ସ୍କାରଲେଟ ଜ୍ୱର

ଉଇକିପିଡ଼ିଆ‌ରୁ
(Scarlet feverରୁ ଲେଉଟି ଆସିଛି)
ସ୍କାରଲେଟ ଜ୍ୱର
ସ୍କାର୍ଲାଟିନା,[୧] ସ୍କାର୍ଲେଟିନା[୨]
ସ୍କାରଲେଟ ଜ୍ୱରରେ ଦେଖାଯାଉଥିବା ସ୍ଟ୍ରବେରି ଜିଭ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦A38.
ଆଇସିଡ଼ି-୯-ସିଏମ୍034.1
ରୋଗ ଡାଟାବେସ29032
Patient UKସ୍କାରଲେଟ ଜ୍ୱର

ସ୍କାରଲେଟ ଜ୍ୱର (ଇଂରାଜୀ ଭାଷାରେ scarlet fever) ଏକ ପ୍ରକାର ଜୀବାଣୁ ଗ୍ରୁପ ଏ ସ୍ଟ୍ରେପ୍ଟୋକୋକାଲ ସଂକ୍ରମଣ ଫଳରେ ହୁଏ ।[୧] ଏହାର ଲକ୍ଷଣ ଓ ଚିହ୍ନ- ଗଳା ପ୍ରଦାହ, ଜ୍ୱର, ମୁଣ୍ଡବଥା, ଲସିକା ଗ୍ରନ୍ଥି ଫୁଲା ଓ ଏକ ପ୍ରକାର ନିର୍ଦ୍ଦିଷ୍ଟ ରାସ୍ ଦେଖାଯାଏ । ଏହି ରାସ୍ ଲାଲ ରଙ୍ଗର ଓ ବାଲି କାଗଜ ଭଳି ହାତକୁ ଲାଗେ, ଜିଭ ଲାଲ ଓ ଅନିୟମିତ (ଖାଲଢିପ) ଦେଖାଯାଏ । ପାଞ୍ଚରୁ ପନ୍ଦର ବର୍ଷ ବୟସ୍କ ପିଲାଙ୍କୁ ଏହି ରୋଗ ଆକ୍ରମଣ କରେ । [୧]

ଗଳା ପ୍ରଦାହ ବା ସ୍ଟ୍ରେପ୍ଟୋକୋକାଲ ଚର୍ମ ସଂକ୍ରମଣ ହୋଇଥିବା ରୋଗୀଙ୍କ ମଧ୍ୟରୁ ଅଳ୍ପ କେତେକ ଲୋକଙ୍କୁ ସ୍କାରଲେଟ ଜ୍ୱର ହୁଏ । କାଶ ଓ ଛିଙ୍କଦ୍ୱାରା ଏହି ରୋଗ ବିସ୍ତର ଲାଭ କରେ । ଜୀବାଣୁ ଲାଗିଥିବା ବସ୍ତୁକୁ ଛୁଇଁଲେ ବା ରୋଗୀର ପାଟି ବା ନାକ‌କୁ ଛୁଇଁଲେ ଏହା ଡିଏଁ ।[୧] କେତେକ ପ୍ରକାର ଜୀବାଣୁଦ୍ୱାରା ପ୍ରସ୍ତୁତ ଏରିଥ୍ରୋଜେନିକ ଟକ୍ସିନ ଯୋଗୁ ରାସ୍ ହୁଏ ।[୧][୩] ଜୀବାଣୁ କଲ୍‌ଚର୍‌ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧]

ଏହି ରୋଗ ନିମନ୍ତେ କୌଣସି ଟିକା ନାହିଁ । ବାରମ୍ବାର ହାତଧୁଆ, ବ୍ୟକ୍ତିଗତ ଜିନିଷ ନ ବାଣ୍ଟିବା ଓ ରୋଗୀଙ୍କଠାରୁ ଦୂରରେ ରହିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରାଯାଏ । ଆଣ୍ଟିବାୟୋଟିକଦ୍ୱାରା ଏହି ରୋଗର ଚିକିତ୍ସାସାଧ୍ୟ ଓ ଜଟିଳ ହୁଏ ନାହିଁ ।[୧] ସ୍କାରଲେଟ୍ ଜ୍ୱର ଚିକିତ୍ସାର ଫଳ ସ୍ୱାଭାବିକ ଭାବରେ ଭଲ ।[୪]ଏହି ରୋଗର ଦୀର୍ଘକାଳୀନ ଜଟିଳତାମାନଙ୍କ ନାମ- ବୃକ୍‌କ ରୋଗ, ରିଉମାଟିକ ହୃତ୍‌ପିଣ୍ଡ ରୋଗଆର୍ଥ୍ରାଇଟିସ[୧] ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପିଲାଙ୍କ ମୃତ୍ୟୁର ଏହା ମୂଖ୍ୟ କାରଣ ଥିଲା ।[୫][୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Scarlet Fever: A Group A Streptococcal Infection". Center for Disease Control and Prevention. January 19, 2016. Retrieved 12 March 2016.
  2. Shorter Oxford English dictionary. United Kingdom: Oxford University Press. 2007. p. 3804. ISBN 0199206872.
  3. Ralph, AP; Carapetis, JR (2013). "Group a streptococcal diseases and their global burden". Current topics in microbiology and immunology. 368: 1–27. PMID 23242849.
  4. Quinn, RW (1989). "Comprehensive review of morbidity and mortality trends for rheumatic fever, streptococcal disease, and scarlet fever: the decline of rheumatic fever". Reviews of infectious diseases. 11 (6): 928–53. PMID 2690288.
  5. Smallman-Raynor, Matthew (2012). Atlas of epidemic Britain : a twentieth century picture. Oxford: Oxford University Press. p. 48. ISBN 9780199572922.
  6. Smallman-Raynor, Andrew Cliff, Peter Haggett, Matthew (2004). World Atlas of Epidemic Diseases. London: Hodder Education. p. 76. ISBN 9781444114195.{{cite book}}: CS1 maint: multiple names: authors list (link)