ତ୍ୱକ କର୍କଟ

ଉଇକିପିଡ଼ିଆ‌ରୁ
(Skin cancerରୁ ଲେଉଟି ଆସିଛି)
Skin cancer
A basal cell carcinoma. Note the pearly appearance and telangiectasia.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିoncology[*], dermatology[*]
ଆଇସିଡ଼ି-୧୦C43.-C44.
ଆଇସିଡ଼ି-୯-ସିଏମ୍172, 173
ଆଇସିଡ଼ି-ଓ8010-8720
ମେଡ଼ିସିନ-ପ୍ଲସ001442
ଇ-ମେଡ଼ିସିନarticle/276624, article/870538, article/1100753, article/1965430
MeSHD012878

ଚର୍ମ କର୍କଟ (ଇଂରାଜୀରେ Skin cancers) ବା ତ୍ୱକ କର୍କଟ ରୋଗ ଚର୍ମରୁ ବାହାରୁଥିବା କେତେକ ପ୍ରକାର କର୍କଟ ରୋଗମାନଙ୍କର ଏକ ସାମୂହିକ ନାମ । ଚର୍ମରୁ କେତେକ ଅସାଧାରଣ ଜୀବକୋଷ ତିଆରି ହୁଅନ୍ତି ଯାହାର ନିକଟ ଓ ଦୂରବର୍ତ୍ତୀ ସ୍ଥାନ‌କୁ ବ୍ୟାପିବା ବା ମେଟାସ୍ଟାସିସ କ୍ଷମତା ଥାଏ ।[୧] ମୂଖ୍ୟତଃ ତିନି ପ୍ରକାର ଚର୍ମ କର୍କଟ ଦେଖାଯାଏ: ବାସାଲ ସେଲ୍ କର୍କଟ ବା ବି.ସି.ସି., ସ୍କ୍ୱାମସ୍ ସେଲ କର୍କଟ ବା ଏସ.ସି.ସି. ଓ ମେଲାନୋମା[୨] ପ୍ରଥମ ଦୁଇଟି ସ‌ହ ଅନ୍ୟ କେତେକ ଛୋଟ ଛୋଟ ଚର୍ମ କର୍କଟକୁ ମିଶେଇ ନନ୍‌ମେଲାନୋମା ଚର୍ମ କର୍କଟ ବା ଏନ.ଏମ.ଏସ.ସି ନାମ ଦିଆଯାଇଛି ।[୩][୪] ବାସାଲ ସେଲ ଚର୍ମ କର୍କଟ ବ‌ହୁତ ଧୀରେ ବଢ଼େ, ଏହାଇ ନିକଟବର୍ତ୍ତୀ ସ୍ଥାନ‌କୁ ମାଡ଼ିଯାଏ କିନ୍ତୁ ଦୂରବର୍ତ୍ତୀ ସ୍ଥାନ‌କୁ ଯାଏନି ଓ ଏହାଦ୍ୱାରା ମୃତ୍ୟୁ ସମ୍ଭାବନା ନାହିଁ । [୩] ଅଧିକାଂଶ କ୍ଷେତ୍ରରେ ଗୋଟିଏ ଯାଗାରେ ଚର୍ମ ଉଚ୍ଚା ଦେଖାଯାଏ, କଷ୍ଟ ହୁଏନି, ତାହା ଉପରେ ସରୁ ରକ୍ତନଳୀମାନ ଥିବାରୁ ଚିକ୍ ଚିକ୍ ଦେଖାଯାଏ ଯାହାକୁ ଟେଲାଞ୍ଜିଏକ୍ଟାସିଆ କୁହାଯାଏ, ଅନ୍ୟ କେତେକ ସ୍ଥାନରେ ଉଚ୍ଚ ଚର୍ମ ସ୍ଥାନରେ ଘାଆ ବା ଅଲ୍‌ସର ଦେଖାଯାଏ । [୨] ସ୍କ୍ୱାମସ୍ ସେଲ କର୍କଟ ମାଡ଼ିଯାଏ ।[୩] ଏହି ରୋଗରେ ଚମରେ ଗୋଟିଏ ଗୋଟାଳି ବାହାରେ ଯାହାର ଉପର ଭାଗ କାତି ଭଳି ଥାଏ କିନ୍ତୁ ତା ଉପରେ ଘାଆ ମଧ୍ୟ ହୋଇପାରେ ।[୫] ମେଲାନୋମା ଅତ୍ୟନ୍ତ ଆଗ୍ରେସିଭ ବା ବ୍ୟାପିବାଗୁଣ ସମ୍ପର୍ଣ୍ଣ । ଏହାର ଲକ୍ଷଣ: ଚମରେ ଥିବା ଯାଇର ଆକାର, ଆୟତନ, ରଙ୍ଗ ବଦଳେ, ଧାର ଅନିୟମିତ ହୁଏ, ଏକାଧିକ ରଙ୍ଗୀନ ହୁଏ ଓ ଗଲୁ ହୁଏ ତ‌ଥା ରକ୍ତସ୍ରାବ ହୁଏ । [୬]

ସୂର୍ଯ୍ୟରୁ ଆସୁଥିବା ଅତିବାଇଗିଣୀ ରଶ୍ମୀ (ultraviolet radiation) ଦେହରେ ପଡ଼ିବାଦ୍ୱାରା ପ୍ରାୟ ୯୦ %ରୁ ଅଧିକ ଚର୍ମ କର୍କଟ ରୋଗ ହୁଏ । [୭] ଏହି ରଶ୍ମୀ ପ୍ରଭାବଦ୍ୱାରା ସମସ୍ତ ତିନି ପ୍ରକାର ଚର୍ମ କର୍କଟ ହୁଏ । [୭] ପତଳା ଓଜୋନ ସ୍ତର ଯୋଗୁ ଆଂଶିକ ଭାବେ ଅଧିକ ଓଜୋନ ପ୍ରଭାବ ପଡ଼ୁଛି । [୩] ଏହି ରାଡିଏସନ୍‌ର ଆଉ ଏକ ଉତ୍ସ ହେଲା ଟାନ୍ନିଙ୍ଗ ବିଛଣା (Tanning beds) । [୭] ଶୈଶବ ଅବସ୍ଥାରେ ଏହାର ପ୍ରଭାବ ବିପଦଜନ‌କ । [୮] ସ୍କ୍ୱାମସ୍ ସେଲ କର୍କଟ ହେବା ନିମନ୍ତେ ସମ୍ପୁର୍ଣ୍ଣ ଅତିବାଇଗିଣୀ ରଶ୍ମୀ ପ୍ରଭାବ ଗୁରୁତ୍ତ୍ୱପୂର୍ଣ୍ଣ । [୭] ତିଳ ବା ଯାଇରୁ ୨୦ %ରୁ ୩୦ % ମେଲାନୋମା ବାହାରେ । [୮] ଫିକା ରଙ୍ଗସମ୍ପର୍ଣ୍ଣ ବ୍ୟକ୍ତିଙ୍କର ଏହି ରୋଗ ସଙ୍କଟ ଅଧିକ ରହେ,[୨] ଆଉ ମଧ୍ୟ ଇମ୍ମ୍ୟୁନିଟି କମ ଥିଲେ ବା ଏଚ.ଆଇ.ଭି/ଏଡ୍‌ସ ଥିଲେ ସଙ୍କଟ ଅଧିକ ରହେ ।[୩][୯] ବାୟୋପ୍ସିଦ୍ୱାରା ରୋଗ ନିର୍ଣ୍ଣୟ ହୁଏ । [୬]

ମେଲାନୋମା ଓ ସ୍କ୍ୱାମସସେଲ କର୍କଟ ରୋଗର ପ୍ରତିଷେଧ ଭାବେ ଅତିବାଇଗିଣୀ ରଶ୍ମୀ ସଂସ୍ପର୍ଶରେ କମ ଆସିବା ଓ ସନସ୍କ୍ରିନ ବ୍ୟବ‌ହାର ଆବଶ୍ୟକ । [୮][୧୦] ସନସ୍କ୍ରିନ ବ୍ୟବ‌ହାରଦ୍ୱାରା ବାସାଲ ସେଲ କର୍କଟ ସଙ୍କଟ ଦୂରିଭୁତ ହେବା ବିଷୟରେ ସନ୍ଦେହ ଅଛି । [୧୦] ନନମେଲାନୋମା ଚର୍ମ କର୍କଟ ଆରୋଗ୍ୟସାଧ୍ୟ । [୩] ସାଧାରଣତଃ ଅପରେଶନ କରି କାଢ଼ିଦିଆଯାଏ କିନ୍ତୁ କେତେକ କ୍ଷେତ୍ରରେ ରାଡିଏସନ ଥେରାପି ଓ ସ୍ଥାନିୟ ମଲମ ଯେପରିକି ଫ୍ଲୋରୋରାସିଲ ଦରକାର ହୁଏ । [୨] ମେଲାନୋମା ଚିକିତ୍ସା ନିମନ୍ତେ ଅପରେଶନ, କେମୋଥେରାପିଟାର୍ଗେଟେଡ ଥେରାପି ବ୍ୟବ‌ହାର କରାଯାଏ ।[୬] ଦେହର ଅନ୍ୟ ଅଙ୍ଗକୁ ବ୍ୟାପିଥିଲେ ଉନ୍ନତ ଜୀବଚ‌ଚର୍ଯ୍ୟା ସାହାଯ୍ୟରେ ପାଲିଏଟିଭ ଯତ୍ନ କରାଯାଏ । [୬] କର୍କଟ ରୋଗମାନଙ୍କ ମଧ୍ୟରେ ମେଲାନୋମାର ସର୍ବାଧିକ ପାଞ୍ଚ ବର୍ଷିଆ ଆୟୁଷ ହାର ଅଛି, ଇଂଲଣ୍ଡରେ ୮୬ % ଓ ଆମେରିକାରେ ୯୦ % । [୧୧][୧୨]

ପୃଥିବୀରେ ଏହା ଏକ ସାଧାରଣ କର୍କଟ ରୋଗ ଯାହା ଅତି କମରେ ୪୦ % ଦେଖାଯାଏ ।[୩][୧୩] ହାଲୁକା ରଙ୍ଗ ବିଶିଷ୍ଟ ଚର୍ମରେ ଏହା ସାଧାରଣତଃ ଦେଖାଯାଏ ।[୧୪] ନନମେଲାନେମା ଅତି ସାଧାରଣ ଓ ବର୍ଷରେ ପ୍ରାୟ ୨-୩ ନିୟୁତ ଲୋକ ଏହାର ଶିକାର ହୁଅନ୍ତି ।[୮][୧୫] ଏହା ଏକ ରଫ୍ ହିସାବ, ଭଲ ପରିସଂଖ୍ୟାନ ରଖାଯାଇନାହିଁ । [୨] ନନମେଲାନୋମା ମଧ୍ୟରେ ୮୦ % ବାସାଲ ଓ ୨୦ % ସ୍କ୍ୱାମସ ସେଲ କର୍କଟ ଦେଖାଯାଏ । [୪] ଏହି ଦୁଇ ପ୍ରକାର କର୍କଟ ରୋଗରେ କ୍ୱଚିତ କେହି ମରନ୍ତି । [୮] ସବୁ କର୍କଟ ମୃତ୍ୟୁରେ ଏହାର ସଂଖ୍ୟା 0.୧%ରୁ କମ । [୨] ସନ ୨୦୧୨ରେ ପୃଥିବୀରେ ୨୩୨,୦୦୦ ଲୋକଙ୍କର ମେଲାନୋମା ହୋଇ ୫୫,୦୦୦ ଲୋକ ମରିଯାଇଥିଲେ । [୮] ପୃଥିବୀରେ ସବୁଠାରୁ ଅଧିକ ମେଲାନୋମା ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡରେ ଦେଖାଯାଆନ୍ତି । [୮] ବିତ ୨୦ରୁ ୪୦ ବର୍ଷ ମଧ୍ୟରେ ତନି ପ୍ରକାର ଚର୍ମ କର୍କଟ ମୂଖ୍ୟତଃ ଶ୍ୱେତ ଚର୍ମ ବିଶିଷ୍ଟ ଲୋକ ବା କ‌କେସିଆନ ଲୋକ ବାସକରୁଥିବା ସ୍ଥାନରେ ହୁଏ ।[୩][୮]

ଆଧାର[ସମ୍ପାଦନା]

  1. "Defining Cancer". National Cancer Institute. Retrieved 10 June 2014.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Skin Cancer Treatment (PDQ®)". NCI. 2013-10-25. Retrieved 30 June 2014.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Cakir, BÖ; Adamson, P; Cingi, C (November 2012). "Epidemiology and economic burden of nonmelanoma skin cancer". Facial plastic surgery clinics of North America. 20 (4): 419–22. doi:10.1016/j.fsc.2012.07.004. PMID 23084294.
  4. ୪.୦ ୪.୧ Marsden, edited by SajjadRajpar, Jerry (2008). ABC of skin cancer. Malden, Mass.: Blackwell Pub. pp. 5–6. ISBN 9781444312508. {{cite book}}: |first1= has generic name (help)CS1 maint: multiple names: authors list (link)
  5. Lynne M Dunphy (2011). Primary Care: The Art and Science of Advanced Practice Nursing. F.A. Davis. p. 242. ISBN 9780803626478.
  6. ୬.୦ ୬.୧ ୬.୨ ୬.୩ "General Information About Melanoma". NCI. 2014-04-17. Retrieved 30 June 2014.
  7. ୭.୦ ୭.୧ ୭.୨ ୭.୩ Gallagher, RP; Lee, TK; Bajdik, CD; Borugian, M (2010). "Ultraviolet radiation". Chronic diseases in Canada. 29 Suppl 1: 51–68. PMID 21199599.
  8. ୮.୦ ୮.୧ ୮.୨ ୮.୩ ୮.୪ ୮.୫ ୮.୬ ୮.୭ World Cancer Report 2014. World Health Organization. 2014. pp. Chapter 5.14. ISBN 9283204298.
  9. Chiao, EY; Krown, SE (September 2003). "Update on non-acquired immunodeficiency syndrome-defining malignancies". Current opinion in oncology. 15 (5): 389–97. doi:10.1097/00001622-200309000-00008. PMID 12960522.
  10. ୧୦.୦ ୧୦.୧ Jou, PC; Feldman, RJ; Tomecki, KJ (June 2012). "UV protection and sunscreens: what to tell patients". Cleveland Clinic journal of medicine. 79 (6): 427–36. doi:10.3949/ccjm.79a.11110. PMID 22660875.
  11. "SEER Stat Fact Sheets: Melanoma of the Skin". NCI. Retrieved 18 June 2014.
  12. "Release: Cancer Survival Rates, Cancer Survival in England, Patients Diagnosed 2005-2009 and Followed up to 2010". Office for National Statistics. 15 November 2011. Retrieved 30 June 2014.
  13. Dubas, LE; Ingraffea, A (February 2013). "Nonmelanoma skin cancer". Facial plastic surgery clinics of North America. 21 (1): 43–53. doi:10.1016/j.fsc.2012.10.003. PMID 23369588.
  14. Leiter, U; Garbe, C (2008). "Epidemiology of melanoma and nonmelanoma skin cancer--the role of sunlight". Advances in experimental medicine and biology. 624: 89–103. doi:10.1007/978-0-387-77574-6_8. PMID 18348450.
  15. "How common is skin cancer?". World Health Organization. Retrieved 30 June 2014.