ରମ୍ଭା (ଅପସରା)

ଉଇକିପିଡ଼ିଆ‌ରୁ
(Rambha (apsara)ରୁ ଲେଉଟି ଆସିଛି)

ହିନ୍ଦୁ ପୁରାଣରେ ରମ୍ଭାଙ୍କୁ ଏକ ପ୍ରସିଦ୍ଧ ଅପ୍‌ସରା ଭାବରେ ଚିତ୍ରଣ କରାଯାଇଛି । ଦେବତା ଏବଂ ଅସୁରମାନଙ୍କଦ୍ୱାରା କରାଯାଇଥିବା ସାଗର ମନ୍ଥନରୁ ଏହାଙ୍କ ଉତ୍ପତ୍ତି ବୋଲି ବିଶ୍ୱାସ କରାଯାଏ ।[୧] ଇନ୍ଦ୍ର ତାଙ୍କ ରାଜ ସଭା ପାଇଁ ଏହାଙ୍କୁ ଗ୍ରହଣ କରିଥିଲେ । ସେ ସ୍ୱର୍ଗର ନର୍ତ୍ତକୀ ଥିଲେ, ଯିଏକି ସମସ୍ତ ନୃତ୍ୟକଳା ଜାଣିଥିଲେ । ସେ ଥରେ ରମ୍ଭାକୁ ବିଶ୍ୱାମିତ୍ରଙ୍କ ତପ ଭଙ୍ଗ କରିବାକୁ ପଠାଇଥିଲେ । ବିଶ୍ୱାମିତ୍ର ମହର୍ଷି ତାଙ୍କୁ ଏକ ହଜାର ବର୍ଷ ପର୍ଯ୍ୟନ୍ତ ପାଷାଣ ହୋଇ ରହିବାକୁ ଅଭିଶାପ ଦେଇଥିଲେ । ରମ୍ଭା ନଳକୁବେରଙ୍କ ପତ୍ନୀ ଥିଲେ । କୁବେର ହେଉଛନ୍ତି ରାବଣଙ୍କ ଭାଇ ଏବଂ କୁବେରଙ୍କ ପୁତ୍ର ହେଉଛନ୍ତି ନଳକୁବେର । ରମ୍ଭା ନଳକୁବେରଙ୍କୁ ବିବାହ କରିଥିବାରୁ ସମ୍ପର୍କରେ ସେ ଥିଲେ ରାବଣର ବୋହୁ । ଏକଦା ରାବଣ ରମ୍ଭାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ରମ୍ଭାଙ୍କୁ ଆପତ୍ତିଜନକ କଥା ପଚାରିଥିଲେ । ବାଲ୍ମିକୀ ଲିଖିତ 'ରାମାୟଣ' ଅନୁଯାୟୀ, ରାବଣ ରମ୍ଭାଙ୍କୁ ବଳାତ୍କାର କରିଥିଲେ । ରମ୍ଭା ରାବଣଙ୍କୁ ଅଭିଶାପ ଦେଇଥିଲେ ଯେ ଯଦି ସେ ତାଙ୍କ ଇଚ୍ଛା ବିରୁଦ୍ଧରେ କୌଣସି ମହିଳାଙ୍କୁ ସ୍ପର୍ଶ କରନ୍ତି, ତେବେ ତାଙ୍କ ଦଶ ମୁଣ୍ଡ ଏକାସାଙ୍ଗରେ ଫାଟିଯିବ ।

ପୌରାଣିକ କିମ୍ବଦନ୍ତୀ[ସମ୍ପାଦନା]

ରମ୍ଭା କୁବେରଙ୍କ ପୁଅ ନଳକୁବେରଙ୍କ ପତ୍ନୀ ହୋଇଥିବାରୁ ଏକଦା ସେ ସ୍ୱାମୀଙ୍କୁ ଭେଟିବା ପାଇଁ କୌଳାଶକୁ ଯାଇଥିଲେ । ସେହି ସମୟରେ, ରାବଣ ତାଙ୍କୁ ଦେଖିଥିଲେ । ସେ ତାଙ୍କ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ତାଙ୍କୁ ବଳାତ୍କାର କରିବାପାଇଁ ଟାଣି ନେଇଥିଲେ । ତାଙ୍କୁ ମୁକ୍ତ କରିବାକୁ ସେ ରାବଣକୁ ନିବେଦନ କରିଥିଲେ, କିନ୍ତୁ ତାଙ୍କର ଉଦ୍ୟମ ତାଙ୍କୁ ବଳାତ୍କାରରୁ ରକ୍ଷା କରିପାରି ନଥିଲା । ବଳାତ୍କାର କରିବା ପରେ ରମ୍ଭାଙ୍କୁ ଭୂମି ଉପରେ ଛାଡିଦେଇ ରାବଣ ତାଙ୍କ ରାଜ୍ୟକୁ ଫେରିଗଲା । ପରେ ନଳକୁବେର ପହଞ୍ଚି ତାଙ୍କ ପତ୍ନୀଙ୍କୁ ଏଭଳି ଅବସ୍ଥାରେ ଦେଖିଲେ । ଦୁଃଖ ଓ କ୍ରୋଧରେ, ନଳକୁବେର ତାଙ୍କ ମାମୁଁ ରାବଣଙ୍କୁ ଅଭିଶାପ ଦେଇଥିଲେ ଯେ ଯଦି ସେ କୌଣସି ମହିଳାଙ୍କୁ ବଳାତ୍କାର ପାଇଁ ବାଧ୍ୟ କରନ୍ତି ତେବେ ତାଙ୍କ ମସ୍ତକ ସାତ ଖଣ୍ଡରେ ଫାଟିଯିବ । ଅନ୍ୟାନ୍ୟ ପୌରାଣିକ ସଂସ୍କରଣରେ ଦର୍ଶାଯାଇଛି ଯେ ରମ୍ଭା ନିଜେ ରାବଣକୁ ଅଭିଶାପ ଦେଇଛନ୍ତି ।[୨]

ପରବର୍ତ୍ତୀ ସମୟରେ ରାବଣ ସୀତାଙ୍କୁ ଜବରଦସ୍ତ ଅପହରଣ କଲା ସିନା କେବଳ ଅଭିଶାପ ଭୟରେ ସେ ସୀତାଙ୍କୁ ସ୍ପର୍ଶ ମଧ୍ୟ କରିପାରି ନ ଥିଲା । ପରେ ସୀତାଙ୍କୁ ଅପହରଣ କରି ପ୍ରଭୁ ରାମଙ୍କ ହାତରେ ତାହାର ମୃତ୍ୟୁ ଘଟିଥିଲା ।

ଆଧାର[ସମ୍ପାଦନା]

  1. "रंभा तीज: समुद्र मंथन से प्रकट हुई थी अप्सरा रंभा, विश्वामित्र के श्राप से बन गई थी पत्थर की मूर्ति". Dainik Bhaskar (in ହିନ୍ଦୀ). 23 May 2020. Retrieved 15 February 2021.
  2. "Blush.me". Blush (in ଇଂରାଜୀ). Archived from the original on 20 January 2021. Retrieved 15 February 2021.