ସ୍କାଫଏଡ ଅସ୍ଥି ଭଗ୍ନ

ଉଇକିପିଡ଼ିଆ‌ରୁ
(Scaphoid fractureରୁ ଲେଉଟି ଆସିଛି)
ସ୍କାଫଏଡ ଅସ୍ଥି ଭଗ୍ନ (Scaphoid fracture)
Carpal scaphoid fracture, carpal navicular fracture[୧]
ଏକ୍ସ-ରେ ଚିତ୍ରରେ ସ୍କାଫଏଡ ଅସ୍ଥି ଭଗ୍ନ
ବିଭାଗପ୍ଲାସ୍ଟିକ ଅପରେଶନ (Plastic surgery), ଆଶୁ ଭେଷଜ ବିଭାଗ (emergency medicine)
ଲକ୍ଷଣବୁଢ଼ା ଆଙ୍ଗୁଠି ମୂଳରେ ଯନ୍ତ୍ରଣା ଓ ଫୁଲା [୨]
କାରଣଅବୟବ ସିଧା ଥିବା ଅବସ୍ଥାରେ ପତନ [୨]
ରୋଗ ନିର୍ଣ୍ଣୟ ପଦ୍ଧତିରୋଗୀ ପରୀକ୍ଷା, ଏକ୍ସ-ରେ, ଏମଆରଆଇ (MRI), ବୋନ ସ୍କାନ (bone scan)[୨]
ସଠିକ ରୋଗ ନିର୍ଣ୍ଣୟଡିସ୍ଟାଲ ରାଡିଅସ ଅସ୍ଥି ଭଗ୍ନ (Distal radius fracture), ଡି କ୍ୱେରଭେନସ ଟେନୋସାଇନୋଭାଇଟିସ (De Quervain's tenosynovitis, ସ୍କାଫୋଲୁନେଟ ଡିସୋସିଏସନ (scapholunate dissociation), କଚଟି ସ୍ପ୍ରେନ sprain[୨][୧]
ପ୍ରତିକାରରିସ୍ଟ ଗାର୍ଡ଼ (Wrist guards)[୧]
ଚିକିତ୍ସାସ୍ଥାନ ଚ୍ୟୁତ ହୋଇନଥିଲେ କେବଳ ପ୍ଲାସ୍ଟର କ୍ୟାସ୍ଟ, ସ୍ଥାନ ଚ୍ୟୁତ ହୋଇଥିଲେ ଅପରେଶନ [୨]
Prognosisଭଲ ହେବାକୁ ୬ ମାସ ଲାଗେ । [୧]

ସ୍କାଫଏଡ ଅସ୍ଥି ଭଗ୍ନ ଇଂରାଜୀ ଭାଷାରେ scaphoid fracture) କୁହାଯାଏ ଯେତେବେଳେ କଚଟିରେ (wrist) ଥିବା ସ୍କାଫଏଡ ଅସ୍ଥି (scaphoid bone) ଭାଙ୍ଗିଯାଏ (break) ।[୧] ବୁଢ଼ା ଆଙ୍ଗୁଠି ମୂଳରେ ଯନ୍ତ୍ରଣା ହୁଏ ଯାହା ହାତ ବ୍ୟବ‌ହାର କଲେ ବଢ଼ିଯାଏ ।[୨] ଆନାଟମିକାଲ ସ୍ନଫବକ୍ସ (anatomic snuffbox) ଫୁଲିଯାଏ ଓ ସେଠାରେ ଦରଜ ଲାଗେ ।[୨] କେଶ୍ ଜଟିଳ ହେଲେ ନନ-ୟୁନିଅନ (nonunion), ଆଭାସ୍କୁଲାର ନେକ୍ରୋସିସଆର୍ଥ୍ରାଇଟିସ ହୋଇପାରେ ।[୨][୧]

ଉପର ଅବୟବ ତଳମୁହାଁ ଥାଇ ପଡ଼ିଗଲେ ସାଧାରଣତଃ ଏହି ସ୍କାଫଏଡ ଅସ୍ଥି ଭାଙ୍ଗିଯାଏ ।[୨] ରୋଗୀର ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (medical imaging) କରି ଏହା ନିର୍ଣ୍ଣୟ କରାଯାଏ ।[୨] ସାଧାରଣ ଏକ୍ସ-ରେ (X-rays) ଚିତ୍ରରେ କେତେକ ଭଙ୍ଗା ଧରା ନପଡ଼ିପାରେ ।[୨] ଏଭଳି କେଶରେ ଏମଆରଆଇ (MRI) ବା ବୋନ ସ୍କାନ (bone scan) ଆବଶ୍ୟକ ହୋଇଥାଏ ।[୨]

କେତେକ କାର୍ଯ୍ୟକଳାପରେ ଏହାର ପ୍ରତିଷେଧକ ରୂପେ ରିସ୍ଟ ଗାର୍ଡ଼ (wrist guards ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ ।[୧] ଆଲାଇନମେଣ୍ଟ ସଠିକ ଥିଲେ କେବଳ ଏକ କାସ୍ଟ (cast) ଦେଲେ ଯଥେଷ୍ଟ ହୁଏ ।[୨] ଭଙ୍ଗା ସ୍ଥାନ‌ଚ୍ୟୁତ ହୋଇଥିଲେ ଅପରେଶନ ଦରକାର ହୁଏ ।[୨] ଏହା ଭଲ ହେବାକୁ ପ୍ରାୟ ୬ ମାସ ଲାଗେ ।[୧] କଚଟିରେ ହେଉଥିବା କାର୍ପାଲ ଅସ୍ଥି (wrist bone) ଭଙ୍ଗା ମଧ୍ୟରେ ଏହି ଭଙ୍ଗା ସର୍ବାଧିକ ହୁଏ ।[୩] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଅଧିକ ସ୍କାଫଏଡ ଅସ୍ଥି ଭଗ୍ନ ହୁଏ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Scaphoid Fracture of the Wrist". AAOS. March 2016. Archived from the original on 24 September 2017. Retrieved 12 October 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Phillips, TG; Reibach, AM; Slomiany, WP (1 September 2004). "Diagnosis and management of scaphoid fractures". American Family Physician. 70 (5): 879–84. PMID 15368727.
  3. Tada, K; Ikeda, K; Okamoto, S; Hachinota, A; Yamamoto, D; Tsuchiya, H (2015). "Scaphoid Fracture--Overview and Conservative Treatment". Hand surgery : an international journal devoted to hand and upper limb surgery and related research : journal of the Asia-Pacific Federation of Societies for Surgery of the Hand. 20 (2): 204–9. doi:10.1142/S0218810415400018. PMID 26051761.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ