ସିଜୋଫ୍ରେନିଆ
ସିଜୋଫ୍ରେନିଆ | |
---|---|
ଉଚ୍ଚାରଣ |
|
ବିଭାଗ | ମାନସିକ ରୋଗ ଚିକିତ୍ସା ବିଜ୍ଞାନ (Psychiatry) |
ଲକ୍ଷଣ | ହାଲ୍ୟୁସିନେସନ (Hallucination)s ( hearing voices), ଡେଲ୍ୟୁଜନ (delusion), ଦ୍ୱନ୍ଦାତ୍ମକ ଚିନ୍ତା (confused thinking)[୨][୩] |
ଆକ୍ରାନ୍ତ ସମୟ | ବୟସ ୧୬ରୁ ୩୦ [୩] |
ଅବଧି | ସ୍ଥାୟୀ[୩] |
କାରଣ | ପରିବେଶ ଓ ଜେନେଟିକ କାରକ [୪] |
ବିପଦ କାରକ | ପାରିବାରିକ ଇତିହାସ (Family history), ଗଞ୍ଜେଇ ସେବନ (cannabis), ଗର୍ଭ ସମସ୍ୟା, ବୟସାଧିକ୍ୟ ପିତା, ସହରରେ ବିକାଶ ଓ ବସବାସ [୪][୫] |
ରୋଗ ନିର୍ଣ୍ଣୟ ପଦ୍ଧତି | ବ୍ୟବହାର ଅନୁଶୀଳନ, ଅନୁଭୂତି ରିପୋର୍ଟ ଓ ରୋଗୀଙ୍କୁ ଜାଣିଥିବା ଲୋକଙ୍କ ରିପୋର୍ଟ [୬] |
ସଠିକ ରୋଗ ନିର୍ଣ୍ଣୟ | Substance abuse, Huntington's disease, mood disorders (bipolar disorder), autism,[୭] borderline personality disorder[୮] |
ଔଷଧ | ଆଣ୍ଟିସାଇକୋଟିକସ (Antipsychotics)[୪] |
Prognosis | ୨୦ ବର୍ଷ କମ୍ ଆୟୁଷ (life expectancy)[୯][୧୦] |
ପୁନଃପୌନିକ | ~୦.୫%[୧୧][୧୨] |
ମୃତ୍ୟୁ ସାନ୍ଦ୍ରତା | ~୧୭,୦୦୦ (୨୦୧୫)[୧୩] |
ସିଜୋଫ୍ରେନିଆ ଏକ ମାନସିକ ବେମାରୀ ଯେଉଁଥିରେ ଅସ୍ୱାଭାବିକ ସାମାଜିକ ବ୍ୟବହାର ଓ ବାସ୍ତବିକତା ବୁଝିବା ଅକ୍ଷମତା ଭଳି ଲକ୍ଷଣମାନ ଦେଖାଯାଏ ।[୧୪] ଏଥିରେ ସାଧାରଣତଃ ମିଥ୍ୟା ବିଶ୍ୱାସ, ଅସ୍ପଷ୍ଟ ଚିନ୍ତାଧାରା, ନ କୁହା କଥା ଶୁଣାଯିବା, ସାମାଜିକ ମିଳାମିଶା ଓ ଭାବୁକ ଅଭିବ୍ୟକ୍ତି କମିଯିବା ଓ ପ୍ରେରଣା ଅଭାବ ଆଦି ଲକ୍ଷଣମାନ ଦେଖାଯାଏ ।[୨][୩] ଅଧିକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ଉତ୍କଣ୍ଠା, ଅଧିକ ଅବସାଦ ବେମାରୀ ବା ସବ୍ସ୍ଟାନ୍ସ ଡିଜଅର୍ଡ଼ର ଇତ୍ୟାଦି ଦେଖାଯାଏ ।[୧୫] ଲକ୍ଷଣମାନ ଧୀରେ ଧୀରେ ଆସେ,ଅଳ୍ପ ବୟସ୍କ ଯୁବାବସ୍ଥାରେ ଆରମ୍ଭ ହୁଏ ଓ ବହୁତ ଦିନ ପର୍ଯ୍ୟନ୍ତ ରହେ ।[୩][୧୬]
ସିଜୋଫ୍ରେନିଆ ଏକ ଅସାଧାରଣ ମାନସିକ ବ୍ୟାଧି ଯେଉଁଥିରେ ଚିନ୍ତା ଧାରା (Thought process) ବ୍ୟାହତ ହେବା ସହ ଭାବ ପ୍ରବଣତାର(Emotional response) ପ୍ରତିକ୍ରିୟା କମିଯାଏ[୧୭] । ରୋଗ ଲକ୍ଷଣ: ଅନୁଭବ ବିଭ୍ରମ (Hallucination), ମାନସିକ ବିକାର, ଅବାସ୍ତବ ବିଶ୍ୱାସ(Delusion), ଅସଞ୍ଜତ ବାର୍ତ୍ତଳାପ ଓ ଚିନ୍ତାଧାରା । ଏହା ସହ ସମାଜିକ କର୍ତ୍ତବ୍ୟ ଓ କର୍ମକ୍ଷେତ୍ରରେ ମଧ୍ୟ ଅବନତି ହୁଏ । ଏହା ସ୍ୱଳ୍ପ ଯୁବାବସ୍ଥାରେ ଆରମ୍ଭ ହୁଏ । ରୋଗୀର ବ୍ୟବହାର, ଅନୁଭୁତି ଏବଂ ସାମାଜିକ ଆଉ ବ୍ୟକ୍ତିଗତ ଅବସ୍ତାକୁ ସୁଚାରୁ ରୂପେ ଅଧୟନ କଲାପରେ ଏହି ରୋଗକୁ ନିର୍ଣ୍ଣୟ କରାଯାଏ ।
ଜେନେଟିକ୍, ପରିବେଶ, ସ୍ନାୟୁ-ଜୀବବିଜ୍ଞାନ (neurobiology), ମନସ୍ତତ୍ତ୍ୱ, ଓ ସାମାଜିକ ପ୍ରଭାବ ଯୋଗୁ ରୋଗ ହେଉଥିବା ବିଶ୍ୱାସ କରାଯାଏ ଓ କେତେକ ଔଷଧ ଖାଇଲେ ଏହି ରୋଗ ଆରମ୍ଭ ହୁଏ ବା ବଢିଯାଏ । ଏହା ଗୋତିଏ ରୋଗ ବା ଅନେକ ଲକ୍ଷଣର ସମାହାର, ଏ ବିଷୟରେ ମତ ଭେଦ ରହିଛି । ଏହି ନାମଟି ଏକ ଗ୍ରୀକ ଶବ୍ଦରୁ [skhizein (σχίζειν, "to split" and phrēn, phren- (φρήν, φρεν-; "mind"] ଅଣା ହୋଇଛି ଯାହାର ଆକ୍ଷରିକ ଅର୍ଥ 'ବିଭାଜିତ ମାନସ'(Split mind) କିନ୍ତୁ ଅଧୁନା ଏହି ଅର୍ଥକୁ ଗ୍ରହଣ କରାଯାଉନାହିଁ ଓ ଏହାକୁ ଡିସୋସେଏଟିଭ୍ ଆଇଡେଣ୍ଟିଟି (dissociative identity disorder) ନାମ ଦିଆଯାଇଛି[୧୮] ।
ଏହି ରୋଗ ନିମନ୍ତେ ଆଣ୍ଟିସାଇକୋଟିକ୍ ଔଷଧ ଦିଆଯାଏ ଯାହା ଡୋପାମିନ୍ ରିସେପ୍ଟର କାର୍ଯ୍ୟକୁ ଦବେଇ ଦିଏ । ମନୋବିଜ୍ଞାନ ଚିକିତ୍ସା ଓ ରୁଚି ଅନୁସାରେ କର୍ମ ସଂସ୍ଥାନ କଲେ ଉପକାର ମିଳେ । ଭୟାନକ ଏବଂ ତିବ୍ର ହାନୀ କାରକ ରୋଗୀମାନାଙ୍କୁ ଇଛା ବିରୁଦ୍ଧରେ ଡାକ୍ତରଖାନାରେ ରହଣି ଆବଶ୍ୟକ ହୁଏ । ଅଧୁନା ଡାକ୍ତରଖାନାରେ ସ୍ୱଳ୍ପ ରହଣି ଓ କାଳାନ୍ତର ରହଣି ଆବଶ୍ୟକ ହେଉଛି[୧୯] ।
ଏହି ରୋଗରେ ଚିନ୍ତା କରିବାର ଶକ୍ତିରେ (Cognition) ବାଧାପ୍ରାପ୍ତ ହୁଏ । ଧ୍ୟାନ, ସ୍ମରଣ ଶକ୍ତି, ଭାଷା ବୁଝିବା ତଥା ପ୍ରୟୋଗ କରିବା ଶକ୍ତି, ଶିଖିବା, ବୋଧଗମ୍ୟତା, ସମସ୍ୟା ସମାଧାନ ଓ ସିଦ୍ଧାନ୍ତ ଇତ୍ୟାଦିକୁ କଗନିସନ୍ କୁହାଯାଏ । ଏହି ରୋଗୀମାନେ ଅବସାଦଗ୍ରସ୍ତ ଓ ଆଶଙ୍କାକୁଳ ମଧ୍ୟ ହୋଇପାରନ୍ତି । ସାଧାରଣତଃ ଏହି ରୋଗୀମାନେ ସାମାଜିକ ସମସ୍ୟା, କାର୍ଯ୍ୟହୀନତା, ଓ ଗୃହଶୂନ୍ୟତାର ଶିକାର ହୁଅନ୍ତି ।
ଆଧାର
[ସମ୍ପାଦନା]- ↑ Jones D (2003) [1917]. Roach P, Hartmann J, Setter J (eds.). English Pronouncing Dictionary. Cambridge: Cambridge University Press. ISBN 978-3-12-539683-8.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ ୨.୦ ୨.୧ "Schizophrenia Fact sheet". www.who.int (in ଇଂରାଜୀ). 4 October 2019. Retrieved 22 January 2020.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Schizophrenia". National Institute of Mental Health. January 2016. Retrieved 3 February 2016.
- ↑ ୪.୦ ୪.୧ ୪.୨ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Lancet2016
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Gruebner O, Rapp MA, Adli M, et al. (February 2017). "Cities and mental health". Deutsches Arzteblatt International. 114 (8): 121–127. doi:10.3238/arztebl.2017.0121. PMC 5374256. PMID 28302261.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;DSM5
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Ferri FF (2010). Ferri's differential diagnosis : a practical guide to the differential diagnosis of symptoms, signs, and clinical disorders (2nd ed.). Philadelphia, PA: Elsevier/Mosby. p. Chapter S. ISBN 978-0-323-07699-9.
- ↑ Paris J (December 2018). "Differential Diagnosis of Borderline Personality Disorder". The Psychiatric Clinics of North America. 41 (4): 575–582. doi:10.1016/j.psc.2018.07.001. PMID 30447725.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;SBU2012
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Laursen
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Lancet09
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Addington J, Liu L, Buchy L, et al. (May 2015). "North American Prodrome Longitudinal Study (NAPLS 2): The Prodromal Symptoms". The Journal of nervous and mental disease. 203 (5): 328–35. doi:10.1097/NMD.0000000000000290. PMID 25919383.
- ↑ GBD 2015 Mortality and Causes of Death Collaborators (October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
{{cite journal}}
:|author=
has generic name (help)CS1 maint: numeric names: authors list (link) - ↑ "Schizophrenia Fact sheet N°397". WHO. September 2015. Retrieved 3 February 2016.
- ↑ Buckley PF, Miller BJ, Lehrer DS, Castle DJ (March 2009). "Psychiatric comorbidities and schizophrenia". Schizophr Bull. 35 (2): 383–402. doi:10.1093/schbul/sbn135. PMC 2659306. PMID 19011234.
{{cite journal}}
: CS1 maint: multiple names: authors list (link) - ↑ American Psychiatric Association. Diagnostic and Statistical Manual of Mental Disorders (5th ed.). Arlington: American Psychiatric Publishing. pp. 101–05. ISBN 978-0890425558.
- ↑ "Schizophrenia" Concise Medical Dictionary. Oxford University Press, 2010. Oxford Reference Online. Maastricht University Library Archived 2012-06-14 at the Wayback Machine.. 29 June 2010 prepaid subscription only
- ↑ Baucum, Don (2006). Psychology (2nd ed.). Hauppauge, N.Y.: Barron's. p. 182. ISBN 9780764134210.
- ↑ Becker T, Kilian R (2006). "Psychiatric services for people with severe mental illness across western Europe: what can be generalized from current knowledge about differences in provision, costs and outcomes of mental health care?". Acta Psychiatrica Scandinavica Supplement. 113 (429): 9–16. doi:10.1111/j.1600-0447.2005.00711.x. PMID 16445476.
ଅଧିକ ତଥ୍ୟ
[ସମ୍ପାଦନା]- ସିଜୋଫ୍ରେନିଆ at Curlie