ଶଶୀକାନ୍ତ ମିଶ୍ର
ଶଶୀକାନ୍ତ ମିଶ୍ର ( ଜନ୍ମ: ୧୭ ଜାନୁଆରୀ ୧୯୬୭) ଜଣେ ଭାରତୀୟ ଆଇନଜିବି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ।[୧]
ଶିକ୍ଷା ଓ ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଶଶୀକାନ୍ତଙ୍କ ଜନ୍ମ ୧୭ ଜାନୁଆରୀ ୧୯୬୭ରେ ଭୁବନେଶ୍ୱରରେ ହୋଇଥିଲା । ମାତା ଥିଲେ କ୍ଷେତ୍ରମଣି ମିଶ୍ର ଓ ପିତା ଥିଲେ ପ୍ରଶାସନିକ ଅଧିକାରୀ ବିମଲ କିଶୋର ମିଶ୍ର ।
ଶଶୀକାନ୍ତ ମିଶ୍ର ତାଙ୍କର ପ୍ରାଥମିକ ଶିକ୍ଷା ଭୁବନେଶ୍ୱରର ସେଣ୍ଟ୍ ଜୋସେଫ୍ସ ହାଇସ୍କୁଲ ଏବଂ କେନ୍ଦ୍ରୀୟ ବିଦ୍ୟାଳୟରେ ସମ୍ପନ୍ନ କରିଥିଲେ । ବିଜେବି କଲେଜରୁ ପ୍ରଥମ ଶ୍ରେଣୀରେ ଆଇଏସି ପାସ୍ କରିଥିଲେ । ବିଜେବି କଲେଜରୁ ଅର୍ଥନୀତି ସମ୍ମାନ ସହ ଗ୍ରାଜୁଏଟ୍ ହୋଇଥିଲେ । କଟକର ରେଭେନସ୍ହା କଲେଜରୁ ପ୍ରଥମ ଶ୍ରେଣୀରେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାଅସଲ କରିଥିଲେ । ଏହା ପରେ ଢେଙ୍କାନାଳ ଆଇନ କଲେଜରୁ ଏଲଏଲବି ସମ୍ପନ୍ନ କରିଥିଲେ । ୧୯୯୬ରେ ଭୁବନେଶ୍ୱରର ବରିଷ୍ଠ ଆଇନଜୀବୀ ନରେନ୍ଦ୍ର ମିଶ୍ରଙ୍କ କାର୍ଯ୍ୟାଳୟରେ ଏକ ଆଇନଜୀବୀ ଭାବେ ଆଇନ ପେଶା ଆରମ୍ଭ କରିଥିଲେ । ତେବେ ୨୦୦୩ରେ ସେ ସ୍ୱାଧୀନ ଭାବେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ଶ୍ରମ, ବିମା, କମ୍ପାନି, ଉପଭୋକ୍ତା, ସହକାରୀ, ଏବଂ ରିଟ୍ ମାମଲା ଆଦି ସହିତ ଉଚ୍ଚ ନ୍ୟାୟାଳୟ ଏବଂ ଦେଶର ବିଭିନ୍ନ ନ୍ୟାୟାଳୟ ଓ ଟ୍ରିବ୍ୟୁନାଲରେ ସେ ଓକିଲାତି କରିଥିଲେ ।[୨]
୨୦୦୯ରେ ସେ ସିଧାସଳଖ ଜିଲ୍ଲା ବିଚାରପତି କ୍ୟାଡରରେ ନିଯୁକ୍ତ ହୋଇଥିଲେ । ଚାକିରି କଳ ମଧ୍ୟରେ ସେ ବାଲେଶ୍ୱରର ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି, ରାଇରାଙ୍ଗପୁରର ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି, ଜୟପୁରର ଭିଜିଲାନ୍ସ ଜଜ୍, ଅନୁଗୁଳର ଜିଲ୍ଲା ଓ ଦୌରା ବିଚାରପତି, ରାଜ୍ୟ ଆଇନ ସେବା ପ୍ରାଧିକରଣର ସଭ୍ୟ ସଚିବ, କେନ୍ଦୁଝରର ଜିଲ୍ଲା ଓ ଦୌରା ବିଚାରପତି, ବିକ୍ରୟ କର ଆପିଲ ଟ୍ରିବ୍ୟୁନାଲର ଅଧ୍ୟକ୍ଷ, ଆଇନ ବିଭାଗର ପ୍ରଧାନ ସଚିବ, ଏବଂ ଗଞ୍ଜାମର ଜିଲ୍ଲା ଓ ଦୌରା ବିଚାରପତି ଭାବେ କାର୍ଯ୍ୟରତ ଥିଲେ ।[୩] ୨୯ ସେପ୍ଟେମ୍ବରରେ ସୁପ୍ରିମ୍ କୋର୍ଟ କଲେଜିଅମ୍ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଁ ପ୍ରସ୍ତାବ ମଞ୍ଜୁର କଲେ ।[୪]
୧୯ ଅକ୍ଟୋବର ୨୦୨୧ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ।[୫][୬]
ଆଧାର
[ସମ୍ପାଦନା]- ↑ Service, Express News (2021-10-20). "Three judges of Orissa High Court sworn in". The New Indian Express (in ଇଂରାଜୀ). Retrieved 2024-12-22.
- ↑ "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-22.
- ↑ www.ETLegalWorld.com. "Odisha: Three state high court judges sworn in - ET LegalWorld". ETLegalWorld.com (in ଇଂରାଜୀ). Retrieved 2024-12-22.
- ↑ Abhilasha (2021-10-19). "Odisha: Three new High Court judges sworn-in". KalingaTV (in ଆମେରିକୀୟ ଇଂରାଜୀ). Retrieved 2024-12-22.
- ↑ "Odisha: Three state high court judges sworn in". The Times of India. 2021-10-20. ISSN 0971-8257. Retrieved 2024-12-22.
- ↑ Singh, Poonam. "Three Newly-appointed Orissa High Court Judges Take Oath". Three Newly-appointed Orissa High Court Judges Take Oath (in ଇଂରାଜୀ). Retrieved 2024-12-22.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |