ସିଦ୍ଧାର୍ଥ ଶେଖର ସିଂହ

ଉଇକିପିଡ଼ିଆ‌ରୁ
(Siddharth Sekhar Singhରୁ ଲେଉଟି ଆସିଛି)
ସିଦ୍ଧାର୍ଥ ଶେଖର ସିଂହ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀବିଜୟଲକ୍ଷ୍ମୀ ପଟ୍ଟନାୟକ
ପର ଅଧିକାରୀଅନୁଭବ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀଖଣ୍ଡପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1975-12-15) ୧୫ ଡିସେମ୍ବର ୧୯୭୫ (ବୟସ ୪୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ
ଜୀବନ ସାଥୀଅଲୋକିତା ସିଂହ
ବାପା/ବୋଉବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ (ବାପା)
ଦେବୀକା ଦେବୀ (ମାଆ)
ବୃତ୍ତିରାଜନୀତିଜ୍ଞ

ସିଦ୍ଧାର୍ଥ ଶେଖର ସିଂହ (ଜନ୍ମ: ୧୫ ଡିସେମ୍ବର ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସିଦ୍ଧାର୍ଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସିଦ୍ଧାର୍ଥ ଶେଖର ସିଂହ ୧୯୭୫ ମସିହାର ଡିସେମ୍ବର ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ ଏବଂ ମାଆଙ୍କ ନାମ ଦେବୀକା ଦେବୀ । ସିଦ୍ଧାର୍ଥଙ୍କ ପତ୍ନୀଙ୍କ ନାମ ଅଲୋକିତା ସିଂହ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସିଦ୍ଧାର୍ଥ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କାର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Siddharth Sekhar Singh". odishaassembly.nic.in. Odisha Assembly. Retrieved 15 April 2020.