Jump to content

ଟାଗ୍ରାକ୍ସୋଫସ୍ପ

ଉଇକିପିଡ଼ିଆ‌ରୁ
ଟାଗ୍ରାକ୍ସୋଫସ୍ପ
Clinical data
Trade namesElzonris
SynonymsDT388-IL3, SL-401, tagraxofusp-erzs
AHFS/Drugs.commonograph
MedlinePlusa619022
data
Routes of
administration
Intravenous
Legal status
Legal status
Pharmacokinetic data
MetabolismProteases (expected)
Elimination half-life51 minutes
Chemical and physical data
FormulaC2553H4026N692O798S16
Molar mass୫୭,୬୯୫.୩0 g·mol−1

ଟାଗ୍ରାକ୍ସୋଫସ୍ପ (ଇଂରାଜୀ ଭାଷାରେ Tagraxofusp), ଏଲଜୋନ୍ରିସ ଏହାର ଏକ ବେପାର ନାମ, ହେଉଛି ଏକ କର୍କଟରୋଧୀ ଔଷଧ ଯାହା ବ୍ଲାଷ୍ଟିକ୍ ପ୍ଲାଜ୍ମାସାଇଟଏଡ ଡେଣ୍ଡ୍ରାଇଟିକ୍ ସେଲ୍ ନିଓପ୍ଲାଜ୍ମ (ବିପିଡିସିଏନ) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩] ଆଲର୍ଜି ପ୍ରତିକ୍ରିୟା ହେବାର ଆଶଙ୍କା କମେଇବା ପାଇଁ ଆଣ୍ଟିହିଷ୍ଟାମିନ ଏବଂ ଷ୍ଟିରଏଡ ବ୍ୟବହାର କରାଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ଆଲବୁମିନ, ଯକୃତ ସମସ୍ୟା, କମ୍ ପ୍ଲାଟେଲେଟ୍, ବାନ୍ତି, ଥକାପଣ ଏବଂ ଜ୍ୱର ହୋଇପାରେ ।[୧] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟାପିଲାରୀ ଲିକ୍ ସିଣ୍ଡ୍ରୋମ ହୋଇପାରେ ।[୧] ଟାଗ୍ରାକ୍ସୋଫସ୍ପ ହେଉଛି ଏକ ଫ୍ୟୁଜନ୍ ପ୍ରୋଟିନ୍ ଯାହା ଇଣ୍ଟରଲୁକିନ (ଆଇଏଲ୍-୩) କୁ ନେଇ ଡିଫଥେରିଆ ଟକ୍ସିନ ମିଶ୍ରିତ ହୋଇଥାଏ ।[୧] ଆଇଏଲ୍-୩ ସହିତ ବିପିଡିସିଏନ କୋଷଗୁଡ଼ିକ ସଂଲଗ୍ନ ହେବାର ଫଳ ସ୍ୱରୂପ ସେମାନଙ୍କର ମୃତ୍ୟୁ ହୁଏ ।[୧]

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟାଗ୍ରାକ୍ସୋଫସ୍ପ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୦୦୦ ମାଗ୍ରା (ug) ପାଇଁ ଏହାର ମୂଲ୍ୟ ପ୍ରାୟ ୨୯,୦୦୦ ଡଲାର ଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Elzonris EPAR". European Medicines Agency (EMA). 21 July 2020. Archived from the original on 30 January 2021. Retrieved 25 January 2021.
  2. "Elzonris- tagraxofusp injection, solution". DailyMed. 9 June 2020. Archived from the original on 6 April 2021. Retrieved 21 September 2020.
  3. ୩.୦ ୩.୧ ୩.୨ "Tagraxofusp-erzs Monograph for Professionals". Drugs.com (in ଇଂରାଜୀ). Archived from the original on 14 November 2020. Retrieved 20 September 2021.
  4. "Elzonris Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 December 2019. Retrieved 20 September 2021.