ସବିତା ଆନନ୍ଦ
ଦେଖଣା
(Sabitha Anandରୁ ଲେଉଟି ଆସିଛି)
ସବିତା ଆନନ୍ଦ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୨–ଏବେଯାଏଁ |
ପିତାମାତା | ପି.ଏ ଲତିଫ |
ସବିତା ଆନନ୍ଦ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ତାମିଲ ଓ ମାଲାୟାଲମ ଭାଷାର କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ୧୯୮୦ ଦଶକର ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ସେ ଜଣେ ଥିଲେ । ସେ ୧୯୬୦ ଓ ୧୯୭୦ ଦଶକରେ ଜଣାଶୁଣା ମାଲାୟାଲମ ଭାଷାର ଅଭିନେତା ଜେ. ଏ. ଆର୍. ଆନନ୍ଦଙ୍କ ଝିଅ ।[୧]
ଅଭିନୟ ଜୀବନ
[ସମ୍ପାଦନା]ସେ ୧୯୮୭ ମସିହାରେ ମାଲାୟାଲାମ କଥାଚିତ୍ର ଉପ୍ପୁ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ମାମୋଟି, ମୋହନଲାଲ, ରଥୀଶଙ୍କ ଭଳି ଜଣାଶୁଣା କଳାକାରଙ୍କ ସହିତ କାମ କରିଛନ୍ତି । ୧୦୦ରୁ ଅଧିକ ମାଲାୟାଲମ୍ ଭାଷାର କଥାଚିତ୍ରରେ ସେ ଅଭିନୟ କରିଛନ୍ତି । ମୁଖ୍ୟ ନାୟିକ ପରେ, ସେ ଚରିତ୍ର ଅଭିନେତ୍ରୀ ଭାବରେ ଉଭୟ ମାଲାୟାଲମ ଓ ତାମିଲ କଥାଚିତ୍ରରେ କାମ କରୁଛନ୍ତି ।କଥାଚିତ୍ର ବ୍ୟତୀତ ସେ ଧାରାବାହିକରେ ମଧ୍ୟ କାମ କରୁଛନ୍ତି । ୨୦୦୮ ମସିହାରେ ସେ ତେଲୁଗୁ କଥାଚିତ୍ର ଲକ୍ଷ୍ମୀ ପୁତ୍ରୁଡ଼ୁରେ ଅଭିନୟ କରିଥିଲେ ।
ଆଧାର
[ସମ୍ପାଦନା]- ↑ "80'களில் லீடிங் ஹீரோயின்.. இப்போ சீரியலில் சென்டிமெண்ட் அம்மா.. நாம் இருவர் நமக்கு இருவர் நாச்சியார் லைஃப் ஸ்டோரி". Archived from the original on 1 March 2022. Retrieved 1 March 2022.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସବିତା ଆନନ୍ଦ
- ଏମ୍. ଏସ୍. ଆଇ.ରେ ସବିତା ଆନନ୍ଦ