ତେଲେଙ୍ଗାନା ଦିବସ

ଉଇକିପିଡ଼ିଆ‌ରୁ
(Telangana Dayରୁ ଲେଉଟି ଆସିଛି)
ତେଲେଙ୍ଗାନା ଦିବସ
తెలంగాణ అవతరణ దినోత్సవం
ନାମତେଲେଙ୍ଗାନା ପ୍ରତିଷ୍ଠା ଦିବସ
ଅନ୍ୟ ନାମତେଲେଙ୍ଗାନା ଦିବସ
ପାଳନକାରୀତେଲେଙ୍ଗାନା
ପ୍ରକାରରାଜ୍ୟ ଛୁଟିଦିନ
ବିଶେଷତା୨୦୧୪ରେ ତେଲେଙ୍ଗାନା ରାଜ୍ୟ ଗଠନ
ଆରମ୍ଭ୨ ଜୁନ
ଶେଷ୩ ଜୁନ
ତାରିଖ୨ ଜୁନ
ପୁନଃପୌନିକତାବାର୍ଷିକ

ତେଲେଙ୍ଗାନା ଦିବସ ସାଧାରଣତଃ ତେଲେଙ୍ଗାନା ପ୍ରତିଷ୍ଠା ଦିବସ ଭାବରେ ଭାରତୀୟ ରାଜ୍ୟ ତେଲେଙ୍ଗାନାରେ ପାଳନ କରାଯାଏ । ଏହିଦିନ ତେଲେଙ୍ଗାନା ରାଜ୍ୟ ଏହାର ପ୍ରତିଷ୍ଠା ଦିବସ ପାଳନ କରେ । ୨୦୧୪ ପରଠାରୁ ପ୍ରତିବର୍ଷ ଏହା ଜୁନ ୨ ତାରିଖରେ ପାଳନ କରାଯାଉଛି ।[୧] ଏହିଦିନ ମୁଖ୍ୟତଃ ତେଲେଙ୍ଗାନାର ଇତିହାସ ଓ ପରମ୍ପରାକୁ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ବଡ଼ ଧୁମଧାମରେ ପାଳନ କରିଥାନ୍ତି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସାଧାରଣ ସଭାଠାରୁ ଆରମ୍ଭ କରି ରାଜନୈତିକ ସଭା ଓ ପ୍ୟାରେଡ୍ ଆଦି ଏହି ଦିନରେ ଅନୁଷ୍ଠିତ ହୋଇଥିଲା ।[୨][୩] ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏହିଦିନ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପ୍ୟାରେଡ୍ ଅନୁଷ୍ଠିତ ହୁଏ ।

ଇତିହାସ[ସମ୍ପାଦନା]

ତେଲେଙ୍ଗାନା ରାଜ୍ୟ ଆନୁଷ୍ଠାନିକ ଭାବରେ ୨ ଜୁନ ୨୦୧୪ରେ ଗଠନ କରାଯାଇଥିଲା । କେ. ଚନ୍ଦ୍ରଶେଖର ରାଓ ତେଲେଙ୍ଗାନାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ, ଯେଉଁଥିରେ ତେଲେଙ୍ଗାନା ରାଷ୍ଟ୍ର ସମିତି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ।[୪]

୧ ଜୁଲାଇ ୨୦୧୩ରେ, କଂଗ୍ରେସ କାର୍ଯ୍ୟକାରୀ କମିଟିର ସର୍ବସମ୍ମତି କ୍ରମେ ଏକ ପୃଥକ ତେଲେଙ୍ଗାନା ରାଜ୍ୟ ଗଠନ ପାଇଁ ସୁପାରିଶ କରିବାକୁ ନିଷ୍ପତ୍ତି ନିଆଗଲା । ବିଭିନ୍ନ ପର୍ଯ୍ୟାୟ ପରେ ଫେବୃଆରୀ ୨୦୧୪ରେ ଏହି ବିଲ୍ ଭାରତୀୟ ସଂସଦରେ ପାରିତ ହୋଇଥିଲା ।[୫] ଫେବୃଆରୀ ୨୦୧୪ରେ ଉତ୍ତର-ପଶ୍ଚିମ ଆନ୍ଧ୍ର ପ୍ରଦେଶର ଦଶଟି ଜିଲ୍ଲାକୁ ନେଇ ତେଲେଙ୍ଗାନା ରାଜ୍ୟ ଗଠନ ପାଇଁ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ, ୨୦୧୪ ବିଲ୍ ଭାରତୀୟ ସଂସଦରେ ପାରିତ ହେଲା ।[୬] ଏହି ବିଲ୍ ରାଷ୍ଟ୍ରପତିଙ୍କ ସମ୍ମତି ଗ୍ରହଣ କରିବା ପରେ ୧ ମାର୍ଚ୍ଚ ୨୦୧୪ରେ ଆଇନ୍‌ରେ ପରିଣତ ହୋଇଥିଲା ।[୭][୮]

ମହତ୍ତ୍ୱ[ସମ୍ପାଦନା]

ରାଜ୍ୟ ଗଠନ ଦିବସ ହୋଇଥିବାରୁ ଏହି ଦିନଟି ତେଲେଙ୍ଗାନ ରାଜ୍ୟ ଗଠନ ଆନ୍ଦୋଳନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଅଟେ ।

ସାଂସ୍କୃତିକ କାର୍ଯ୍ୟକ୍ରମ[ସମ୍ପାଦନା]

ତେଲେଙ୍ଗାନା ଦିବସ ଅବସରରେ ଚାରିଦିନ ଧରି ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ପାଳନ କରାଯାଏ । ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଏହିଦିନ ତେଲେଙ୍ଗାନା ରାଜ୍ୟ ପୁରସ୍କାର ପ୍ରଦାନ କରାଯାଏ ।ହୋଟେଲ ଗୁଡ଼ିକରେ ତେଲେଙ୍ଗାନା ଖାଦ୍ୟ ମହୋତ୍ସବ ପାଳନ କରାଯାଏ ଏବଂ ରବିନ୍ଦ୍ର ଭାରତୀ ଅଡ଼ିଟୋରିୟମରେ ରାଜ୍ୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।

ଆଧାର[ସମ୍ପାଦନା]

  1. "Telangana to celebrate state formation day tomorrow". Deccan Herald. 1 June 2018. Retrieved 20 December 2018.
  2. "Telangana Formation Day Award for TITA". Thehindu.com. 4 June 2018. Retrieved 20 December 2018.
  3. "Government departments, institutions observe Telangana Formation Day". Thehindu.com. 3 June 2018. Retrieved 20 December 2018.
  4. Amarnath K Menon (1 June 2014). "Telangana is born, KCR to take oath as its first CM". The India Today Group. Hyderabad. Archived from the original on 11 November 2014. Retrieved 14 July 2014.
  5. "Telangana bill passed in Lok Sabha; Congress, BJP come together in favour of new state". Hindustan Times. Archived from the original on 18 February 2014. Retrieved 18 February 2014.
  6. "Telangana bill passed by upper house". The Times of India. Retrieved 20 February 2014.
  7. "The Andhra Pradesh reorganisation act, 2014" (PDF). Ministry of law and justice, government of India. Archived from the original (PDF) on 8 January 2016. Retrieved 3 March 2014.
  8. "Telangana Formation Day". The Hans India.