ଥାଇରୋଗ୍ଲୋସାଲ ସିଷ୍ଟ

ଉଇକିପିଡ଼ିଆ‌ରୁ
Thyroglossal cyst
Thyroglossal duct cyst
Thyroglossal cyst
ବିଭାଗENT surgery
ଲକ୍ଷଣMovable mid-line neck cyst[୧]
ଆକ୍ରାନ୍ତ ସମୟPresent at birth[୧]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound[୧]
ସଠିକ ରୋଗ ନିର୍ଣ୍ଣୟLymphadenopathy, dermoid cysts, second branchial cleft cysts[୧]
ଚିକିତ୍ସାSurgery[୧]
PrognosisGood
ପୁନଃପୌନିକ7% of people[୧]

ଏକ ଥାଇରୋଗ୍ଲୋସାଲ ସିଷ୍ଟ ଏକ ପ୍ରକାର ସିଷ୍ଟ ଯାହା ଭୃଣ ଅବସ୍ଥାରେ ଥିବା ଥାଇରଏଡ ଡକ୍ଟ କ୍ରମଶଃ ନଷ୍ଟ ନ ହେବାରୁ ସେହି ସ୍ଥାନରେ ସୃଷ୍ଟି ହୋଇପାରେ । [୧] ଏହି ସିଷ୍ଟ ସାଧାରଣତଃ ବେକର ମଧ୍ୟ-ରେଖାରେ ଥାଏ ଓ ସହଜରେ ହଲେଇ ହୁଏ | [୧] ସାଧାରଣତଃ ହାଇଅଏଡ଼ ଅସ୍ଥି ପାଖରେ ଏହି ସିଷ୍ଟ ଉପସ୍ଥାପିତ ହୁଅନ୍ତି, ଯଦିଓ ଏହା ଜିଭ ମୂଳରୁ ବେକର ତଳ ଅଂଶ ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ ହୋଇପାରେ | [୧] ରୋଗ ଜଟିଳ ହେଲେ ସଂକ୍ରମଣ, ଫିସ୍ଚୁଲା କିମ୍ବା କର୍କଟ ରୋଗ ହୋଇପାରେ। [୧]

ଭୃଣର ବିକାଶ ସମୟରେ ଥାଇରଏଡ୍ ଗ୍ରନ୍ଥି ଗଠନ ପରେ ଅବଶିଷ୍ଟ ତନ୍ତୁରୁ ଏହା ବିକଶିତ ହୁଏ | [୧] ଅଲଟ୍ରାସାଉଣ୍ଡ ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ | [୧] ଅନ୍ୟାନ୍ୟ ସମାନ ଭାବରେ ଉପସ୍ଥାପିତ ହେଉଥିବା ରୋଗମାନଙ୍କର ନାମ ଲିମ୍ଫାଡେନୋପାଥି, ଡର୍ମଏଡ ସିଷ୍ଟ ଓ ସେକେଣ୍ଡାରୀ ବ୍ରାଙ୍କିଆଲ କ୍ଲେଫ୍ଟ ସିଷ୍ଟ । [୧]

ସାଧାରଣତଃ ଏହାର ଶଲ୍ୟ ଚିକିତ୍ସା କରାଯାଏ ଓ ସିଷ୍ଟ ସ‌ହିତ ହାଇଅଏଡ ହାଡ଼ର ଏକ ଅଂଶ ଏବଂ ଜିଭର ଏକ ଛୋଟ ଅଂଶ ଅପସାରଣ କରାଯାଏ | [୧] ସଂକ୍ରମଣ ନଥିବାବେଳେ ଏହି ଶଲ୍ୟ ଚିକିତ୍ସା କରାଯିବା ଉଚିତ | [୧] ଅପସାରଣ ପରେ ଥାଇରଏଡ ହରମୋନ ଦେବା ଆବଶ୍ୟକ ହୋଇପାରେ | [୧] କେବଳ ସିଷ୍ଟ ଅପସାରଣ କଲେ ପୁନରାବୃତ୍ତି ହେବାର ୫୦% ସଙ୍କଟ ରହେ । [୧]

ପ୍ରାୟ ୭% ଲୋକ ଏହି ରୋଗରେ ପ୍ରଭାବିତ ହୁଅନ୍ତି | [୧] ପୁରୁଷ ଏବଂ ମହିଳା ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି | [୧] ବାଲ୍ୟକାଳରେ ଏହି ରୋଗ ସ୍ପଷ୍ଟ ହେଉଥିଲେ ମଧ୍ୟ ବେଳେବେଳେ କେବଳ ବୟସ୍କ ଅବସ୍ଥାରେ ଆବିଷ୍କୃତ ହୁଏ | [୧] ୧୭୨୩ ମସିହାରେ ସର୍ବ ପ୍ରଥମେ ଭେଟର ଏହି ରୋଗର ବର୍ଣ୍ଣନା କରିଥିଲେ ବର୍ତ୍ତମାନର ଚିକିତ୍ସା ୧୯୦୦ ଶତାବ୍ଦୀର ପ୍ରଥମ ଭାଗରେ ବିକଶିତ ହୋଇଥିଲା। [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Amos, J; Shermetaro, C (January 2020). "Thyroglossal Duct Cyst". PMID 30085599. {{cite journal}}: Cite journal requires |journal= (help)
  2. Davenport, Mark; Geiger, James D. (2020). Operative Pediatric Surgery (in ଇଂରାଜୀ). CRC Press. p. PT94. ISBN 978-1-351-25078-8.