Jump to content

ଟେଜାକାଫ୍ଟର/ଇଭାକାଫ୍ଟର

ଉଇକିପିଡ଼ିଆ‌ରୁ
ଟେଜାକାଫ୍ଟର/ଇଭାକାଫ୍ଟର
Combination of
TezacaftorCFTR corrector
IvacaftorCFTR potentiator
Clinical data
Trade namesSymkevi, Symdeko
AHFS/Drugs.commonograph
Pregnancy
category

ଟେଜାକାଫ୍ଟର/ଇଭାକାଫ୍ଟର (ଇଂରାଜୀ ଭାଷାରେ Tezacaftor/ivacaftor), ସିମଡେକୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ସିଷ୍ଟିକ୍ ଫାଇବ୍ରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା କେବଳ ନିର୍ଦ୍ଦିଷ୍ଟ ମ୍ୟୁଟେସନ ଥିବା ଲୋକଙ୍କଠାରେ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡବିନ୍ଧା, ତରଳ ଝାଡ଼ା ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ପରଳ ହୋଇପାରେ | [] [] ଯକୃତରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏକ କମ୍ ମାତ୍ରା ଆବଶ୍ୟକ ହୋଇପାରେ ।[] ଟେଜାକାଫ୍ଟର ବୃଦ୍ଧି କରେ ସିଏଫଟିଆର (CFTR)ର ସଂଖ୍ୟା ଓ ସିଏଫଟିଆର କ୍ଷମତା ଇଭାକାଫ୍ଟର ବୃଦ୍ଧି କରିଥାଏ ।[]

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[][] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ବର୍ଷକୁ ପ୍ରାୟ ୩୦୪,୦୦୦ ଡଲାର ଥିଲା ।[] ଏହା ୨୦୨୦ରେ ଯୁକ୍ତରାଜ୍ୟରେ ବାର୍ଷିକ ପ୍ରାୟ, ୮୨,୦୦୦ ପାଉଣ୍ଡ ମୂଲ୍ୟରେ ଉପଲବ୍ଧ ହୋଇଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ "Tezacaftor and Ivacaftor Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2021. Retrieved 8 October 2021.
  2. ୨.୦ ୨.୧ ୨.୨ "SYMDEKO™ (tezacaftor/ivacaftor) tablets; (ivacaftor) tablets, for oral use" (PDF). Archived (PDF) from the original on 9 June 2021. Retrieved 8 October 2021.
  3. ୩.୦ ୩.୧ "Symkevi". Archived from the original on 8 January 2021. Retrieved 8 October 2021.
  4. "Symdeko Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 November 2020. Retrieved 8 October 2021.
  5. "Tezacaftor + ivacaftor". SPS - Specialist Pharmacy Service. 29 December 2015. Archived from the original on 26 February 2021. Retrieved 8 October 2021.