ତପି ଜାଲ
ଦେଖଣା
(Tapi Jalରୁ ଲେଉଟି ଆସିଛି)
ତପି ଜାଲ | |
---|---|
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୭ | |
ପୂର୍ବ ଅଧିକାରୀ | ଅଚ୍ୟୁତାନନ୍ଦ ମହାନନ୍ଦ |
ପର ଅଧିକାରୀ | ଲଳିତ ମୋହନ ଗାନ୍ଧୀ |
ନିର୍ବାଚନ ମଣ୍ଡଳୀ | ଟିଟିଲାଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜୁଲାଇ ୧୯୪୦ |
ମୃତ୍ୟୁ | ୧୨ ମାର୍ଚ୍ଚ ୨୦୦୯ | (ବୟସ ୬୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ମନୋରମା ଜାଲ |
ବାପା/ବୋଉ | ରାଜାରମ ଜାଲ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ତପି ଜାଲ (୧ ଜୁଲାଇ ୧୯୪୦ - ୧୨ ମାର୍ଚ୍ଚ ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବା ଓ ଶିକ୍ଷା
[ସମ୍ପାଦନା]ତପି ଜାଲ ୧୯୪୦ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜାରମ ଜାଲ ଓ ପତ୍ନୀଙ୍କ ନାମ ମନୋରମା ଜାଲ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ତପି ଜାଲ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ତପି ଜାଲ ୨୦୦୯ ମସିହାର ମାର୍ଚ୍ଚ ୧୨ ତାରିଖରେ ୬୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Tapi Jal". odishaassembly.nic.in. Odisha Assembly. Retrieved 27 September 2021.