Jump to content

ସିସ୍ଟୋସୋମିଆସିସ

ଉଇକିପିଡ଼ିଆ‌ରୁ
(Schistosomiasisରୁ ଲେଉଟି ଆସିଛି)
ସିସ୍ଟୋସୋମିଆସିସ
Skin blisters on the forearm, created by the entrance of Schistosoma parasite.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B65.
ଆଇସିଡ଼ି-୯-ସିଏମ୍120
ମେଡ଼ିସିନ-ପ୍ଲସ001321
Patient UKସିସ୍ଟୋସୋମିଆସିସ
MeSHD012552

ସିସ୍ଟୋସୋମିଆସିସ (ଇଂରାଜୀରେSchistosomiasis) (ଅନ୍ୟନାମ ବିଲ୍‌ହାର୍ଜିଆ ବା ଗେଣ୍ଡା ଜ୍ୱର ବା କାଟାୟାମା ଇଂରାଜୀରେ ଯଥାକ୍ରମେ Schistosomiasis, bilharzia, snail fever, and Katayama fever)[][] ଏକ ରୋଗ ଯାହା ସିସ୍ଟୋସୋମା ଟାଇପର ଏକ ପରଜୀବୀପୋକଦ୍ୱାରା ହୁଏ । ଏହା ମୂତ୍ରନଳୀ ଶୈଳୀ(urinary tract) ବା ଅନ୍ତନଳୀ(intestines) ମଧ୍ୟ ସଂକ୍ରମଣ କରିପାରେ । ଏହାର ଲକ୍ଷଣ ମଧ୍ୟରେ ପେଟରେ ଯନ୍ତ୍ରଣା, ତରଳ ଝାଡ଼ା ଓ ରକ୍ତ ମିଶ୍ରିତ ଝାଡ଼ା ରକ୍ତ ମିଶ୍ରିତ ପରିସ୍ରା ହୁଏ । ଅନେକ ଦିନ ଧରି ରୋଗ ହୋଇଥିଲେ ଯକୃତ ନଷ୍ଟ, ବୃକ୍‌କ ବା କିଡ୍‌ନି ନଷ୍ଟ, ବନ୍ଧ୍ୟାତ୍ୱ(infertility) କିମ୍ବା ମୂତ୍ରାଶୟ କର୍କଟ(bladder cancer) ହେବା ସମ୍ଭାବନା ଥାଏ । ପିଲାମାନଙ୍କର ଏହି ରୋଗ ହେଲେ ଶରୀର ବୃଦ୍ଧି ହାର କମ ହୁଏ, ଶିଖିବା ଶକ୍ତି କମିଯାଏ ।[]

ପରଜୀବୀ ଅପମିଶ୍ରିତ ଜଳ ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପେ । ସଂକ୍ରମିତ ସଦ୍ୟଜଳ-ଗେଣ୍ଡାଠାରୁ ପରଜୀବୀ ନିଷ୍କାସିତ ହୁଏ । ବିକାଶଶୀଳ ଦେଶମାନଙ୍କରେ ସାଧାରଣତଃ ପିଲାମାନେ ସଂକ୍ରମିତ ଜଳରେ ଖେଳୁଥିବାରୁ ସେଠାରେ ରୋଗ ହେବା ସମ୍ଭାବନା ଅଧିକ ଥାଏ । ଚାଷୀ, ମାଛଧରାଳୀ ଓ ଦୈନନ୍ଦିନ କର୍ମରେ ସଂକ୍ରମିତ ଜଳ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କର ଏହି ରୋଗ ସଙ୍କଟ ଥାଏ । [] ଏହି ରୋଗ ହେଲ୍‌ମିନ୍ଥ ପରଜୀବୀ ଦଳର ଅନ୍ତର୍ଭୁକ୍ତ । [] ଝାଡ଼ା ବା ପରିସ୍ରାରେ ପରଜୀବୀର ଅଣ୍ଡା ମିଳିଲେ ରୋଗ ନିର୍ଣ୍ଣୟ କରାଯାଏ । ରକ୍ତରେ ଏହାର ଆଣ୍ଟିବଡି ମିଳିଲେ ରୋଗ ଥିବା ସୁନିଶ୍ଚିତ ହୁଏ । []

ବିଶୁଦ୍ଧ ଗେଣ୍ଡାମୁକ୍ତ ଜଳ ବ୍ୟବ‌ହାରକରି ଏହି ରୋଗକୁ ପ୍ରତିରୋଧ କରାଯାଏ । ଏହି ରୋଗ ପ୍ରବଳ ହେଉଥିବା ସ୍ଥାନମାନଙ୍କରେ ବାର୍ଷିକ ଥରେ ସମସ୍ତଙ୍କୁ ପ୍ରାଜିକ୍ୱେଣ୍ଟେଲ ଔଷଧ ଦେଇ ଚିକିତ୍ସା କରାଯାଏ । ସଂକ୍ରମିତ ଲୋକସଂଖ୍ୟା କମେଇ ଏହା ବ୍ୟାପିବା ବନ୍ଦ କରାଯାଏ । ରୋଗୀମାନଙ୍କୁ ମଧ୍ୟ ପ୍ରାଜିକ୍ୱେଣ୍ଟେଲ ଔଷଧ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପଦେଶ ଦେଇଛନ୍ତି । []

ପୃଥିବୀରେ ସିସ୍ଟୋସୋମିଆସିସ ରୋଗ ପ୍ରାୟ ୨୧୦ ନିୟୁତ ଲୋକଙ୍କୁ ଆକ୍ରମଣ କରେ,[] ଓ ହିସାବ ଅନୁସାରେ ପ୍ରାୟ ୧୨୦୦୦ରୁ [] ୨୦୦,୦୦୦ ଲୋକ ପ୍ରତିବର୍ଷ ମରନ୍ତି । [] ଏହି ରୋଗ ଆଫ୍ରିକା, ଏସିଆଦକ୍ଷିଣ ଆମେରିକାରେ ସାଧାରଣତଃ ଦେଖାଯାଏ । [] ୭୦ଟି ଦେଶର ପ୍ରାୟ ୭୦୦ ନିୟୁତ ଲୋକ ରୋଗ ହେଉଥିବା ଇଲାକାରେ ବାସ କରନ୍ତି ।[][] ମ୍ୟାଲେରିଆ ପରେ ସିସ୍ଟୋସୋମିଆସିସ ହେଉଛି ଦ୍ୱିତୀୟ ସର୍ବାଧିକ ଅର୍ଥନୈତିକ ସଂଘାତର କାରଣ । [] ପୁରାତନ କାଳରୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସିସ୍ଟୋସୋମିଆସିସ ଯୋଗୁ ପୁରୁଷଙ୍କର ମୂତ୍ରରେ ରକ୍ତ ପଡ଼ିବାକୁ ଭୂଲରେ ଇଜିପ୍ଟରେ ପୁରୁଷ ମାସିକ ରକ୍ତସ୍ରାବ ବୋଲି ଧରାଯାଉଥିଲା ଓ ଏହାକୁ ବାଳକମାନଙ୍କର ମାସିକ ଧର୍ମ ବିବେଚନା କରାଯାଉଥିଲା । [୧୦][୧୧] ଏହି ରୋଗକୁ ଗ୍ରୀଷ୍ମ ମଣ୍ଡଳୀୟ ଅବ‌ହେଳିତ ରୋଗରୁପେ ବିବେଚନା କରାଯାଏ । [୧୨]

  1. "Schistosomiasis (bilharzia)". NHS Choices. Dec 17, 2011. Retrieved 15 March 2014.
  2. "Schistosomiasis". Patient.co.uk. 12/02/2013. Archived from the original on 23 May 2015. Retrieved 11 June 2014. {{cite web}}: Check date values in: |date= (help)
  3. ୩.୦ ୩.୧ ୩.୨ ୩.୩ ୩.୪ "Schistosomiasis Fact sheet N°115". World Health Organization. February 2014. Retrieved 15 March 2014.
  4. "Chapter 3 Infectious Diseases Related To Travel". cdc.gov. August 1, 2013. Retrieved 30 November 2014.
  5. Fenwick, A (Mar 2012). "The global burden of neglected tropical diseases". Public health. 126 (3): 233–6. doi:10.1016/j.puhe.2011.11.015. PMID 22325616.
  6. Lozano, R; Naghavi, M; Foreman, K; Lim, S; Shibuya, K; Aboyans, V; Abraham, J; Adair, T; Aggarwal, R (Dec 15, 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604. {{cite journal}}: Unknown parameter |displayauthors= ignored (|display-authors= suggested) (help)
  7. ୭.୦ ୭.୧ Thétiot-Laurent, SA; Boissier, J; Robert, A; Meunier, B (Jun 27, 2013). "SchistosomiasisChemotherapy". AngewandteChemie (International ed. in English). 52 (31): 7936–56. doi:10.1002/anie.201208390. PMID 23813602.
  8. "Schistosomiasis A major public health problem". World Health Organization. Retrieved 15 March 2014.
  9. The Carter Center. "Schistosomiasis Control Program". Retrieved 2008-07-17.
  10. Kloos, Helmut; Rosalie David (2002). "The Paleoepidemiology of Schistosomiasis in Ancient Egypt" (PDF). Human Ecology Review. 9 (1): 14–25.
  11. Rutherford, Patricia (2000). "The Diagnosis of Schistosomiasis in Modern and Ancient Tissues by Means of Immunocytochemistry". Chungara, Revista de AntropologíaChilena. 32 (1). ISSN 0717-7356.
  12. "Neglected Tropical Diseases". cdc.gov. June 6, 2011. Retrieved 28 November 2014.