ନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲା

ଉଇକିପିଡ଼ିଆ‌ରୁ
(Three Judges Casesରୁ ଲେଉଟି ଆସିଛି)

ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ ରାଷ୍ଟ୍ରପତି ଭାରତର ମୁଖ୍ୟ ନ୍ୟାୟାଧୀଶ ତଥା ଅନ୍ୟ ବରିଷ୍ଠ ନ୍ୟାୟାଧୀଶଙ୍କ ପରାମର୍ଶ କ୍ରମେ ଭାରତର ଉଚ୍ଚତମ ନ୍ୟାୟାଳୟ ତଥା ରାଜ୍ୟଗୁଡିକର ଉଚ୍ଚ ନ୍ୟାୟାଳୟ ଗୁଡିକରେ ବିଚାରପତି ନିଯୁକ୍ତି ତଥା ବଦଳି କରିବେ । ଏହି ଆଧାରରେ ପ୍ରାରମ୍ଭିକ ଅବସ୍ଥାରେ କେନ୍ଦ୍ର କ୍ୟାବିନେଟଦ୍ୱାରା ସୁପାରିଶ କରାଯାଇଥିବା ତାଲିକାରୁ ବିଚାରପତିମାନଙ୍କ ନିଯୁକ୍ତି କରାଯାଉଥିଲା । ତେବେ S. P. Gupta v. Union of India ମାମଲାରେ ଉଚ୍ଚତମ ନ୍ୟାୟାଳୟ "ପରମର୍ଶ" ଶବ୍ଦର ବ୍ୟାଖ୍ୟା କରିବାକୁ ଯାଇ ଏହା ମାତ୍ର ସହମତି ନୁହେଁ; ଏହା ନ୍ୟାୟପୂର୍ଣ୍ଣ ବିଚାରର ଅଭିବ୍ୟକ୍ତି ବୋଲି ରାୟ ପ୍ରଦାନ କରିଥିଲେ । କିନ୍ତୁ ୧୯୯୩ ମସିହାର ଆଉ ଏକ ଫଇସଲା ପରେ ଏକ ନୂତନ ବ୍ୟବସ୍ଥାର ସୂତ୍ରପାତ ହେଲା ଯାହାକି କଲିଜିୟମ ବ୍ୟବସ୍ଥା ନାମରେ ପରିଚିତ । ୧୯୯୮ ମସିହାର ଆଉ ଏକ ଫଇସଲା ଏହି ବ୍ୟବସ୍ଥାକୁ ନ୍ୟାୟୀକ ତଥା ବୈଧ ଦର୍ଶାଇବା ଫଳରେ ଏହି ତିନି ମାମଲାର ଫଇସଲା ହିଁ କଲିଜିୟମ ବ୍ୟବସ୍ଥାର ମୂଳାଧାର ରୂପେ ଗୃହୀତ ହେଲା । ଅନ୍ୟ ପକ୍ଷରେ ଏହି ତିନି ଫଇସଲା ନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲା ନାମରେ ଖ୍ୟାତ ହେଲା ।

ତିନି ମାମଲା ବିଷୟରେ[ସମ୍ପାଦନା]

ବର୍ତ୍ତମାନ ଭାରତର ନ୍ୟାୟୀକ ବ୍ୟବସ୍ଥାରେ ଉଚ୍ଚତମ ତଥା ଉଚ୍ଚ ନ୍ୟାୟାଳୟଗୁଡିକରେ ବିଚାରପତିଙ୍କ ନିଯୁକ୍ତି ନିମିତ୍ତ କଲିଜିୟମ ବ୍ୟବସ୍ଥାର ପ୍ରଚଳନ ଅଛି । କଲିଜିୟମ ଅର୍ଥାତ ଉଚ୍ଚତମ ଅଦାଲତର ମୁଖ୍ୟ ନ୍ୟାୟାଧୀଶ ଏବଂ ଅନ୍ୟ ଚାରିଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ଏକ କମିଟିଦ୍ୱାରା ସୁପାରିଶ କରାଯାଇଥିବା ତାଲିକାରୁ ଭାରତର ରାଷ୍ଟ୍ରପତି ବିଚାରପତିମାନଙ୍କର ନିଯୁକ୍ତି କରିଥାଆନ୍ତି । ଏହି ପ୍ରକ୍ରିୟା ଉଚ୍ଚତମ ନ୍ୟାୟାଳୟର ନିମ୍ନ ତିନିଗୋଟି ଫଇସଲା ଉପରେ ଆଧାରିତ । ଏହା ମଧ୍ୟ ତିନି ନ୍ୟାୟାଧୀଶଙ୍କ ମାମଲା ବା Three Judges' Cases ନାମରେ ବେଶ ଜଣାଶୁଣା ।

  1. S. P. Gupta v. Union of India - 1982[୧] (also known as the Judges' Transfer case)
  1. Supreme Court Advocates-on Record Association vs Union of India - 1993[୨]
  1. In re Special Reference 1 of 1998[୩]

ପ୍ରଥମ ମାମଲା[ସମ୍ପାଦନା]

ପ୍ରଥମ ମାମଲାଟିରେ ମୁଖ୍ୟତଃ ଉଚ୍ଚତମ ତଥା ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ବଦଳି ନିମନ୍ତେ ଥିବା ବ୍ୟବସ୍ଥା ବା ଆଇନର ତର୍ଜମା କରାଯାଇଛି । ଆବେଦନକାରୀ S. P. Guptaଙ୍କଦ୍ୱାରା ଦାୟର ଏହି ମାମଲାରେ (ପ୍ରଥମ ନ୍ୟାୟାଧୀଶଙ୍କ ମାମଲା-"S. P. Gupta v. Union of India") ଆବେଦନକାରୀ ଦୁଇଜଣ ବିଚାରପତିଙ୍କ ବଦଳି ବିରୁଦ୍ଧରେ ସରକାରଙ୍କ ମତକୁ ବିରୋଧ କରିବା ସହ ଏ ସମ୍ପର୍କିତ ସରକାରୀ ଚିଠିପତ୍ର/ନଥିକୁ ସାର୍ବଜନୀନ କରିବାକୁ ପ୍ରାର୍ଥନା କରିଥିଲେ । ତେବେ ଉଚ୍ଚତମ ନ୍ୟାୟାଳୟ ଏ ସମ୍ପର୍କିତ ସମସ୍ତ ତଥ୍ୟ ଯେ କୌଣସି ଭାରତୀୟ ନାଗରିକର ଜାଣିବାର ଅଧିକାର ଅଛି ବୋଲି ତାଙ୍କ ରାୟରେ କହିବା ସହ "ପରାମର୍ଶ" ଶବ୍ଦର ବ୍ୟାଖ୍ୟା କରିବାକୁ ଯାଇ ଏହା ମାତ୍ର ସହମତି ନୁହେଁ; ଏହା ନ୍ୟାୟପୂର୍ଣ୍ଣ ବିଚାରର ଅଭିବ୍ୟକ୍ତି ବୋଲି ରାୟ ପ୍ରଦାନ କରିଥିଲେ ।[୪]

ଭାରତୀୟ ସମ୍ବିଧାନର ଧାରା ୨୨୨ରେ ଥିବା ପରାମର୍ଶ (consultation)ର ସବିଶେଷ ବ୍ୟାଖ୍ୟା କରିବାକୁ ଯାଇ ଉଚ୍ଚତମ ନ୍ୟାୟାଳୟ ଉପରୋକ୍ତ ରାୟର ପାରା ୮୫୦(୪)ରେ ଉଲ୍ଲେଖ କରିଛନ୍ତି:

"Power to transfer a High Court Judge conferred by Article 222 on the President can be exercised after full, effective and meaningful consultation with the Chief Justice of India and this necessitates all the facts in possession of one or the other constitutional functionary being fully exchanged and deliberated upon."
ଅର୍ଥାତ
"ସମ୍ବିଧାନର ୨୨୨ ଧାରା ପ୍ରକାରେ ରାଷ୍ଟ୍ରପତି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶଙ୍କ ସହ ସଂପୂର୍ଣ୍ଣ, ପ୍ରଭାବୀ ତଥା ଅର୍ଥପୂର୍ଣ୍ଣ ପରାମର୍ଶ କରିବା ସହ ପ୍ରାସଂଗିକ ନଥିର ଆଦାନ ପ୍ରଦାନ କରିବା ପରେ ହିଁ ସାର୍ବଜନିକ ହିତ ନିମନ୍ତେ କୌଣସି ବିଚାରପତିଙ୍କୁ ବଦଳି କରିପାରିବେ ।"

ଦ୍ୱିତୀୟ ମାମଲା[ସମ୍ପାଦନା]

ଦ୍ୱିତୀୟ ମାମଲାଟି (Writ Petition (civil) 1303 of 1987) ଉଚ୍ଚତମ ନ୍ୟାୟାଳୟର Supreme Court Advocates-on-Record Associationଦ୍ୱାରା ଦାୟର ହୋଇଥିଲା ଯେଉଁଥିରେ ଉଚ୍ଚତମ ନ୍ୟାୟାଳୟ ପ୍ରଥମ ମାମଲାର ରାୟକୁ ବଦଳାଇ ପରାମର୍ଶ ବେଳେ ମୁଖ୍ୟ ନ୍ୟାୟାଧୀଶ ଅନ୍ୟ ବରିଷ୍ଠ ବିଚାରପତିଙ୍କ ସହମତି ଲୋଡିବା କଥା ସ୍ପଷ୍ଟ କଲେ । ଉଚ୍ଚତମ ନ୍ୟାୟାଳୟର ଏକ ନଅଜଣିଆ ଖଣ୍ଡପୀଠ ଉପରୋକ୍ତ ରାୟର ଅନୁଚ୍ଛେଦ ୫୩୮ରେ ଉଲ୍ଲେଖ କରିଛନ୍ତି କି:

538. "Thus on the question of primacy I conclude to say that the role of the Chief Justice of India in the matter of appointments to the Judges of the Supreme Court is unique, singular and primal, but participatory vis-avis the Executive on a level of togetherness and mutuality, and neither he nor the Executive can push through an appointment in derogation of the wishes of the other. S.P. Gupta's case to that extent need be and is hereby explained away restoring the primacy of the Chief Justice. The roles of the Chief Justice of India and Chief Justice of the High Court in the matter of appointments of Judges of the High Court, is relative to this extent that should the Chief Justice of India be in disagreement with the proposal, the Executive cannot prefer the views of the Chief Justice of the High Court in making the appointment over and above those of the Chief Justice of India. In the matters of transfers of Judges from one High Court to another, the role of the Chief Justice of India is primal in nature and the Executive has a minimal, if not, no say in the matter, for consultation envisaged under Article 222 of the Constitution is used in a shrunk from and more as a courtesy, the subject being one relating to the in- working of the judiciary".
ଅର୍ଥାତ

" ଏହିଭଳିଭାବେ ପ୍ରାଥମିକତାର ପ୍ରଶ୍ନକୁ ନେଇ ମୋ ରାୟ ଏହି ଯେ ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନଙ୍କ ନିଯୁକ୍ତି ସମ୍ପର୍କରେ ଭାରତର ମୁଖ୍ୟ ନ୍ୟାୟାଧୀଶଙ୍କ ଭୂମିକା ହେଉଛି ପ୍ରାରମ୍ଭିକ, ଅଦ୍ୱିତୀୟ ତଥା ଅନିବାର୍ଯ୍ୟ । ତେବେ ଏ ସମ୍ପର୍କିତ ପରାମର୍ଶରେ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ପରସ୍ପର ସହଭାଗିତା ଏଭଳି ରହିବା ଉଚିତ ଯେପରିକି ଗୋଟିଏ ପକ୍ଷର ଇଚ୍ଛା ବିରୁଦ୍ଧରେ ଅନ୍ୟ ପକ୍ଷ ବାଧ୍ୟବାଧକତା ଜାହିର କରାଯାଇ ପାରିବ ନାହିଁ ..........................................."

ତୃତୀୟ ମାମଲା[ସମ୍ପାଦନା]

ସମ୍ବିଧାନର ଧାରା ୧୪୩ ପ୍ରକାରେ ଭାରତର ରାଷ୍ଟ୍ରପତି କୌଣସି ଆଇନର ନିର୍ଦ୍ଦିଷ୍ଟ ବ୍ୟାଖ୍ୟା ସମ୍ବନ୍ଧରେ ସ୍ପଷ୍ଟିକରଣ ବା ମତ ରଖିବା ନିମନ୍ତେ ଉକ୍ତ ବିଷୟକୁ ଉଲ୍ଲେଖ କରିପାରିବେ । ଏହିଭଳି ଏକ ଉଲ୍ଲେଖର ଶୁଣାଣି କରି ତୃତୀୟ ମାମଲାରେ (In Re: Under Article 143(1) Of The ... vs Unknown on 28 October, 1998) ଉଚ୍ଚତମ ନ୍ୟାୟାଳୟ ଦ୍ୱିତୀୟ ମାମଲାର ରାୟକୁ ପୁନଃ ପ୍ରତିଷ୍ଠା କରାଇ ଏହାର ଏକ ବିଶଦ ବ୍ୟାଖ୍ୟା କରିଛନ୍ତି । ଏହି ରାୟ ବଳରେ ସ୍ପଷ୍ଟ କରାଗଲା ଯେ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଉଚ୍ଚତମ ନ୍ୟାୟାଳୟର ଅନ୍ୟ ଚାରିଜଣ ବରିଷ୍ଠ ବିଚାରପରିଙ୍କ ସହ ପରାମର୍ଶ କରିବେ ଏବଂ ଅତି କମରେ ଯଦି ଦୁଇଜଣ ବିଚାରପତି ଅସହମତି ପ୍ରକାଶ କରନ୍ତି ତେବେ ସେହି ନାମ ସୁପାରିଶ କରାଯିବ ନାହିଁ । ଉପରୋକ୍ତ ମାମଲାର ଅନୁଚ୍ଛେଦ଼ ୪୭.୧ରେ ଉଚ୍ଚତମ ନ୍ୟାୟାଳୟ ଦର୍ଶାଇଛନ୍ତି:

"The expression "consultation with the Chief justice of India" in Articles 217(1) and 222(1) of the Constitution of India requires consultation with a plurality of Judges in the formation of the opinion of the Chief Justice of India. The sole, individual opinion of the Chief Justice of India does not constitute "consultation" within the meaning of the said Articles."
ଅର୍ଥାତ
ସମ୍ବିଧାନର ଅନୁଚ୍ଛେଦ ୨୧୭(୧) ଏବଂ ୨୨୨(୧) ଅନୁସାରେ ବିଚାରପତିଙ୍କ ନିଯୁକ୍ତି ମାମଲାରେ ଭାରତର ମୁଖ୍ୟ ନ୍ୟାୟାଧୀଶଙ୍କ ସହ ପରାମର୍ଶ ସର୍ବଦା ମୁଖ୍ୟ ନ୍ୟାୟାଧୀଶଙ୍କ ବ୍ୟକ୍ତିଗତ ପରାମର୍ଶ ନ ହୋଇ ଅନ୍ୟ ବରିଷ୍ଠ ନ୍ୟାୟାଧୀଶଙ୍କ ବହୁଳତା ସହ ସହମତିରେ କରାଯାଇଥିବା ପରାମର୍ଶକୁ ବୁଝାଏ ।"

କଲିଜିୟମ ବ୍ୟବସ୍ଥା[ସମ୍ପାଦନା]

ତୃତୀୟ ମାମଲାରେ ଉଚ୍ଚ ନ୍ୟାୟାଳୟ ଏବଂ ଉଚ୍ଚତମ ନ୍ୟାୟାଲୟରେ ବିଚାରପତିଙ୍କ ନିଯୁକ୍ତି ସମ୍ବନ୍ଧୀୟ ବ୍ୟବସ୍ଥା ବର୍ତ୍ତମାନ କଲିଜିୟମ ବ୍ୟବସ୍ଥା ଭାବେ ପ୍ରଚଳିତ ।[୫]

  • ବିଚାରପତି ନିଯୁକ୍ତିର ଏହି ବ୍ୟବସ୍ଥାରେ କଲିଜିୟମ ପ୍ରାର୍ଥୀଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବ ।
  • ଏଥିସହ କେନ୍ଦ୍ର ସରକାର ମଧ୍ୟ ପରାମର୍ଶ ପାଇଁ ପ୍ରସ୍ତାବିତ ପ୍ରାର୍ଥୀଙ୍କ ନାମ ପଠାଇବେ ।
  • ନିଯୁକ୍ତି ପ୍ରକ୍ରିୟା ଏକ ଦୀର୍ଘ ସମୟ ନେଇଥାଏ କାରଣ ଏହା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ ।
  • ଯଦି କଲିଜିୟମ ପୁନର୍ବାର ସମାନ ନାମ ପଠାଏ ତେବେ ସରକାରଙ୍କୁ ଏହି ନାମଗୁଡିକ ଉପରେ ନିଜର ସମ୍ମତି ଦେବାକୁ ପଡିବ ।

କେବଳ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଅଭାବରୁ କଲେଜିୟମ ବ୍ୟବସ୍ଥାକୁ କେବଳ ସରକାରଙ୍କଦ୍ୱାରା ନୁହେଁ, ନାଗରିକ ସମାଜଦ୍ୱାରା ମଧ୍ୟ ଅନେକ ସମାଲୋଚନାର ସାମନା କରିବାକୁ ହୋଇଥିଲା ।

ଜାତୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ[ସମ୍ପାଦନା]

ପରବର୍ତ୍ତୀ ସମୟରେ ଭାରତ ସରକାର କଲିଜିୟମ୍ ବ୍ୟବସ୍ଥାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ସମ୍ବିଧାନର ୯୯ତମ ସଂଶୋଧନଦ୍ୱାରା ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ (National Judicial Appointments Commission (NJAC) Act) ବିଲ ସଂସଦରେ ଆଗତ କରିଥିଲେ । ଏହି ବିଲ ସଂସଦର ଉଭୟ ଗୃହରେ ପାରିତ ହେବାପରେ ୩୧ ଡିସେମ୍ବର ୨୦୧୪ରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କରି ଆଇନରେ ପରିଣତ ହେଲା । ତେବେ ଭାରତର ଉଚ୍ଚତମ ନ୍ୟାୟାଳୟ ଏହି ଅଧିନିୟମକୁ ଅସାମ୍ବିଧାନିକ ଦର୍ଶାଇ ୨୦୧୬ ମସିହାରେ ଖାରଜ କରିଦେବା ପରେ ବର୍ତ୍ତମାନ ପୁଣି କଲିଜିୟମ ବ୍ୟବସ୍ଥା ବଳବତ୍ତର ରହିଛି ।[୬]

କେତେକଙ୍କ ମତରେ ଏହା ହେଉଛି ନ୍ୟାୟାଧୀଶଙ୍କ ନିଯୁକ୍ତି ସମ୍ପର୍କିତ ଚତୁର୍ଥ ମାମଲା ।[୭] ଉପରୋକ୍ତ ମାମଲାରେ ଉଚ୍ଚତମ ନ୍ୟାୟାଳୟର ପାଞ୍ଚଜଣିଆ ଖଣ୍ଡପୀଠ ଏହାର ଶୂଣାଣି କରିଥିଲେ ଏବଂ ପ୍ରତ୍ୟେକ ବିଚାରପତି ନିଜର ରାୟ ପ୍ରଦାନ କରିବାପରେ ୪:୧ ବହୁମତରେ ଉକ୍ତ ଖଣ୍ଡପୀଠ ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ ଅଧିନିୟମକୁକୁ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିଦେଇଥିଲେ । ବିଚାରପତି ଆଦର୍ଶ କୁମାର ଗୋଏଲ ତାଙ୍କ ରାୟର ଅନୁଚ୍ଛେଦ ୨୩ରେ ଉଲ୍ଲେଖ କରିଥିବା କିୟଦଂଶ ହେଉଛି ଏହିଭଳି[୮] :

These provisions in the Act impinge upon the independence of judiciary. Even if the doctrine of basic structure is not applied in judging the validity of a parliamentary statute, independence of judiciary and rule of law are parts of Articles 14, 19 and 21 of the Constitution and absence of independence of judiciary affects the said Fundamental Rights. The NJAC Act is thus liable to be struck down.
ଅର୍ଥାତ
"ଉକ୍ତ ଅଧିନିୟମର କେତେକ ପ୍ରାବଧାନ ବିଚାର ବ୍ୟବସ୍ଥାର ସ୍ୱାଧୀନତା କ୍ଷୁର୍ଣ୍ଣ କରେ, ଯାହାକି ସମ୍ବିଧାନର ଧାରା ୧୪,୧୯ ଓ ୨୧ର ବିରୋଧୀ । ବିଚାର ବ୍ୟବସ୍ଥାର ସ୍ୱାଧୀନତା କ୍ଷୁର୍ଣ୍ଣତା ହେଉଛି ମୌଳିକ ଧିକାରର ଉଲ୍ଲଂଘନ । ଅରଏବ ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ ଅଧିନିୟମ ସମ୍ବିଧାନ ବିରୋଧୀ ଓ ତେଣୁ ରଦ୍ଦ ହେବା ଯୋଗ୍ୟ ।"

ଆଧାର[ସମ୍ପାଦନା]

  1. Bhagwati, P. "S. P. Gupta v. President of India". indiankanoon.org. Indian Kanoon. Retrieved 24 June 2018.
  2. Verma (for the majority), J S. "Supreme Court Advocates-on-Record Association v. Union of India". indiankanoon.org. Indian Kanoon. Retrieved 20 June 2018.
  3. Barucha, S. P. "In re Special Reference 1 of 1998". indiankanoon.org. Indian Kanoon. Retrieved 24 June 2018.
  4. "Case Summary". Retrieved 25 June 2018.
  5. "Explained | What is the Collegium system and how does it work?". Deccan Herald (in ଇଂରାଜୀ). 3 December 2022. Retrieved 13 February 2023.
  6. "SC Bench strikes down NJAC Act as 'unconstitutional and void'". Retrieved 20 June 2018.
  7. "Collegium Wapsi & the journey from Assembly debates to 4th Judges Case – A Sketch... Read more at: www.livelaw.in/collegium-wapsi-the-journey-from-assembly-debates-to-4th-judges-case-a-sketch/". Retrieved 26 June 2018.
  8. "Supreme Court ... vs Union Of India on 16 October, 2015". Retrieved 28 June 2018.