ଶଶୀ ଭୂଷଣ ମାରାଣ୍ଡି
ଦେଖଣା
(Sashi Bhusan Marandiରୁ ଲେଉଟି ଆସିଛି)
ଶଶୀ ଭୂଷଣ ମାରାଣ୍ଡି | |
|---|---|
| ବିଧାୟକ: ୫ମ ଓଡ଼ିଶା ବିଧାନ ସଭା,୬ଷ୍ଠ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୧ – ୧୯୭୭ | |
| ନିର୍ବାଚନ ମଣ୍ଡଳୀ | ବହଳଦା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୩ ମାର୍ଚ୍ଚ ୧୯୪୧ |
| ମୃତ୍ୟୁ | ୨୪ ଅଗଷ୍ଟ ୨୦୧୩ (ବୟସ ୭୨) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଝାଡ଼ଖଣ୍ଡ ପାର୍ଟି |
| ଜୀବନ ସାଥୀ | ରୁକ୍ମଣୀ ମାରାଣ୍ଡି |
| ବାପା/ବୋଉ | ମଙ୍ଗଳ ମାରାଣ୍ଡି (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଶଶୀ ଭୂଷଣ ମାରାଣ୍ଡି (୨୩ ମାର୍ଚ୍ଚ ୧୯୪୧ - ୨୪ ଅଗଷ୍ଟ ୨୦୧୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବହଳଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଶଶୀ ଭୂଷଣ ମାରାଣ୍ଡି ୧୯୪୧ ମସିହାର ମାର୍ଚ୍ଚ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଙ୍ଗଳ ମାରାଣ୍ଡି ଓ ପତ୍ନୀଙ୍କ ନାମ ରୁକ୍ମଣୀ ମାରାଣ୍ଡି ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଶଶୀ ଭୂଷଣ ମାରାଣ୍ଡି ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଶଶୀ ଭୂଷଣ ମାରାଣ୍ଡି ୨୦୧୩ ମସିହାର ଅଗଷ୍ଟ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Sashi Bhusan Marandi". odishaassembly.nic.in. Odisha Assembly. Retrieved 27 September 2022.