ଟାଗ୍ରାକ୍ସୋଫସ୍ପ
| Clinical data | |
|---|---|
| Trade names | Elzonris |
| Synonyms | DT388-IL3, SL-401, tagraxofusp-erzs |
| AHFS/Drugs.com | monograph |
| MedlinePlus | a619022 |
| data |
|
| Routes of administration | Intravenous |
| Legal status | |
| Legal status | |
| Pharmacokinetic data | |
| Metabolism | Proteases (expected) |
| Elimination half-life | 51 minutes |
| Chemical and physical data | |
| Formula | C2553H4026N692O798S16 |
| Molar mass | ୫୭,୬୯୫.୩0 g·mol−1 |
ଟାଗ୍ରାକ୍ସୋଫସ୍ପ (ଇଂରାଜୀ ଭାଷାରେ Tagraxofusp), ଏଲଜୋନ୍ରିସ ଏହାର ଏକ ବେପାର ନାମ, ହେଉଛି ଏକ କର୍କଟରୋଧୀ ଔଷଧ ଯାହା ବ୍ଲାଷ୍ଟିକ୍ ପ୍ଲାଜ୍ମାସାଇଟଏଡ ଡେଣ୍ଡ୍ରାଇଟିକ୍ ସେଲ୍ ନିଓପ୍ଲାଜ୍ମ (ବିପିଡିସିଏନ) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩] ଆଲର୍ଜି ପ୍ରତିକ୍ରିୟା ହେବାର ଆଶଙ୍କା କମେଇବା ପାଇଁ ଆଣ୍ଟିହିଷ୍ଟାମିନ ଏବଂ ଷ୍ଟିରଏଡ ବ୍ୟବହାର କରାଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ଆଲବୁମିନ, ଯକୃତ ସମସ୍ୟା, କମ୍ ପ୍ଲାଟେଲେଟ୍, ବାନ୍ତି, ଥକାପଣ ଏବଂ ଜ୍ୱର ହୋଇପାରେ ।[୨] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟାପିଲାରୀ ଲିକ୍ ସିଣ୍ଡ୍ରୋମ ହୋଇପାରେ ।[୨] ଟାଗ୍ରାକ୍ସୋଫସ୍ପ ହେଉଛି ଏକ ଫ୍ୟୁଜନ୍ ପ୍ରୋଟିନ୍ ଯାହା ଇଣ୍ଟରଲୁକିନ (ଆଇଏଲ୍-୩)କୁ ନେଇ ଡିଫଥେରିଆ ଟକ୍ସିନ ମିଶ୍ରିତ ହୋଇଥାଏ ।[୨] ଆଇଏଲ୍-୩ ସହିତ ବିପିଡିସିଏନ କୋଷଗୁଡ଼ିକ ସଂଲଗ୍ନ ହେବାର ଫଳ ସ୍ୱରୂପ ସେମାନଙ୍କର ମୃତ୍ୟୁ ହୁଏ ।[୨]
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟାଗ୍ରାକ୍ସୋଫସ୍ପ ଅନୁମୋଦିତ ହୋଇଥିଲା ।[୩] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୦୦୦ ମାଗ୍ରା (ug) ପାଇଁ ଏହାର ମୂଲ୍ୟ ପ୍ରାୟ ୨୯,୦୦୦ ଡଲାର ଥିଲା ।[୪]
ଆଧାର
[ସମ୍ପାଦନା]- ↑ "Elzonris- tagraxofusp injection, solution". DailyMed. 9 June 2020. Archived from the original on 6 April 2021. Retrieved 21 September 2020.
- 1 2 3 4 5 6 7 "Elzonris EPAR". European Medicines Agency (EMA). 21 July 2020. Archived from the original on 30 January 2021. Retrieved 25 January 2021.
- 1 2 3 "Tagraxofusp-erzs Monograph for Professionals". Drugs.com (in ଇଂରାଜୀ). Archived from the original on 14 November 2020. Retrieved 20 September 2021.
- ↑ "Elzonris Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 December 2019. Retrieved 20 September 2021.