ଶିଶୁପାଳ (ମହାଭାରତ)

ଉଇକିପିଡ଼ିଆ‌ରୁ
(Shishupalaରୁ ଲେଉଟି ଆସିଛି)

ଶିଶୁପାଳ ହିନ୍ଦୁ ମହାକାବ୍ୟ ମହାଭାରତର ଏକ ଚରିତ୍ର ଯେ କି ଚେଦି ରାଜ୍ୟର ରାଜା ଥିଲେ । ମହାଭାରତରେ ଆଦି ପର୍ବର ୬୩ ଅଧ୍ୟାୟର , ୧୦-୧୨ ଛନ୍ଦର ବର୍ଣ୍ଣନା ଅନୁସାରେ, ଶିଶୁପାଳଙ୍କ ରାଜ୍ୟ ଶାସନ ଅତ୍ୟନ୍ତ ଉତ୍ତମ ଥିଲା ଏବଂ ରାଜ୍ୟର ଲୋକମାନେ ସଦାଚାର ସଂପନ୍ନ ଥିଲେ । ସେ କୃଷ୍ନଙ୍କଦ୍ୱାରା ନିହତ ହୋଇଥିଲେ । ଯୁଧିଷ୍ଠିରଙ୍କ ରାଜାଭିଷେକ ଉତ୍ସବରେ କୃଷ୍ଣଙ୍କ ପ୍ରତି ତାଙ୍କର ଅପମାନର ଦଣ୍ଡ ସ୍ୱରୂପ କୃଷ୍ଣ ସୁଦର୍ଶନ ଚକ୍ର ସାହାଯ୍ୟରେ ତାଙ୍କର ନିଧନ କରିଥିଲେ ।[୧]

କୃଷ୍ନଙ୍କଦ୍ୱାରା ଶିଶୁପାଳ ବଦ୍ଧ

ଜନ୍ମ[ସମ୍ପାଦନା]

କଥିତ ଅଛି ଯେ ଜନ୍ମ ବେଳେ ଶିଶୁପାଳ ଏକ ତିନି ଆଖି ଏବଂ ଚାରି ହାତ ବିଶିଷ୍ଟ ଶିଶୁ ଭାବେ ଜନ୍ମ ନେଇଥିଲେ । ଏଭଳି ଅଦ୍ଭୁତ ରୂପ ସହ ଜନ୍ମ ହେବା ମାତ୍ରେ ସେ ଏପରି ଚିତ୍କାର କରିଥିଲେ ଯେ ଏଥିରେ ଭୟଭୀତ ହୋଇ ତାଙ୍କ ପିତାମାତା ତାଙ୍କୁ ହତ୍ୟା କରିବାକୁ ଚିନ୍ତା କରିଥିଲେ । ଏକ ଐଶ୍ୱରୀୟ ସ୍ୱର ସେମାନଙ୍କୁ କହିଲା ଯେ ପିଲାଟି ଭବିଷ୍ୟତରେ ଜଣେ ଶକ୍ତିଶାଳୀ ରାଜା ହେବ ଏବଂ ଭବିଷ୍ୟତରେ ଯେଉଁ ବ୍ୟକ୍ତିଙ୍କ କୋଳରେ ବସିଲେ ତାଙ୍କର ଅତିରିକ୍ତ ଅଙ୍ଗ ଅଦୃଶ୍ୟ ହୋଇଯିବ, ସେହି ବ୍ୟକ୍ତି ଜନଙ୍କଦ୍ୱାରା ହିଁ ସେ ନିହତ ହେବ ।[୨]

ମହାଭାରତରେ ଶିଶୁପାଳ[ସମ୍ପାଦନା]

ମହାଭାରତରେ ଦର୍ଶାଯାଇଛି ଯେ ଶିଶୁପାଳ ତିନି ଆଖି ଏବଂ ଚାରି ବାହୁ ଥାଇ ଜନ୍ମ ହୋଇଥିଲେ । ତାଙ୍କ ପିତାମାତା ତାଙ୍କୁ ଫୋପାଡି ଦେବାକୁ ଇଚ୍ଛୁକ ଥିଲେ କିନ୍ତୁ ଏକ ସ୍ୱର (ଆକାଶବାଣୀ) ତାହା ନକରିବାକୁ ଚେତାବନୀ ଦେଇଥିଲେ । ଏହା ମଧ୍ୟ ଭବିଷ୍ୟବାଣୀ କରିଥଲା ଯେ ଯେତେବେଳେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ପିଲାଟିକୁ ତାଙ୍କ କୋଳରେ ବସାଇବା ମାତ୍ରେ ଏବଂ ତାଙ୍କର ସେହି ଅତିରିକ୍ତ ଅଙ୍ଗଗୁଡିକ ଅଦୃଶ୍ୟ ହୋଇଯିବ, ଶେଷରେ ସେ ସେହି ବ୍ୟକ୍ତିଙ୍କ ହାତରେ ହିଁ ନିଧନ ହେବ । ତାଙ୍କ ସମ୍ପର୍କୀୟଙ୍କୁ ଦେଖା କରିବାକୁ ଆସି କୃଷ୍ଣ ପିଲାଟିକୁ ନିଜ କୋଳରେ ବସାଇଥିଲେ ଏବଂ ଅକସ୍ମାତ ଶିଶୁପାଳର ଅତିରିକ୍ତ ଆଖି ଏବଂ ବାହୁ ଅଦୃଶ୍ୟ ହୋଇଯାଇଥିଲା, ଯାହାଦ୍ୱାରା ଶିଶୁପାଳଙ୍କ ମୃତ୍ୟୁ ଯେ କୃଷ୍ଣଙ୍କ ହାତରେ ହେବ ଏହା ସ୍ପଷ୍ଟ ହୋଇଗଲା । ଏହା ଜାଣିପାରି, ଶିଶୁପାଳଙ୍କ ମା ତାଙ୍କ ପୁତୁରା କୃଷ୍ଣଙ୍କୁ ପ୍ରବର୍ତ୍ତାଇଲେ ଯେ ସେ ତାଙ୍କ ସମ୍ପର୍କୀୟ ଶିଶୁପାଳଙ୍କୁ ଶହେ ଅପରାଧ ପାଇଁ କ୍ଷମା କରିବେ ।

ମହାଭାରତର ବର୍ଣ୍ଣନା ଅନୁସାରେ ବିଦର୍ଭରାଜଙ୍କର ପାଞ୍ଚ ପୁଅ ରୁକ୍ମ , ରୁକ୍ମରଥ, ରୁକ୍ମବାହୁ, ରୁକ୍ମକେଶ ଏବଂ ରୁକ୍ମମାଳି ଏବଂ ରୁକ୍ମଣୀ ନାମକ ଏକ ଝିଅ ଥିଲେ । ରୁକ୍ମଣୀ ଗୁଣବତୀ ତଥା ବହୁତ ସୁନ୍ଦରୀ ଥିଲେ । ତାଙ୍କ ପିତାମାତା ଚାହୁଁଥିଲେ ଯେ ସେ କୃଷ୍ଣଙ୍କୁ ବିବାହ କରନ୍ତୁ କିନ୍ତୁ ରୁକ୍ମ (ରୁକ୍ମିଣୀଙ୍କ ବଡ଼ ଭାଇ) ଚାହୁଁଥିଲେ ଯେ ତାଙ୍କ ଭଉଣୀ ଚେଡିରାଜ ଶିଶୁପାଳଙ୍କୁ ବିବାହ କରନ୍ତୁ । ରୁକ୍ମଣୀ କିନ୍ତୁ କୃଷ୍ଣଙ୍କ ପ୍ରତି ଆକର୍ଷିତ ହୋଇଥିଲେ, ତେଣୁ ସେ ଜଣେ ବ୍ରାହ୍ମଣଙ୍କ ହାତରେ କୃଷ୍ଣଙ୍କୁ ଏକ ବାର୍ତ୍ତା ପଠାଇଲେ । ବାର୍ତ୍ତା ଆଣିଥିବା ବ୍ରାହ୍ମଣଙ୍କୁ କୃଷ୍ଣ କହିଛନ୍ତି, "ହେ ବ୍ରାହ୍ମଣ ଦେବତା! ରୁକ୍ମିଣୀ ମୋତେ ଯେତିକି ଭଲ ପାଆନ୍ତି ମୁଁ ମଧ୍ୟ ତାଙ୍କୁ ଭଲ ପାଏ । ମୁଁ ଜାଣେ ଯେ ରୁକ୍ମଣୀଙ୍କ ପିତାମାତା ଚାହୁଁଛନ୍ତି ଯେ ରୁକ୍ମଣୀମୋତେ ବିବାହ କରନ୍ତୁ କିନ୍ତୁ ମୋ ସହିତ ତାଙ୍କର ଶତ୍ରୁତା ହେତୁ ଭାଇ ରୁକ୍ମ ତାଙ୍କୁ ଏପରି କରିବାକୁ ବାରଣ କରୁଛନ୍ତି । ତୁମେ ଯାଇ ରାଜକୁମାରୀ ରୁକ୍ମଣୀଙ୍କୁ କୁହ ଯେ ମୁଁ ନିଶ୍ଚିତ ଭାବେ ତାଙ୍କୁ ବିବାହ କରିବି । " କୃଷ୍ଣ ରୁକ୍ମଣୀଙ୍କୁ ବିବାହ କରିଥିଲେ, କିନ୍ତୁ ଚେଦିରାଜ ଶିଶୁପାଳ ଏହାକୁ ଅପମାନ ବୋଲି ଭାବି କୃଷ୍ଣଙ୍କୁ ତାଙ୍କର ଶତ୍ରୁ ବୋଲି ଭାବିବାକୁ ଲାଗିଲେ ।[୩]

ଯେତେବେଳେ ଯୁଧିଷ୍ଠିର ରାଜସୁୟ ଯଜ୍ଞ ଅନୁଷ୍ଠାନ କଲେ, ସେତେବେଳେ ସମସ୍ତ ପ୍ରମୁଖ ରାଜାଙ୍କୁ ଯଜ୍ଞରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା ଯେଉଁଥିରେ ଚେଦିରାଜ ଶିଶୁପାଳକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ଶିଶୁପାଳ ଯୁଧିଷ୍ଠିରଙ୍କ ନିମନ୍ତ୍ରଣ ଗ୍ରହଣ କଲେ ଏବଂ ଇନ୍ଦ୍ରପ୍ରସ୍ଥଠାରେ ଉକ୍ତ ସମାରୋହରେ ଉପସ୍ଥିତ ହେଲେ । ସେହି କାର୍ଯ୍ୟକ୍ରମରେ ପାଣ୍ଡବମାନେ ନିଷ୍ପତ୍ତି ନେଇଥିଲେ ଯେ କୃଷ୍ଣ ଉକ୍ତ ରାଜସୂୟ ଯଜ୍ଞ ସମାରୋହର ବିଶେଷ ସମ୍ମାନିତ ଅତିଥି ହେବେ । ଭୀଷ୍ମ ଶ୍ରୀକୃଷ୍ଣଙ୍କ ଉପସ୍ଥିତିକୁ ସୂର୍ଯ୍ୟ ସହିତ ତୁଳନା କରିଥିଲେ ଏବଂ ଘୋଷଣା କଲେ ଯେ କୃଷ୍ଣ ହିଁ କେବଳ ପ୍ରଥମ ଅର୍ଘ୍ୟର ଯୋଗ୍ୟ । ଯୁଧିଷ୍ଠିର ଖୁସିରେ ରାଜି ହେଲେ ଏବଂ ତାଙ୍କ ଆଦେଶକ୍ରମେ ସହଦେବ ଶ୍ରୀ କୃଷ୍ଣଙ୍କୁ ପ୍ରଥମ ଅର୍ଘ୍ୟ ପ୍ରଦାନ କଲେ । ଶିଶୁପାଳ ଏହାକୁ ସହି ପାରିଲା ନାହିଁ ଏବଂ ସେ ଯୁଧିଷ୍ଠିର, ଭୀମା ଏବଂ କୃଷ୍ଣଙ୍କୁ ତୀବ୍ର ବିରୋଧ କରିଥିଲେ ।[୨] ଶିଶୁପାଳ କ୍ରୋଧିତ ହୋଇ କୃଷ୍ଣଙ୍କୁ ଅପମାନିତ କରିବାକୁ ଲାଗିଲେ । ସେ ମଧ୍ୟ ଭୀଷ୍ମଙ୍କୁ ଅପମାନିତ କରିବାକୁ ଲାଗିଲେ । ଭୀଷ୍ମ କ୍ରୋଧିତ ହୋଇ ଶିଶୁପାଲାଙ୍କୁ ଧମକ ଦେଇଥିଲେ, ହେଲେ କୃଷ୍ଣ ତାଙ୍କୁ ଶାନ୍ତ କରିଥିଲେ । ଏହି କାର୍ଯ୍ୟ ମାଧ୍ୟମରେ ସେ ନିଜର ୧୦୦ତମ ପାପ କରିଥିଲେ ଏବଂ କୃଷ୍ଣ ତାଙ୍କୁ କ୍ଷମା କରିଥିଲେ । ଯେତେବେଳେ ସେ ପୁନର୍ବାର କୃଷ୍ଣଙ୍କୁ ଅପମାନିତ କଲେ, ସେତେବେଳେ ସେ ତାଙ୍କର ୧୦୧ତମ ପାପ କଲେ । ଏହା ପରେ କୃଷ୍ଣ ତାଙ୍କ ସୁଦର୍ଶନ ଚକ୍ରକୁ ଶିଶୁପାଳ ଉପରେ ଛାଡ଼ିଦେଇ ତାଙ୍କୁ ହତ୍ୟା କରିଥିଲେ । କୃଷ୍ଣଙ୍କ ଶରୀରରେ ମିଶି ଶିଶୁପାଳଙ୍କ ଆତ୍ମା ​​ମୁକ୍ତି ପାଇଲା ।

କାବ୍ୟକୃତି[ସମ୍ପାଦନା]

"ଶିଶୁପାଳ ବଧ" ହେଉଛି ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀରେ ମାଘଙ୍କଦ୍ୱାରା ରଚିତ ଏକ ଶାସ୍ତ୍ରୀୟ ସଂସ୍କୃତ କାବ୍ୟ । ଏହି ସଂସ୍କୃତ ମହାକାବ୍ୟ ୨୦ଟି ସର୍ଗ ଏବଂ ପ୍ରାୟ ୧୮୦୦ ଆଲଙ୍କାରିକ ପଦକୁ ନେଇ ରଚିତ । ସଂସ୍କୃତ ଭାଷାର ଛାଟି ମହାକାବ୍ୟ ବା “ମହାନ ଉପନ୍ୟାସ” ମଧ୍ୟରୁ ଏହା ଗୋଟିଏ ଭାବରେ ପରିଗଣିତ ହୁଏ । ଏହାର ରଚୟିତାଙ୍କ ନାମରେ ଏହା "ମାଘ-କାବ୍ୟ" ନାମରେ ମଧ୍ୟ ଜଣାଶୁଣା ।

ଆଧାର[ସମ୍ପାଦନା]

  1. "The story of Shishupala". Indian mythology. 24 March 2016. Retrieved 15 December 2020.
  2. ୨.୦ ୨.୧ "The Slaying of Sisupala: Mahabharat Katha". Anaadi Foundation Blog. Archived from the original on 28 July 2021. Retrieved 15 December 2020.
  3. "Mahabharata | Definition, Story, History, & Facts". Encyclopedia Britannica (in ଇଂରାଜୀ). Retrieved 16 December 2020.