ରେନ‌ଡ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
(Renaud syndromeରୁ ଲେଉଟି ଆସିଛି)
ରେନ‌ଡ ସିଣ୍ଡ୍ରୋମ
ଇଂରାଜୀ ପ୍ରତିଶବ୍ଦ - Raynaud's disease, Raynaud's phenomenon, Raynaud's syndrome[୧]
ରେନ‌ଡ ପ୍ରଭାବିତ ହାତର ଚିତ୍ର ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ /rˈnz/ ray-NOHZ
ସ୍ପେଶାଲିଟିRheumatology
ଆଇସିଡ଼ି-୧୦I73.0
ଆଇସିଡ଼ି-୯-ସିଏମ୍443.0
ଓଏମ୍‌ଆଇଏମ୍179600
ରୋଗ ଡାଟାବେସ25933
ମେଡ଼ିସିନ-ପ୍ଲସ000412
ଇ-ମେଡ଼ିସିନmed/1993
Patient UKରେନ‌ଡ ସିଣ୍ଡ୍ରୋମ
MeSHD011928

ରେନ‌ଡ ସିଣ୍ଡ୍ରୋମ (Raynaud's) ଏକ ମେଡିକାଲ ରୋଗ ଯେଉଁଥିରେ ରକ୍ତନଳୀର ସ୍ପାଜ୍ମ (spasm of arteries) ଯୋଗୁ ସ୍ୱଳ୍ପ ରକ୍ତ ସରବରାହ ଘଟଣା ବାରମ୍ବାର ହୁଏ । ସ୍ୱାଭାବିକ ଭାବରେ ହାତ ଆଙ୍ଗୁଠି ପ୍ରଭାବିତ ହୁଏ ଓ ଅଳ୍ପ ଘଟଣାରେ ଗୋଡ଼ ଆଙ୍ଗୁଠି ପ୍ରଭାବିତ ହୁଏ । କ୍ୱଚିତ ନାକ, କାନ ବା ଓଠ ମଧ୍ୟ ପ୍ରଭାବିତ ହୁଏ । [୧] ରକ୍ତ ସରବରାହ କମିଯିବା ଯୋଗୁ ପ୍ରଭାବିତ ସ୍ଥାନ ଧଳା ଦେଖାଯାଏ ଓ ତା ପରେ ନୀଳ ଦେଖାଯାଏ । ସେ ସ୍ଥାନ କାଲୁଆ ହୋଇଯାଏ ବା ସେଠାରେ ଯନ୍ତ୍ରଣା ହୁଏ । ରକ୍ତ ସରବାରହ ସଠିକ ହୋଇଗଲେ ପ୍ରଭାବିତ ସ୍ଥାନ ଲାଲ ଦେଖାଯାଏ ଓ ଜଳାପୋଡ଼ା ହୁଏ । ଏହି ରେନ‌ଡ ଘଟଣା କିଛି ମିନିଟ ନିମନ୍ତେ ହୁଏ କିନ୍ତୁ କେତେକ ଘଣ୍ଟା ଧରି ହୋଇପାରେ ।[୨]

ଥଣ୍ଡା ଓ ମାନସିକ ଚାପ ଯୋଗୁ ଏହି ରେନ‌ଡ ଘଟଣା ଘଟିପାରେ ।[୨] ଏହା ଦୁଇ ପ୍ରକାର ଅଛି: ପ୍ରାଥମିକ ରେନ‌ଡ ଯାହାର କାରଣ ଅଜ୍ଞାତ ଥାଏ ଓ ସେକେଣ୍ଡାରୀ ରେନ‌ଡ ଯାହା ଅନ୍ୟ କୌଣସି କାରଣ ବଶତଃ ହୁଏ ।[୩] କନେକ୍ଟିଭ ଟିସୁ ବେମାରୀ (connective tissue disorder) ଯେପରିକି ସ୍କ୍ଲେରୋଡର୍ମା (scleroderma) ବା ଲୁପସ (lupus), ଆଙ୍ଗୁଠି ଆଘାତ, ଧୂମ୍ରପାନ ଓ କେତେକ ପ୍ରକାରର ଜନ୍ମ ନିରୋଧ ବଟିକା (birth control pills) ଯୋଗୁ ସେକେଣ୍ଡାରୀ ରେନ‌ଡ ହୁଏ ।[୪] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୩]

ଥଣ୍ଡା ଏଡ଼େଇବା ଏହାର ପ୍ରଥମ ଚିକିତ୍ସା । ଧୂମ୍ରପାନ ବନ୍ଦ କରିବାଦ୍ୱାରା ଓ ଉତ୍ତେଜକ ବ୍ୟବହାର ନ କରିବାଦ୍ୱାରା ଏହାକୁ ଏଡେଇ ହୁଏ । କୌଣସି ଉନ୍ନତି ନ ହେଉଥିବା କେଶ୍‌ରେ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers) ଓ ଇଲୋପ୍ରୋଷ୍ଟ (iloprost) ଦିଆଯାଇପାରେ । ଅଲଟରନେଟିଭ ମେଡ଼ିସିନ (alternative medicine) ଉପକାର କରିବାର କୌଣସି ପ୍ରମାଣ ମିଳୁନି ।[୩] ରୋଗ ସାଂଘାତିକ ଥିଲେ ଘାଆ (skin sores) ବା ଗାଙ୍ଗ୍ରିନ (gangrene) ହୋଇଯାଇପାରେ ।[୨]

ଜନସଂଖ୍ୟାର ପ୍ରାୟ ୪% ଲୋକଙ୍କର ଏହି ରୋଗ ଥାଏ ।[୩] ବୟସ ୧୫ରୁ ୩୦ ମଧ୍ୟରେ ପୁଅଙ୍କ ଅପେକ୍ଷା ଝିଅମାନଙ୍କର ଏହି ରୋଗ ଅଧିକ ରୋଗ ହୁଏ ।[୩][୫] ସାଧାରଣତଃ ବୟସ୍କ ଲୋକଙ୍କୁ ସେକେଣ୍ଡାରୀ ରୋଗ ଅଧିକ ହୁଏ । ଥଣ୍ଡା ଜଳବାୟୁରେ (climate) ଉଭୟ ପ୍ରକାରର ରୋଗ ଅଧିକ ହୁଏ ।[୫] ସନ ୧୮୬୨ରେ ଏହି ରୋଗ ବିଷୟରେ ବର୍ଣ୍ଣନା କରିଥିବା ଫରାସୀ ଚିକିତ୍ସକ ମରିସ ରେନ‌ଡଙ୍କ (Maurice Raynaud) ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "What Is Raynaud's?". NHLBI. March 21, 2014. Retrieved 1 October 2016.
  2. ୨.୦ ୨.୧ ୨.୨ "What Are the Signs and Symptoms of Raynaud's?". NHLBI. March 21, 2014. Retrieved 1 October 2016.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Wigley, FM; Flavahan, NA (11 August 2016). "Raynaud's Phenomenon". The New England journal of medicine. 375 (6): 556–65. PMID 27509103.
  4. "What Causes Raynaud's?". NHLBI. March 21, 2014. Retrieved 1 October 2016.
  5. ୫.୦ ୫.୧ "Who Is at Risk for Raynaud's?". NHLBI. March 21, 2014. Retrieved 1 October 2016.