ଶ୍ରୀମନ୍ଥୁଡ଼ୁ

ଉଇକିପିଡ଼ିଆ‌ରୁ
(Srimanthuduରୁ ଲେଉଟି ଆସିଛି)
ଶ୍ରୀମନ୍ଥୁଡ଼ୁ
ନିର୍ଦ୍ଦେଶକକୋରତଲା ଶିବା
ପ୍ରଯୋଜକ
ସଂଳାପକୋରତଲା ଶିବା
କଳାକାର
ସଙ୍ଗୀତଦେବି ଶ୍ରୀ ପ୍ରସାଦ
ଚିତ୍ରଗ୍ରହଣଆର୍. ମାଢ଼ୀ
ସମ୍ପାଦକକୋଟାଗିରି ଭେଙ୍କଟେଶ୍ୱର ରାଓ
Production
company
ବିତରକଇରୋଜ୍ ଇଣ୍ଟରନେସ୍‌ନ୍ୟାଲ୍
ମୁକ୍ତିଲାଭ ତାରିଖ
୭ ଅଗଷ୍ଟ ୨୦୧୫
କଥାଚିତ୍ରର ସମୟ
୧୫୮ ମିନିଟ୍[୧]
ଦେଶଭାରତ
ଭାଷାତେଲୁଗୁ
ଖର୍ଚ୍ଚ
  • ୪୦ କୋଟି[୨][୩] ଇଣ୍ଡୋ-ଏସିଆନ୍ ନ୍ୟୁଜ୍ ସର୍ଭିସ୍‌ର ଆକଳନ ପାଖାପାଖି ୭୦ କୋଟି[୪]
ମୋଟ ଆୟପାଖାପାଖି ୨୦୦ କୋଟି[୫]

ଶ୍ରୀମନ୍ଥୁଡ଼ୁ (English: The Wealthy Man) ଏକ ତେଲୁଗୁ କଥାଚିତ୍ର । କୋରତଲା ଶିବା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ୱାଇ. ନବୀନ, ୱାଇ. ରବି ଶଙ୍କର ଏବଂ ସି. ଭି. ମୋହନ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ଯାହାକି ମାଇଥ୍ରି ମୁଭି ମେକର୍ସ ବ୍ୟାନରରେ ନିର୍ମିତ ହୋଇଥିଲା । ମହେଶ ବାବୁ ଏହି କଥାଚିତ୍ରର ସହ-ପ୍ରଯୋଜନା କରିଥିଲେ, ଯାହାକି ତାଙ୍କର ନିଜର ଫିଲ୍ମ ପ୍ରଡକ୍ସନ ବ୍ୟାନର୍ ଜି. ମହେଶ ବାବୁ ଏଣ୍ଟରଟେନ୍‌ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ରେ ନିର୍ମାଣ କରାଯାଇଥିଲା । ମହେଶ ବାବୁ ଏହି କଥାଚିତ୍ରର ମୁଖ୍ୟ ନାୟକ ହର୍ଷ ବର୍ଦ୍ଧନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନାୟିକା ଚାରୁଶୀଳା ଭୂମିକାରେ ଅଭିନୟ କରିଥିଲେ ଶ୍ରୁତି ହାସନ । ଜଗପତି ବାବୁ, ରାଜେନ୍ଦ୍ର ପ୍ରସାଦ, ସମ୍ପଥ ରାଜ, ମୁକେଶ ରିଶି, ସୁକନ୍ୟା, ବର୍ଣ୍ଣିଲା କିଶୋର ଏବଂ ହରିଶ ଉଥମନ ଏହି କଥାଚିତ୍ରଟିର ବିଭିନ୍ନ ସହଯୋଗୀ ଭୂମିକାରେ ଅଭିନୟ କରିଥିଲେ । ବିଶ୍ୱ ସ୍ତରରେ ଏହି କଥାଚିତ୍ରଟିର ବିତରଣ କରିଥିଲେ ଇରୋଜ୍ ଇଣ୍ଟରନେସ୍‌ନ୍ୟାଲ୍ ।

ଏହି କଥାଚିତ୍ରଟିର ପୃଷ୍ଠ ଭୂମି ଏକ ବ୍ୟବସାୟୀ ପରିବାରର ଉତ୍ତରାଧିକାରୀ ହର୍ଷ ବର୍ଦ୍ଧନ ଉପରେ ଚିତ୍ରଣ କରାଯାଇଛି । ହର୍ଷ ବର୍ଦ୍ଧନ ଜଣେ ବଡ଼ ବ୍ୟବସାୟୀ ରବିକାନ୍ତଙ୍କର (ଜଗପତି ବାବୁ) ପୁଅ । ରବିକାନ୍ତ ହର୍ଷ ବର୍ଦ୍ଧନକୁ ତାଙ୍କ ବ୍ୟବସାୟର ଦାୟିତ୍ୱ ଦେଇ ତାଙ୍କୁ ଉତ୍ତରାଧିକାରୀ ସ୍ୱରୂପ ଘୋଷଣା କରିବାକୁ ଚାହୁଁଥାନ୍ତି, ମାତ୍ର ହର୍ଷ ବର୍ଦ୍ଧନଙ୍କର ସେଥିରେ କୌଣସି ଇଚ୍ଛା ନଥିଲା । ରବିକାନ୍ତ ଗରିବ କର୍ମଚାରୀଙ୍କୁ ଘୃଣା କରୁଥିବାବେଳେ ହର୍ଷ ବର୍ଦ୍ଧନ ତାଙ୍କୁ ଆପଣାର ଭାବୁଥାନ୍ତି, ଯେଉଁଥିପାଇଁ ସେ ଅର୍ବାନ୍ ଡେଭେଲପ୍‌ମେଣ୍ଟ ବିଷୟରେ ପଢ଼ିବାକୁ ଏକ କଲେଜରେ ଯୋଗ ଦେଲେ, ଯେଉଁଠି ତା'ର ଚାରୁଶୀଳା (ଶ୍ରୁତି ହାସନ) ସହ ଭେଟ ହେଲା ଏବଂ ପରେ ସେ ଚାରୁଶୀଳାଠାରୁ ତା'ର ନିଜ ଗାଁ ଦେବରକୋଟା ବିଷୟରେ ଜାଣିବାକୁ ପାଇ ସେଠାକୁ ଗଲା । ସେ ଗାଁର ଅବସ୍ଥା ସେତେ ଭଲ ନଥିଲା, ତେଣୁ ସେ ସେହି ଗାଁରେ ରହି ସେଠାକାର ଲୋକାମାନଙ୍କର ଚାଲିଚଳନ ଏବଂ ଅର୍ଥାବ୍ୟସ୍ଥାକୁ ଦୂର କରିବାରେ ଲାଗିଲା । ଫଳରେ ସେଠାକାର ଏକ ମଦ ବେପାରୀ ଶଶି (ସମ୍ପଥ ରାଜ) ଏବଂ ମନ୍ତ୍ରୀ ଥିବା ତା' ଭାଇ ଭେଙ୍କଟ ରତ୍ନମ୍ (ମୁକେଶ ରିଶି) ତା' ବିରୋଧରେ ଷଡ଼ଯନ୍ତ୍ର କରନ୍ତି ।

ଶ୍ରୀମନ୍ଥୁଡ଼ୁ କଥାଚିତ୍ରଟିର ପ୍ରଥମେ ୟୁଟିଭି ମୋସନ୍ ପିକ୍ଚରସ୍ ବ୍ୟାନରରେ ନିର୍ମାଣ କରାଯିବାର ଥିଲା, ମାତ୍ର ଶିବାଙ୍କ ସହ ମତଭେଦ ପାଇଁ ଏହି କମ୍ପାନୀ ନିଜ ତରଫରୁ ଦୂରେଇ ଯାଇଥିଲା । ଶିବା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେବା ସହ ଏହାର ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ସ୍ୱର ସଂଯୋଜନା କରିଥିଲେ । କଥାଚିତ୍ରଟିର ଚିତ୍ରଗ୍ରହଣ କରିଥିଲେ ଆର. ମାଢ଼ି । କୋଟାଗିରି ଭେଙ୍କଟେଶ୍ୱର ରାଓ ଏହି କଥାଚିତ୍ରଟିର ସମ୍ପଦାନ କରିଥିଲେ । ୨୦୧୪ ମସିହାର ଅଗଷ୍ଟ ମାସ ୧୧ ତାରିଖରେ ଏହି କଥାଚିତ୍ରଟିର ସୁଟିଂ ହାଇଦ୍ରାବାଦର ରାମନାଇଡ଼ୁ ଷ୍ଟୁଡିଓରେ ଆରମ୍ଭ କରାଯାଇଥିଲା । ୭ ନଭେମ୍ବର ୨୦୧୪ରୁ ଏହି କଥାଚିତ୍ରଟିର ପ୍ରିନ୍ସପାଲ୍ ଫଟୋଗ୍ରାଫି ଆରମ୍ଭ କରାଯାଇଥିଲା ଏବଂ ଏହାର ସୁଟିଂ ୨୦୧୫ ମସିହାର ଜୁନ୍ ମାସର ମଧ୍ୟଭାଗଯାଏଁ ଚାଲିଥିଲା । ଯଦିଓ ଏହି କଥାଚିତ୍ରଟିର ଅଧିକାଂଶ ଭାଗ ହାଇଦ୍ରାବାଦରେ ସୁଟିଂ କରାଯାଇଥିଲା, ମାତ୍ର ଏହାର କିଛି ଅଂଶ ତାମିଲନାଡ଼ୁମାଲେଶିଆରେ ସୁଟ୍ କରାଯାଇଥିଲା ।

ଶ୍ରୀମନ୍ଥୁଡ଼ୁ ଏବଂ ଏହାର ତାମିଲ୍ ଡବିଂ ସେଲବାନ୍ଧନ ଏହା ଦିନେ ୭ ଅଗଷ୍ଟ ୨୦୧୫ରେ ସାରା ବିଶ୍ୱରେ ପାଖାପାଖି ୨୫୦୦ ପ୍ରକ୍ଷାଳରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ଆରମ୍ଭରୁ ସେତେଟା ଅଧିକ ସଫଳ ହୋଇନଥିଲେ ମଧ୍ୟ ସମୁଦାୟ ୨୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିଲା, ଯାହାକି ତେଲୁଗୁ କଥାଚିତ୍ର ଜଗତରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ୩ୟ ସ୍ଥାନରେ ଥିଲା । ଏହ କଥାଚିତ୍ରଟିର ନିର୍ମାଣ କରିବା ପାଇଁ ପାଖାପାଖି ୪୦ରୁ ୭୦ କୋଟି ଟଙ୍କା ବ୍ୟୟ ହୋଇଥିଲା । ଏହି କଥାଚିତ୍ରଟିର ମୁକ୍ତିଲାଭ ପରେ ଅନେକ ଅଭିନେତା/ଅଭିନେତ୍ରୀ, ରାଜନେତା ଏବଂ ବ୍ୟବସାୟୀମାନେ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶର ପଛୁଆ ବର୍ଗର ଗାଁମାନଙ୍କୁ ଉନ୍ନତ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଥିଲେ ।

ଆଧାର[ସମ୍ପାଦନା]

  1. "ଶ୍ରୀମନ୍ଥୁଡ଼ୁ (12A)". British Board of Film Classification. 10 August 2015. Archived from the original on 12 November 2015. Retrieved 11 August 2015.
  2. H. Hooli, Shekhar (27 May 2015). "Mahesh Babu's 'Srimanthudu' Theatrical Rights Bought at Record Price". International Business Times India. Archived from the original on 9 June 2015. Retrieved 9 June 2015.
  3. Kavirayani, Suresh (3 September 2015). "ଶ୍ରୀମନ୍ଥୁଡ଼ୁ crosses Rs 150 crore". Deccan Chronicle. Archived from the original on 3 September 2015. Retrieved 3 September 2015.
  4. "ମହେଶ ବାବୁ's 'ଶ୍ରୀମନ୍ଥୁଡ଼ୁ' to release as 'Selvandhan' in Tamil". The Indian Express. Indo-Asian News Service. 25 July 2015. Archived from the original on 25 July 2015. Retrieved 25 July 2015.
  5. "'Janatha Garage' box office collection: Will Jr NTR's film beat 'Sarrainodu,' 'ଶ୍ରୀମନ୍ଥୁଡ଼ୁ,' 'Magadheera' lifetime records". International Business Times India. 14 September 2016. Archived from the original on 15 March 2017. Retrieved 15 March 2017.

ବାହାର ଆଧାର[ସମ୍ପାଦନା]