Jump to content

ରୋକେୟା ପ୍ରାଚୀ

ଉଇକିପିଡ଼ିଆ‌ରୁ
Rokeya Prachy
রোকেয়া প্রাচী
୨୦୧୯ରେ ପ୍ରାଚୀ
ପେଷାsଅଭିନେତ୍ରୀ, ନିର୍ଦ୍ଦେଶିକା
ଜୀବନସାଥୀ(s)ଆହାଦ ପରଭେଜ (ମୃତ୍ୟୁ: ୧୯୯୯)
ଆସିଫ ନଜରୁଲ
​
​
(m. ୨୦୦୪; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)​
ପୁରସ୍କାରବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ରୋକେୟା ପ୍ରାଚୀ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଉପସ୍ଥାପିକା ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶିକା ଓ ନିର୍ମାତା । ସେ ମୁଖ୍ୟତଃ ମଞ୍ଚ ଏବଂ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଓ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି । ରୋକେୟା ପ୍ରଥମେ ବଙ୍ଗଳାଦେଶୀ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ନାଟକ ଥିଲା ଜୟ ପରାଜୟ । ୧୯୯୭ ମସିହାରେ ସେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ୨୦୦୯ ମସିହାରେ ସେ ଏକ ଦୂରଦର୍ଶନ ଚେନାଲର ପ୍ରାମାଣିକ ଚଳଚ୍ଚିତ୍ର ଜରିଆରେ ପ୍ରଥମେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ଏହାପରେ ୨୦୧୫ ମସିହାରେ ସେ ତାଙ୍କର ପ୍ରଥମ ଦୂରଦର୍ଶନ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ଅଭିନୀତ ତିନୋଟି କଥାଚିତ୍ର ଓସ୍କାର ପାଇଁ ମନୋନୀତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ରୋକେୟା ପ୍ରାଚୀଙ୍କର ଶୈଶବ ଜୀବନ ଫେନୀସୋନାଗାଜୀଓ ଢାକାର ମିରପୁରରେ କଟିଛି । ସେ ଢାକାର ଆଇଡିୟାଲ ମଡେଲ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିଲେ, ସେଠାରୁ ସେ ମାଧ୍ୟମିକ ପରୀକ୍ଷାର ଉତ୍ତୀର୍ଣ୍ଣ ହେବାପରେ ଲାଲମାଟିୟା କଲେଜରେ ଉଚ୍ଚ ମାଧ୍ୟମିକ ପାଠପଢ଼ାପାଇଁ ଯୋଗ ଦେଇଥିଲେ ।

ରୋକେୟା ପ୍ରାଚୀ ପ୍ରଥମେ ବଙ୍ଗଳାଦେଶୀ ଦୂରଦର୍ଶନ ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଦୂରଦର୍ଶନ ନାଟକ ଜୟ ପରାଜୟ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲ ।

ଏହାପରେ ରୋକେୟା ୧୯୯୭ ମସିହାରେ ବଙ୍ଗାଳାଦେଶର ଚଳଚ୍ଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଥିଲା ମୋରଶେଦୁଲ ଇସଲାମଙ୍କ କଥାଚିତ୍ର ଦୁଖାଇ । ରୋକେୟାଙ୍କ ଅଭିନୀତ ଅନ୍ୟାନ୍ୟ ଚଳଚ୍ଚିତ୍ରଗୁଡ଼ି ହେଲା, ମାଟିର ମୟନା, ଅନ୍ତର୍ଯାତ୍ରା, ସପ୍ନଡାନାୟ, ମନେର ମାନୁଷ, ଅନ୍ଧ ନିରାଙ୍ଗମ, ଗାଡ଼ିଓୟାଲା, ଶିଖଣ୍ଡୀ କଥା, ଡୁବ । ତାଙ୍କ ଅଭିନୀତ ତିନୋଟି କଥାଚିତ୍ର ଓସ୍କାର ପାଇଁ ମନୋନୀତ ହୋଇଛି ।[ଆଧାର ଲୋଡ଼ା]

୨୦୦୯ ମସିହାରେ ସେ ପ୍ରଥମେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ବଙ୍ଗଳାଦେଶର ଦୂରଦର୍ଶନ ଚେନାଲ ଆଇ ପାଇଁ ଏକ ପ୍ରାମାଣିକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୧] ଏହାପରେ ସେ ଲୁ୍ଟ୍‌ଫୁନେସା ଏବଂ ବୟାନ୍ନୋର ମିଚ୍ଛଲେର ନିର୍ଦ୍ଦେଶାନା ଦେଇଥିଲେ । ୨୦୧୫ ମସିହାରେ ରୋକେୟା ପ୍ରଥମ ଦୂରଦର୍ଶନ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଦୂରଦର୍ଶନ ଧାରାବାହିକ ଥିଲା ସେଲାଇ ପୋରିବାର ।[୨]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ରୋକେୟା ପ୍ରାଚୀ ପ୍ରଥମେ ଆହାଦ ପରଭେଜଙ୍କୁ ବିବାହ କରିଥିଲେ ।[୩] ୧୯୯୯ ମସିହାର ଅକ୍ଟୋବର ମାସ ୨୮ ତାରିଖ ବଙ୍ଗଳାଦେଶସ୍ଥିତ ମତିଝିଲର ଶାପଲା ସ୍କୋୟାରରେ ଆତତାୟୀମାନେ ଆହାଦ ପରଭେଜଙ୍କୁ ହତ୍ୟା କରିଦେଇଥିଲେ । ଏହାପରେ ୨୦୦୪ ମସିହାର ମଇ ମାସ ୨୧ ତାରିଖ ରୋକେୟା ଦ୍ୱିତୀୟ ବିବାହ କରିଥିଲେ । ସେ ବଙ୍ଗାଳାଦେଶର ଜଣାଶୁଣା ସାମ୍ବାଦିକ ତଥା କଲମକାର ଆସିଫ ନଜରୁଲଙ୍କୁ ବିବାହ କରିଥିଲେ ।[୪] ଏହି ଦମ୍ପତ୍ତିଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି । ୨୦୧୩ ମସିହାରେ ରୋକେୟା ଏବଂ ଆସିଫ ନଜରୁଲଙ୍କର ବିବାହ ବିଚ୍ଛେଦ ଘଟିଥିଲା ଏବଂ ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେଇଥିଲେ ।[୫]

ପୁରସ୍କାର

[ସମ୍ପାଦନା]

ରୋକେୟା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ଉତ୍ସବକୁ ମନୋନୀତ ହୋଇଛନ୍ତି ଏବଂ ଅନେକ ପୁରସ୍କାରଦ୍ୱାରା ସମ୍ମାନୀତ ହୋଇଛନ୍ତି ।[୬]

  1. ↑ "Rokeya Prachi turns director". The Daily Star. May 1, 2009. Retrieved February 28, 2017.
  2. ↑ "Rokeya Prachi making new TV series". The Daily Star. December 12, 2015. Retrieved February 28, 2017.
  3. ↑ Shamim Ashraf (November 20, 2003). "Tears roll down her cheeks". The Daily Star. Archived from the original on March 1, 2017. Retrieved February 28, 2017.
  4. ↑ Shilpi Mahalanabish (May 20, 2004). "Prachy: Elegance personified". The Daily Star. Archived from the original on March 1, 2017. Retrieved February 28, 2017.
  5. ↑ "আসিফ নজরুল-শীলার বিয়ে নিয়ে ফেইসবুকে ঝড়". bdnews24.com (in Bengali). December 25, 2013. Archived from the original on March 1, 2017. Retrieved February 28, 2017.
  6. ↑ "Rokeya Prachy on her recent endeavours". New Age. 2012-01-19. Archived from the original on 2013-07-08. Retrieved 2013-07-04.

ବାହାର ଆଧାର

[ସମ୍ପାଦନା]