Jump to content

ଶବନମ

ଉଇକିପିଡ଼ିଆ‌ରୁ
(Shabnamରୁ ଲେଉଟି ଆସିଛି)
ଶବନମ
শবনম
ଜନ୍ମ
ଝରଣା ବସାକ

(1942-08-17) ୧୭ ଅଗଷ୍ଟ ୧୯୪୨ (ବୟସ ୮୩)
ଢାକା, ବାଂଲା ପ୍ରେସିଡେନ୍ସି, ବ୍ରିଟିଶ ଭାରତ
ଜାତୀୟତାବଙ୍ଗଳାଦେଶୀ
ପାକିସ୍ତାନୀ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୬୧–୧୯୯୯
ବୈବାହିକ-ସାଥୀ
ରବିନ ଘୋଷ
(m. ୧୯୬୪; ଛାଞ୍ଚ:Dcପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")
ପୁରସ୍କାରନିଗାର ପୁରସ୍କାର

ଝରଣା ବସାକ (ଜନ୍ମ:(1942-08-17)ଅଗଷ୍ଟ ୧୭, ୧୯୪୨


, ଜନ୍ମସ୍ଥାନ: ଢାକା, ବାଂଲା ପ୍ରେସିଡେନ୍ସି, ବ୍ରିଟିଶ ଭାରତ)[] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ଶବନମ ନାମରେ କଥାଚିତ୍ର ଜଗତରେ ପ୍ରସିଦ୍ଧ । ବାଂଲାଦେଶ ପାକିସ୍ତାନଠାରୁ ସ୍ୱାଧୀନ ହେବା ପୂର୍ବରୁ ଶବନମ ପାକିସ୍ତାନ କଥାଚିତ୍ର ଜଗତ ଏବଂ ବିଭିନ୍ନ ମଞ୍ଚରେ ଅଭିନୟ କରୁଥିଲେ ।[] ପାକିସ୍ତାନୀ ଅଭିନେତା ୱାହୀଦ ମୁରାଦ ଶବନମଙ୍କୁ ପାକିସ୍ତାନୀ କଥାଚିତ୍ର ଜଗତରେ ଅଭିନୟ କରିବା ପ୍ରଥମ ସୁଯୋଗ ଦେଇଥିଲେ । ସେ ତାଙ୍କୁ ୧୯୬୮ ମସିହାରେ ପାକିସ୍ତାନୀ କଥାଚିତ୍ର ଜଗତରେ ତାଙ୍କ କଥାଚିତ୍ର ସମୁନ୍ଦର କଥାଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଶବନମ ୬୦, ୭୦ ଏବଂ ୮୦ ଦଶକ ଯାଏଁ ପାକିସ୍ତାନୀ କଥାଚିତ୍ର ଜଗତ ଲଲ୍ଲିଉଡ୍‌ରେ ସକ୍ରିୟ ଥିଲେ । ନିଗାର ପୁରସ୍କାର ପାଇଁ ଶବନମ ଅନେକ ଥର ମନୋନୀତ ହୋଇଥିଲେ ଏବଂ ୧୩ଥର ଏହି ପୁରସ୍କାର ଜିତିଥିଲେ, ଯାହାକି ଜଣେ ଅଭିନେତ୍ରୀ ଭାବରେ ସର୍ବାଧିକ ଅଟେ । ସେ ପାଖାପାଖି ୧୮୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି । ପାକିସ୍ତାନୀ କଥାଚିତ୍ର ଜଗତରେ ସେ ୨୮ ବର୍ଷ ଧରି ସବୁଠାରୁ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଥିଲେ ।[]

୧୯୬୮ ମସିହାରେ ସେ ପୂର୍ବ ପାକିସ୍ତାନରୁ ପଶ୍ଚିମ ପାକିସ୍ତାନକୁ ସ୍ଥାନାନ୍ତରିତ ହୋଇଥିଲେ[] ଏବଂ ସେଠାରେ ୯୦ ଦଶକ ଯାଏଁ ରହିଥିଲେ ଓ ପରେ ପୁଣି ତାଙ୍କର ଜନ୍ମସ୍ଥାନ ବଙ୍ଗଳାଦେଶକୁ ଫେରିଆସିଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଶବନମ ୧୭ ଅଗଷ୍ଟ ୧୯୪୨ରେ ବ୍ରିଟିଶ ଇଣ୍ଡିଆର ଢାକାଠାରେ ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପା ନାନୀ ବସାକ, ଢାକାର ଜଣେ ଫୁଟବଲ ରେଫେରୀ ଥିଲେ । ଜଣେ ବାଳିକା ହିସାବରେ ଶବନମ ତାଙ୍କ ଭଉଣୀ ତୁଳନାରେ ଅନେକ ଦୁଃସାହିକ କାର୍ଯ୍ୟ କରୁଥିଲେ । ଶବନମ ଛୋଟବେଳୁ ବିଭିନ୍ନ ନୃତ୍ୟକଳା ଅଭ୍ୟାସ କରୁଥିଲେ ଏବଂ ତାଙ୍କୁ ଜଣେ ସ‌ହ-ନର୍ତ୍ତକୀ ଭାବରେ ପ୍ରଥମେ ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକା ମିଳିଥିଲା ଓ ଏହିଭଳି କଳାକାର ଭାବରେ ତାଙ୍କର ପେଶା ଆରମ୍ଭ ହୋଇଥିଲା ।[]

ଅଭିନୟ ଜୀବନ

[ସମ୍ପାଦନା]
୧୯୬୨ ମସିହାରେ ଚନ୍ଦା ଚଳଚ୍ଚିତ୍ରର ପୋଷ୍ଟରେ ଶବନମ

ଶବନମଙ୍କ ବାପା ବୁଲବୁଲ ଲଳିତକଳା ଏକାଡେମୀକୁ ଚିକିତ୍ସା ପାଇଁ ଯିବାପାଇଁ, ସେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ଶବନମଙ୍କର ବାପାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ତାଙ୍କୁ ଏଇ ଦେଶ ତମର ଆମର କଥାଚିତ୍ରର ଏକ ନୃତ୍ୟରେ କାମ କରିବାକୁ ଯୋଗାଡ଼ କରିଥିଲେ । ଏହାପରେ ସେ ଏକ ବଙ୍ଗାଳୀ କଥାଚିତ୍ର ହାରୋଣ ଦିନ୍‌ରେ ସେ ନାୟିକା ଭାବରେ ଅଭିନୟ ଆରମ୍ଭ କରିଥିଲେ ।[]

ପଶ୍ଚିମ ପାକିସ୍ତାନର କଥାଚିତ୍ର ନିର୍ଦ୍ଦେଶକ ଏହତେଶାମ ଶବନମଙ୍କୁ ଏକ ଉର୍ଦ୍ଦୁ କଥାଚିତ୍ର ଚନ୍ଦାରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ, ତେଣୁ ସେ ପଶ୍ଚିମ ପାକିସ୍ତାନକୁ ଚାଲିଯାଇଥିଲା । ସେତେବେଳେ ଶବନମଙ୍କର ଉର୍ଦ୍ଦୁ ଠିକ ନଥିବାରୁ ସେ ବଙ୍ଗଳା ଲିପିରେ ସଂଳାପ ଲେଖି ଆଖଡ଼ାରେ ଅଭ୍ୟାସ କରୁଥିଲେ । ଏହି କଥାଚିତ୍ରଟିର ସଙ୍ଗୀତ ଶବନମଙ୍କର ପତି ରବିନ ଘୋଷଙ୍କଦ୍ୱାରା ସଂଯୋଜନା କରାଯାଇଥିଲା । ଏହି କଥାଚିତ୍ରଟିର ଶବନମଙ୍କର ଜୀବନରେ ସବୁଠାରୁ ବଡ଼ ସଫଳ ଚଳଚ୍ଚିତ୍ର ହୋଇଥିଲା, ଯାହାକି ପାକିସ୍ତାନୀ କଥାଚିତ୍ର ଜଗତରେ ବଡ଼ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ।

ବୈବାହିକ ଜୀବନ

[ସମ୍ପାଦନା]

୧୯୬୬ ମସିହାରେ ଶବନମ ପ୍ରସିଦ୍ଧ ସଙ୍ଗୀତ ସଂଯୋଜକ ଏବଂ ନିର୍ଦ୍ଦେଶକ ରବିନ ଘୋଷଙ୍କୁ ବିବାହ କରିଥିଲେ । ଉଭଉଙ୍କର ରୋନୀ ଘୋଷ ନାମରେ ଗୋଟିଏ ପୁଅ ଅଛି । ରବିନ ଘୋଷ ୧୩ ଫେବୃଆରୀ ୨୦୧୬ରେ ଢାକାଠାରେ ମୃତ୍ୟବରଣ କରିଥିଲେ ।[] ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶବନମ ତାଙ୍କ ପତି ରବିନଙ୍କ ସବୁକିଛି ବିଷୟରେ କ‌ହିଥିଲେ ।[] ଶବନମ ଚଳଚ୍ଚିତ୍ର ଜଗତରେ ଅବସର ନେବାପରେ ତାଙ୍କ ପିତାମାତା ଏବଂ ପତିଙ୍କର ମୃତ୍ୟ ପର୍ଯ୍ୟନ୍ତ ସେବା କରିଥିଲେ ।[]

  1. "Legendary actress Shabnam celebrates her birthday". Priyo. 19 August 2010. Archived from the original on 25 August 2011. Retrieved 20 February 2015.
  2. 1 2 "Leaving Pakistan and Lollywood was painful, says Shabnam". Dawn. 11 March 2017. Retrieved 24 August 2017.
  3. 1 2 3 "Meet Pakistan's biggest star from Bangladesh whom India hasn't celebrated!". Times of India Blog (in ଆମେରିକୀୟ ଇଂରାଜୀ). Retrieved 2018-03-25.
  4. 1 2 The biggest star you’ve never heard of
  5. "Music composer Robin Ghosh passes away". The Daily Star (in ଇଂରାଜୀ). 2016-02-13. Retrieved 2018-03-25.
  6. Reporter, Dawn Newspaper Staff (2017-03-11). "Leaving Pakistan and Lollywood was painful, says Shabnam". Images (in ଆମେରିକୀୟ ଇଂରାଜୀ). Retrieved 2018-03-25.
  7. "Shabnam - Indpaedia". indpaedia.com (in ବ୍ରିଟିଶ୍‌ ଇଂରାଜୀ). Archived from the original on 2018-02-28. Retrieved 2018-03-26.

ବାହାର ଆଧାର

[ସମ୍ପାଦନା]