ରୋକେୟା ପ୍ରାଚୀ

ଉଇକିପିଡ଼ିଆ‌ରୁ
(Rokeya Prachyରୁ ଲେଉଟି ଆସିଛି)
Rokeya Prachy
রোকেয়া প্রাচী
୨୦୧୯ରେ ପ୍ରାଚୀ
Nationalityବଙ୍ଗଳାଦେଶୀ
Occupation(s)ଅଭିନେତ୍ରୀ, ନିର୍ଦ୍ଦେଶିକା
Spouse(s)ଆହାଦ ପରଭେଜ (ମୃତ୍ୟୁ: ୧୯୯୯)
ଆସିଫ ନଜରୁଲ
(m. ୨୦୦୪; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Awardsବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ରୋକେୟା ପ୍ରାଚୀ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଉପସ୍ଥାପିକା ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶିକା ଓ ନିର୍ମାତା । ସେ ମୁଖ୍ୟତଃ ମଞ୍ଚ ଏବଂ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଓ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି । ରୋକେୟା ପ୍ରଥମେ ବଙ୍ଗଳାଦେଶୀ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ନାଟକ ଥିଲା ଜୟ ପରାଜୟ । ୧୯୯୭ ମସିହାରେ ସେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ୨୦୦୯ ମସିହାରେ ସେ ଏକ ଦୂରଦର୍ଶନ ଚେନାଲର ପ୍ରାମାଣିକ ଚଳଚ୍ଚିତ୍ର ଜରିଆରେ ପ୍ରଥମେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ଏହାପରେ ୨୦୧୫ ମସିହାରେ ସେ ତାଙ୍କର ପ୍ରଥମ ଦୂରଦର୍ଶନ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ଅଭିନୀତ ତିନୋଟି କଥାଚିତ୍ର ଓସ୍କାର ପାଇଁ ମନୋନୀତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରୋକେୟା ପ୍ରାଚୀଙ୍କର ଶୈଶବ ଜୀବନ ଫେନୀସୋନାଗାଜୀଓ ଢାକାର ମିରପୁରରେ କଟିଛି । ସେ ଢାକାର ଆଇଡିୟାଲ ମଡେଲ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିଲେ, ସେଠାରୁ ସେ ମାଧ୍ୟମିକ ପରୀକ୍ଷାର ଉତ୍ତୀର୍ଣ୍ଣ ହେବାପରେ ଲାଲମାଟିୟା କଲେଜରେ ଉଚ୍ଚ ମାଧ୍ୟମିକ ପାଠପଢ଼ାପାଇଁ ଯୋଗ ଦେଇଥିଲେ ।

ପେଶା[ସମ୍ପାଦନା]

ରୋକେୟା ପ୍ରାଚୀ ପ୍ରଥମେ ବଙ୍ଗଳାଦେଶୀ ଦୂରଦର୍ଶନ ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଦୂରଦର୍ଶନ ନାଟକ ଜୟ ପରାଜୟ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲ ।

ଏହାପରେ ରୋକେୟା ୧୯୯୭ ମସିହାରେ ବଙ୍ଗାଳାଦେଶର ଚଳଚ୍ଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଥିଲା ମୋରଶେଦୁଲ ଇସଲାମଙ୍କ କଥାଚିତ୍ର ଦୁଖାଇ । ରୋକେୟାଙ୍କ ଅଭିନୀତ ଅନ୍ୟାନ୍ୟ ଚଳଚ୍ଚିତ୍ରଗୁଡ଼ି ହେଲା, ମାଟିର ମୟନା, ଅନ୍ତର୍ଯାତ୍ରା, ସପ୍ନଡାନାୟ, ମନେର ମାନୁଷ, ଅନ୍ଧ ନିରାଙ୍ଗମ, ଗାଡ଼ିଓୟାଲା, ଶିଖଣ୍ଡୀ କଥା, ଡୁବ । ତାଙ୍କ ଅଭିନୀତ ତିନୋଟି କଥାଚିତ୍ର ଓସ୍କାର ପାଇଁ ମନୋନୀତ ହୋଇଛି ।[ଆଧାର ଲୋଡ଼ା]

୨୦୦୯ ମସିହାରେ ସେ ପ୍ରଥମେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ବଙ୍ଗଳାଦେଶର ଦୂରଦର୍ଶନ ଚେନାଲ ଆଇ ପାଇଁ ଏକ ପ୍ରାମାଣିକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୧] ଏହାପରେ ସେ ଲୁ୍ଟ୍‌ଫୁନେସା ଏବଂ ବୟାନ୍ନୋର ମିଚ୍ଛଲେର ନିର୍ଦ୍ଦେଶାନା ଦେଇଥିଲେ । ୨୦୧୫ ମସିହାରେ ରୋକେୟା ପ୍ରଥମ ଦୂରଦର୍ଶନ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଦୂରଦର୍ଶନ ଧାରାବାହିକ ଥିଲା ସେଲାଇ ପୋରିବାର[୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରୋକେୟା ପ୍ରାଚୀ ପ୍ରଥମେ ଆହାଦ ପରଭେଜଙ୍କୁ ବିବାହ କରିଥିଲେ ।[୩] ୧୯୯୯ ମସିହାର ଅକ୍ଟୋବର ମାସ ୨୮ ତାରିଖ ବଙ୍ଗଳାଦେଶସ୍ଥିତ ମତିଝିଲର ଶାପଲା ସ୍କୋୟାରରେ ଆତତାୟୀମାନେ ଆହାଦ ପରଭେଜଙ୍କୁ ହତ୍ୟା କରିଦେଇଥିଲେ । ଏହାପରେ ୨୦୦୪ ମସିହାର ମଇ ମାସ ୨୧ ତାରିଖ ରୋକେୟା ଦ୍ୱିତୀୟ ବିବାହ କରିଥିଲେ । ସେ ବଙ୍ଗାଳାଦେଶର ଜଣାଶୁଣା ସାମ୍ବାଦିକ ତଥା କଲମକାର ଆସିଫ ନଜରୁଲଙ୍କୁ ବିବାହ କରିଥିଲେ ।[୪] ଏହି ଦମ୍ପତ୍ତିଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି । ୨୦୧୩ ମସିହାରେ ରୋକେୟା ଏବଂ ଆସିଫ ନଜରୁଲଙ୍କର ବିବାହ ବିଚ୍ଛେଦ ଘଟିଥିଲା ଏବଂ ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେଇଥିଲେ ।[୫]

ପୁରସ୍କାର[ସମ୍ପାଦନା]

ରୋକେୟା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ଉତ୍ସବକୁ ମନୋନୀତ ହୋଇଛନ୍ତି ଏବଂ ଅନେକ ପୁରସ୍କାରଦ୍ୱାରା ସମ୍ମାନୀତ ହୋଇଛନ୍ତି ।[୬]

ଆଧାର[ସମ୍ପାଦନା]

  1. "Rokeya Prachi turns director". The Daily Star. May 1, 2009. Retrieved February 28, 2017.
  2. "Rokeya Prachi making new TV series". The Daily Star. December 12, 2015. Retrieved February 28, 2017.
  3. Shamim Ashraf (November 20, 2003). "Tears roll down her cheeks". The Daily Star. Archived from the original on March 1, 2017. Retrieved February 28, 2017.
  4. Shilpi Mahalanabish (May 20, 2004). "Prachy: Elegance personified". The Daily Star. Archived from the original on March 1, 2017. Retrieved February 28, 2017.
  5. "আসিফ নজরুল-শীলার বিয়ে নিয়ে ফেইসবুকে ঝড়". bdnews24.com (in Bengali). December 25, 2013. Retrieved February 28, 2017.
  6. "Rokeya Prachy on her recent endeavours". New Age. 2012-01-19. Archived from the original on 2013-07-08. Retrieved 2013-07-04.

ବାହାର ଆଧାର[ସମ୍ପାଦନା]