲକ୍ଷଣ | Movable mid-line neck cyst[୧] |
ଆକ୍ରାନ୍ତ ସମୟ | Present at birth[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Ultrasound[୧] |
ସଠିକ ରୋଗ ନିର୍ଣ୍ଣୟ | Lymphadenopathy, dermoid cysts, second branchial cleft cysts[୧] |
ଚିକିତ୍ସା | Surgery[୧] |
Prognosis | Good |
ପୁନଃପୌନିକ | 7% of people[୧] |
ଏକ ଥାଇରୋଗ୍ଲୋସାଲ ସିଷ୍ଟ ଏକ ପ୍ରକାର ସିଷ୍ଟ ଯାହା ଭୃଣ ଅବସ୍ଥାରେ ଥିବା ଥାଇରଏଡ ଡକ୍ଟ କ୍ରମଶଃ ନଷ୍ଟ ନ ହେବାରୁ ସେହି ସ୍ଥାନରେ ସୃଷ୍ଟି ହୋଇପାରେ । [୧] ଏହି ସିଷ୍ଟ ସାଧାରଣତଃ ବେକର ମଧ୍ୟ-ରେଖାରେ ଥାଏ ଓ ସହଜରେ ହଲେଇ ହୁଏ | [୧] ସାଧାରଣତଃ ହାଇଅଏଡ଼ ଅସ୍ଥି ପାଖରେ ଏହି ସିଷ୍ଟ ଉପସ୍ଥାପିତ ହୁଅନ୍ତି, ଯଦିଓ ଏହା ଜିଭ ମୂଳରୁ ବେକର ତଳ ଅଂଶ ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ ହୋଇପାରେ | [୧] ରୋଗ ଜଟିଳ ହେଲେ ସଂକ୍ରମଣ, ଫିସ୍ଚୁଲା କିମ୍ବା କର୍କଟ ରୋଗ ହୋଇପାରେ। [୧]
ଭୃଣର ବିକାଶ ସମୟରେ ଥାଇରଏଡ୍ ଗ୍ରନ୍ଥି ଗଠନ ପରେ ଅବଶିଷ୍ଟ ତନ୍ତୁରୁ ଏହା ବିକଶିତ ହୁଏ | [୧] ଅଲଟ୍ରାସାଉଣ୍ଡ ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ | [୧] ଅନ୍ୟାନ୍ୟ ସମାନ ଭାବରେ ଉପସ୍ଥାପିତ ହେଉଥିବା ରୋଗମାନଙ୍କର ନାମ ଲିମ୍ଫାଡେନୋପାଥି, ଡର୍ମଏଡ ସିଷ୍ଟ ଓ ସେକେଣ୍ଡାରୀ ବ୍ରାଙ୍କିଆଲ କ୍ଲେଫ୍ଟ ସିଷ୍ଟ । [୧]
ସାଧାରଣତଃ ଏହାର ଶଲ୍ୟ ଚିକିତ୍ସା କରାଯାଏ ଓ ସିଷ୍ଟ ସହିତ ହାଇଅଏଡ ହାଡ଼ର ଏକ ଅଂଶ ଏବଂ ଜିଭର ଏକ ଛୋଟ ଅଂଶ ଅପସାରଣ କରାଯାଏ | [୧] ସଂକ୍ରମଣ ନଥିବାବେଳେ ଏହି ଶଲ୍ୟ ଚିକିତ୍ସା କରାଯିବା ଉଚିତ | [୧] ଅପସାରଣ ପରେ ଥାଇରଏଡ ହରମୋନ ଦେବା ଆବଶ୍ୟକ ହୋଇପାରେ | [୧] କେବଳ ସିଷ୍ଟ ଅପସାରଣ କଲେ ପୁନରାବୃତ୍ତି ହେବାର ୫୦% ସଙ୍କଟ ରହେ । [୧]
ପ୍ରାୟ ୭% ଲୋକ ଏହି ରୋଗରେ ପ୍ରଭାବିତ ହୁଅନ୍ତି | [୧] ପୁରୁଷ ଏବଂ ମହିଳା ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି | [୧] ବାଲ୍ୟକାଳରେ ଏହି ରୋଗ ସ୍ପଷ୍ଟ ହେଉଥିଲେ ମଧ୍ୟ ବେଳେବେଳେ କେବଳ ବୟସ୍କ ଅବସ୍ଥାରେ ଆବିଷ୍କୃତ ହୁଏ | [୧] ୧୭୨୩ ମସିହାରେ ସର୍ବ ପ୍ରଥମେ ଭେଟର ଏହି ରୋଗର ବର୍ଣ୍ଣନା କରିଥିଲେ ବର୍ତ୍ତମାନର ଚିକିତ୍ସା ୧୯୦୦ ଶତାବ୍ଦୀର ପ୍ରଥମ ଭାଗରେ ବିକଶିତ ହୋଇଥିଲା। [୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Amos, J; Shermetaro, C (January 2020). "Thyroglossal Duct Cyst". PMID 30085599.
{{cite journal}}
: Cite journal requires|journal=
(help) - ↑ Davenport, Mark; Geiger, James D. (2020). Operative Pediatric Surgery (in ଇଂରାଜୀ). CRC Press. p. PT94. ISBN 978-1-351-25078-8.