ରେଟିନାଇଟିସ ପିଗମେଣ୍ଟୋସା

ଉଇକିପିଡ଼ିଆ‌ରୁ
ରେଟିନାଇଟିସ ପିଗମେଣ୍ଟୋସା (Retinitis pigmentosa)
Fundus of patient with retinitis pigmentosa, mid stage.jpg
ଜଣେ ରେଟିନାଇଟିସ ପିଗମେଣ୍ଟୋସା ରୋଗୀର ଚକ୍ଷୁ ଅଭ୍ୟନ୍ତରର ପଛ ପାଖ
ବିଭାଗଚକ୍ଷୁ ରୋଗ ବିଜ୍ଞାନ (Ophthalmology)
ଲକ୍ଷଣରାତିରେ ଦୃଷ୍ଟି ସମସ୍ୟା (Trouble seeing at night), କମ୍ ପାର୍ଶ୍ୱ ଦୃଷ୍ଟି (peripheral vision)[୧]
ଆକ୍ରାନ୍ତ ସମୟଶୈଶବ[୧]
କାରଣଜେନେଟିକ (Genetic)[୧]
ରୋଗ ନିର୍ଣ୍ଣୟ ପଦ୍ଧତିଚକ୍ଷୁ ପରୀକ୍ଷା (Eye examination)[୧]
ଔଷଧଭିଟାମିନ ଏ ପାମିଟେଟ (Vitamin A palmitate)[୧]
ଚିକିତ୍ସାନିମ୍ନ ଦୃଷ୍ଟି ସାହାଯ୍ୟ (Low vision aids), ବ‌ହନୀୟ ଆଲୋକ, ଗାଇଡ଼ କୁକୁର (guide dog)[୧]
ପୁନଃପୌନିକ୪,୦୦୦ ଲୋକରେ ଜଣେ ।[୧]

ରେଟିନାଇଟିସ ପିଗମେଣ୍ଟୋସା (Retinitis pigmentosa/RP) ଏକ ଜେନେଟିକ (Genetic) ବେମାରୀ ଯାହାଦ୍ୱାରା ମାନବ ଚକ୍ଷୁର (eye) ଦୃଷ୍ଟିହାନୀ ହୁଏ ।[୧] ଏହି ରୋଗରେ ରାତିରେ ଦୃଷ୍ଟି ସମସ୍ୟା (Trouble seeing at night), କମ୍ ପାର୍ଶ୍ୱ ଦୃଷ୍ଟି (peripheral vision) ଇତ୍ୟାଦି ଲକ୍ଷଣ ଦେଖାଦିଏ ।[୧] ଲକ୍ଷଣ ଗୁଡ଼ିକ ଧୀରେ ଧୀରେ ଆସେ ।[୨] ପାର୍ଶ୍ୱ ଦୃଷ୍ଟି ଅଧିକ କମିଗଲେ ଟନେଲ ଦୃଷ୍ଟି (tunnel vision) ଅନୁଭବ ହୁଏ ।[୧] ସମ୍ପୁର୍ଣ୍ଣ ଅନ୍ଧତ୍ୱ ସାଧାରଣ ନୁହେଁ । [୨]

ରେଟିନାଇଟିସ ପିଗମେଣ୍ଟୋସା ସାଧାରଣତଃ ପିତାମାତାଙ୍କଠାରୁ ବଂଶାନୁକ୍ରମରେ inherited from a person's parents ଆସିଥାଏ ।[୧] ପ୍ରାୟ ୫୦ରୁ ଅଧିକ ଜିନରୁ (en:gene) ଗୋଟିଏ ମ୍ୟୁଟେସନ ହୋଇ ଏ ରୋଗ ହୁଏ ।[୧] ଏହି ରୋଗ ହେଲେ ରେଟିନାରେ (back of the eye) ଥିବା ରଡ଼ ଜୀବକୋଷଗୁଡ଼ିକ (rod photoreceptor cells) ପ୍ରଗତିଶୀଳ ଭାବରେ ନଷ୍ଟ ହୋଇଯାଏ ।[୧] ଏହା ପରେ ପରେ କୋନ ଜୀବକୋଷଗୁଡ଼ିକ (cone photoreceptor cells) ମଧ୍ୟ କ୍ଷୟ ପ୍ରାପ୍ତ ହୁଏ ।[୧] ଚକ୍ଷୁ ପରୀକ୍ଷାରେ ରେଟିନାରେ (examination of the retina) କଳା ପିଗମେଣ୍ଟ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] ଇଲେକ୍ଟ୍ରରେଟିନୋଗ୍ରାମ electroretinogram, ଭିଜୁଅଲ ଫିଲ୍ଡ ଟେଷ୍ଟିଙ୍ଗ visual field testing ବା ଜେନେଟିକ ଟେଷ୍ଟିଙ୍ଗ genetic testing ଭଳି ପରୀକ୍ଷା ଏହି ରୋଗ ନିର୍ଣ୍ଣୟରେ ସାହାଯ୍ୟ କରେ ।[୧]

ରେଟିନାଇଟିସ ପିଗମେଣ୍ଟୋସା ରୋଗ ଆରୋଗ୍ୟସାଧ୍ୟ ନୁହେଁ ।[୨] ନିମ୍ନ ଦୃଷ୍ଟି ସାହାଯ୍ୟ (Low vision aids) ଯଥା:- ବ‌ହନୀୟ ଆଲୋକ, ଗାଇଡ଼ କୁକୁର (guide dog) ସାହାଯ୍ୟ ନେଇ ରୋଗୀକୁ ସାହାଯ୍ୟ କରାଯାଏ ।[୧] ଭିଟାମିନ ଏ ପାମିଟେଟ (Vitamin A palmitate) ପରିପୂରକ ଦେଲେ ଖରାପ ଦିଗର ଗତି ଧୀରେ ହୋଇଯାଏ ।[୧] ଅବସ୍ଥା ସାଂଘାତିକ ହେଲେ ଭିଜୁଆଲ ପ୍ରୋସଥେସିସ (visual prosthesis ଦିଆଯାଇପାରେ । [୧] ପ୍ରାୟ ୪,୦୦୦ ଲୋକରେ ଜଣେ ଏହି ରୋଗାକ୍ରାନ୍ତ ହୁଏ ।[୧] ଏହା ଶୈଶବ ରୋଗ ହୋଇଥିଲେ ମଧ୍ୟ ଅନେକ ସମୟରେ ଯୁବାବସ୍ଥାରେ ହୋଇପାରେ। [୧][୨]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ "Facts About Retinitis Pigmentosa". National Eye Institute (in ଇଂରାଜୀ). May 2014. Retrieved 2 December 2017.
  2. ୨.୦ ୨.୧ ୨.୨ ୨.୩ Openshaw, Amanda (Feb 2008). Understanding Retinitis Pigmentosa (PDF). University of Michigan Kellogg Eye Center.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ