ସଦାନନ୍ଦ କହଁର
ଦେଖଣା
(Sadananda Konharରୁ ଲେଉଟି ଆସିଛି)
ସଦାନନ୍ଦ କହଁର | |
|---|---|
| ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୭ – ୧୯୮୦ | |
| ପୂର୍ବ ଅଧିକାରୀ | ସହୁରା ମଲ୍ଲିକ |
| ପର ଅଧିକାରୀ | ସହୁରା ମଲ୍ଲିକ |
| ନିର୍ବାଚନ ମଣ୍ଡଳୀ | ବାଲିଗୁଡ଼ା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୨ ଜୁଲାଇ ୧୯୪୮ |
| ମୃତ୍ୟୁ | ୭ ଜାନୁଆରୀ ୧୯୮୯ (ବୟସ ୪୦) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ନିର୍ଦ୍ଦଳୀୟ |
| ଜୀବନ ସାଥୀ | କୁମାରୀ କହଁର |
| ବାପା/ବୋଉ | ପରେଶ୍ୱର କହଁର (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ସଦାନନ୍ଦ କହଁର (୧୨ ଜୁଲାଇ ୧୯୪୮ - ୭ ଜାନୁଆରୀ ୧୯୮୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସଦାନନ୍ଦ କହଁର ୧୯୪୮ ମସିହାର ଜୁଲାଇ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପରେଶ୍ୱର କହଁର ଓ ପତ୍ନୀଙ୍କ ନାମ କୁମାରୀ କହଁର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସଦାନନ୍ଦ ଓଡ଼ିଶା ରାଜନୀତିରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ସଦାନନ୍ଦ ୧୯୮୯ ମସିହାର ଜାନୁଆରୀ ୭ ତାରିଖରେ ୪୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Sadananda Konhar". odishaassembly.nic.in. Odisha Assembly. Retrieved 9 April 2021.