Jump to content

ସ୍କାଫଏଡ ଅସ୍ଥି ଭଗ୍ନ

ଉଇକିପିଡ଼ିଆ‌ରୁ
ସ୍କାଫଏଡ ଅସ୍ଥି ଭଗ୍ନ (Scaphoid fracture)
Carpal scaphoid fracture, carpal navicular fracture[]
ଏକ୍ସ-ରେ ଚିତ୍ରରେ ସ୍କାଫଏଡ ଅସ୍ଥି ଭଗ୍ନ
ବିଭାଗପ୍ଲାସ୍ଟିକ ଅପରେଶନ (Plastic surgery), ଆଶୁ ଭେଷଜ ବିଭାଗ (emergency medicine)
ଲକ୍ଷଣବୁଢ଼ା ଆଙ୍ଗୁଠି ମୂଳରେ ଯନ୍ତ୍ରଣା ଓ ଫୁଲା []
କାରଣଅବୟବ ସିଧା ଥିବା ଅବସ୍ଥାରେ ପତନ []
ରୋଗ ନିର୍ଣ୍ଣୟ ପଦ୍ଧତିରୋଗୀ ପରୀକ୍ଷା, ଏକ୍ସ-ରେ, ଏମଆରଆଇ (MRI), ବୋନ ସ୍କାନ (bone scan)[]
ସଠିକ ରୋଗ ନିର୍ଣ୍ଣୟଡିସ୍ଟାଲ ରାଡିଅସ ଅସ୍ଥି ଭଗ୍ନ (Distal radius fracture), ଡି କ୍ୱେରଭେନସ ଟେନୋସାଇନୋଭାଇଟିସ (De Quervain's tenosynovitis, ସ୍କାଫୋଲୁନେଟ ଡିସୋସିଏସନ (scapholunate dissociation), କଚଟି ସ୍ପ୍ରେନ sprain[][]
ପ୍ରତିକାରରିସ୍ଟ ଗାର୍ଡ଼ (Wrist guards)[]
ଚିକିତ୍ସାସ୍ଥାନ ଚ୍ୟୁତ ହୋଇନଥିଲେ କେବଳ ପ୍ଲାସ୍ଟର କ୍ୟାସ୍ଟ, ସ୍ଥାନ ଚ୍ୟୁତ ହୋଇଥିଲେ ଅପରେଶନ []
Prognosisଭଲ ହେବାକୁ ୬ ମାସ ଲାଗେ । []

ସ୍କାଫଏଡ ଅସ୍ଥି ଭଗ୍ନ ଇଂରାଜୀ ଭାଷାରେ scaphoid fracture) କୁହାଯାଏ ଯେତେବେଳେ କଚଟିରେ (wrist) ଥିବା ସ୍କାଫଏଡ ଅସ୍ଥି (scaphoid bone) ଭାଙ୍ଗିଯାଏ (break) ।[] ବୁଢ଼ା ଆଙ୍ଗୁଠି ମୂଳରେ ଯନ୍ତ୍ରଣା ହୁଏ ଯାହା ହାତ ବ୍ୟବ‌ହାର କଲେ ବଢ଼ିଯାଏ ।[] ଆନାଟମିକାଲ ସ୍ନଫବକ୍ସ (anatomic snuffbox) ଫୁଲିଯାଏ ଓ ସେଠାରେ ଦରଜ ଲାଗେ ।[] କେଶ୍ ଜଟିଳ ହେଲେ ନନ-ୟୁନିଅନ (nonunion), ଆଭାସ୍କୁଲାର ନେକ୍ରୋସିସଆର୍ଥ୍ରାଇଟିସ ହୋଇପାରେ ।[][]

ଉପର ଅବୟବ ତଳମୁହାଁ ଥାଇ ପଡ଼ିଗଲେ ସାଧାରଣତଃ ଏହି ସ୍କାଫଏଡ ଅସ୍ଥି ଭାଙ୍ଗିଯାଏ ।[] ରୋଗୀର ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (medical imaging) କରି ଏହା ନିର୍ଣ୍ଣୟ କରାଯାଏ ।[] ସାଧାରଣ ଏକ୍ସ-ରେ (X-rays) ଚିତ୍ରରେ କେତେକ ଭଙ୍ଗା ଧରା ନପଡ଼ିପାରେ ।[] ଏଭଳି କେଶରେ ଏମଆରଆଇ (MRI) ବା ବୋନ ସ୍କାନ (bone scan) ଆବଶ୍ୟକ ହୋଇଥାଏ ।[]

କେତେକ କାର୍ଯ୍ୟକଳାପରେ ଏହାର ପ୍ରତିଷେଧକ ରୂପେ ରିସ୍ଟ ଗାର୍ଡ଼ (wrist guards ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ ।[] ଆଲାଇନମେଣ୍ଟ ସଠିକ ଥିଲେ କେବଳ ଏକ କାସ୍ଟ (cast) ଦେଲେ ଯଥେଷ୍ଟ ହୁଏ ।[] ଭଙ୍ଗା ସ୍ଥାନ‌ଚ୍ୟୁତ ହୋଇଥିଲେ ଅପରେଶନ ଦରକାର ହୁଏ ।[] ଏହା ଭଲ ହେବାକୁ ପ୍ରାୟ ୬ ମାସ ଲାଗେ ।[] କଚଟିରେ ହେଉଥିବା କାର୍ପାଲ ଅସ୍ଥି (wrist bone) ଭଙ୍ଗା ମଧ୍ୟରେ ଏହି ଭଙ୍ଗା ସର୍ବାଧିକ ହୁଏ ।[] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଅଧିକ ସ୍କାଫଏଡ ଅସ୍ଥି ଭଗ୍ନ ହୁଏ ।[]

  1. 1 2 3 4 5 6 7 8 "Scaphoid Fracture of the Wrist". AAOS. March 2016. Archived from the original on 24 September 2017. Retrieved 12 October 2017.
  2. 1 2 3 4 5 6 7 8 9 10 11 12 13 14 15 Phillips, TG; Reibach, AM; Slomiany, WP (1 September 2004). "Diagnosis and management of scaphoid fractures". American Family Physician. 70 (5): 879–84. PMID 15368727.
  3. Tada, K; Ikeda, K; Okamoto, S; Hachinota, A; Yamamoto, D; Tsuchiya, H (2015). "Scaphoid Fracture--Overview and Conservative Treatment". Hand surgery : an international journal devoted to hand and upper limb surgery and related research : journal of the Asia-Pacific Federation of Societies for Surgery of the Hand. 20 (2): 204–9. doi:10.1142/S0218810415400018. PMID 26051761.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ