Jump to content

ଟେଜାକାଫ୍ଟର/ଇଭାକାଫ୍ଟର

ଉଇକିପିଡ଼ିଆ‌ରୁ
(Tezacaftor/ivacaftorରୁ ଲେଉଟି ଆସିଛି)
ଟେଜାକାଫ୍ଟର/ଇଭାକାଫ୍ଟର
Combination of
TezacaftorCFTR corrector
IvacaftorCFTR potentiator
Clinical data
Trade namesSymkevi, Symdeko
AHFS/Drugs.commonograph
Pregnancy
category

    ଟେଜାକାଫ୍ଟର/ଇଭାକାଫ୍ଟର (ଇଂରାଜୀ ଭାଷାରେ Tezacaftor/ivacaftor), ସିମଡେକୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ସିଷ୍ଟିକ୍ ଫାଇବ୍ରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା କେବଳ ନିର୍ଦ୍ଦିଷ୍ଟ ମ୍ୟୁଟେସନ ଥିବା ଲୋକଙ୍କଠାରେ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡବିନ୍ଧା, ତରଳ ଝାଡ଼ା ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ପରଳ ହୋଇପାରେ | [୧] [୨] ଯକୃତରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏକ କମ୍ ମାତ୍ରା ଆବଶ୍ୟକ ହୋଇପାରେ ।[୨] ଟେଜାକାଫ୍ଟର ବୃଦ୍ଧି କରେ ସିଏଫଟିଆର (CFTR)ର ସଂଖ୍ୟା ଓ ସିଏଫଟିଆର କ୍ଷମତା ଇଭାକାଫ୍ଟର ବୃଦ୍ଧି କରିଥାଏ ।[୩]

    ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୨][୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ବର୍ଷକୁ ପ୍ରାୟ ୩୦୪,୦୦୦ ଡଲାର ଥିଲା ।[୪] ଏହା ୨୦୨୦ରେ ଯୁକ୍ତରାଜ୍ୟରେ ବାର୍ଷିକ ପ୍ରାୟ, ୮୨,୦୦୦ ପାଉଣ୍ଡ ମୂଲ୍ୟରେ ଉପଲବ୍ଧ ହୋଇଥିଲା ।[୫]

    1. 1 2 3 4 5 "Tezacaftor and Ivacaftor Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2021. Retrieved 8 October 2021.
    2. 1 2 3 "SYMDEKO™ (tezacaftor/ivacaftor) tablets; (ivacaftor) tablets, for oral use" (PDF). Archived (PDF) from the original on 9 June 2021. Retrieved 8 October 2021.
    3. 1 2 "Symkevi". Archived from the original on 8 January 2021. Retrieved 8 October 2021.
    4. ↑ "Symdeko Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 November 2020. Retrieved 8 October 2021.
    5. ↑ "Tezacaftor + ivacaftor". SPS - Specialist Pharmacy Service. 29 December 2015. Archived from the original on 26 February 2021. Retrieved 8 October 2021.