ପଞ୍ଜାବୀ ଉଇକିପିଡ଼ିଆ

ଉଇକିପିଡ଼ିଆ‌ରୁ
(Punjabi Wikipediaରୁ ଲେଉଟି ଆସିଛି)
Favicon of Wikipedia ପଞ୍ଜାବୀ ଉଇକିପିଡ଼ିଆ

ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ ଲୋଗୋ (ଉପର) ଏବଂ ପୂର୍ବ ପଞ୍ଜାବୀ ଉଇକିପିଡ଼ିଆ ଲୋଗୋ (ତଳ)
ୟୁ.ଆର.ଏଲpa.wikipedia.org
pnb.wikipedia.org
ବ୍ୟବସାୟିକନାହିଁ
ସାଇଟର ପ୍ରକାରଇଣ୍ଟରେନେଟରେ ଥିବା ଜ୍ଞାନକୋଷ
ମିଳୁଥିବା ଭାଷାପଞ୍ଜାବୀ
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution-ShareAlike 3.0 and GFDL, Media licensing varies
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ଏବେକାର ସ୍ଥିତିଚାଲୁଅଛି

ପଞ୍ଜାବୀ ଉଇକିପିଡ଼ିଆ (ପଞ୍ଜାବୀ: پنجابی وکیپیڈیا (ଶଃମୁଖୀ ଲିପରେ); ਪੰਜਾਬੀ ਵਿਕੀਪੀਡੀਆ (ଗୁରମୁଖୀ ଲିପିରେ)) ହେଉଛି ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିପିଡ଼ିଆର ପଞ୍ଜାବୀ ଭାଷା ସଂସ୍କରଣ, ଯାହାକି ଏକ ମାଗଣା ଅନଲାଇନ୍ ଏନ୍‌ସାଇକ୍ଲୋପିଡ଼ିଆ ।[୧][୨] ସମୁଦାୟ ଦୁଇଟି ପଞ୍ଜାବୀ ଉଇକିପିଡ଼ିଆ ସଂସ୍କରଣ ଅଛି | ପୂର୍ବ ପଞ୍ଜାବୀ ଉଇକିପିଡ଼ିଆ (ଗୁରମୁଖୀ ଲିପିରେ) ଏବଂ ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ (ଶଃମୁଖୀ ଲିପିରେ) ।

ପୂର୍ବ ପଞ୍ଚାବୀ ଉଇକିପିଡ଼ିଆ[ସମ୍ପାଦନା]

ପୂର୍ବ ପଞ୍ଚାବୀ ଉଇକିପିଡ଼ିଆ ଜୁନ୍ ୩, ୨୦୦୨ରେ ଆରମ୍ଭ ହୋଇଥିଲା [୩][୪] କିନ୍ତୁ ପ୍ରଥମ ତିନୋଟି ଲେଖା କେବଳ ଅଗଷ୍ଟ ୨୦୦୪ରେ ଲେଖାଯାଇଥିଲା ।[୫] ଜୁଲାଇ ୨୦୧୨ରେ ଏହି ଉଇକିପିଡ଼ିଆର ପ୍ରସଙ୍ଗ ସଂଖ୍ୟା ୨୪୦୦ରେ ପହଞ୍ଚିଥିଲା ।

ଅଗଷ୍ଟ ୨୦୧୨ଠାରୁ, ଏହାର ବିଶ୍ୱ ସ୍ତରରେ ପ୍ରାୟ ୨୬ ନିୟୁତ ପାଠକ ଅଛନ୍ତି ।[୬]

୨୮ ଜୁଲାଇ ୨୦୧୨ରେ ଲୁଧିଆନାଠାରେ ପ୍ରଥମ ପଞ୍ଜାବୀ ଉଇକିପିଡ଼ିଆ କର୍ମଶାଳା ସଂଗଠିତ ହୋଇଥିଲା ।[୧] ଅଗଷ୍ଟ ୧୬, ୨୦୧୨ରେ ଅନ୍ୟ ଏକ କର୍ମଶାଳା ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟରେ ଆୟୋଜନ କରାଯାଇଥିଲା ।[୭] ଏହି ଦୁଇଟି କର୍ମଶାଳରେ ଉଇକିପିଡ଼ିଆ ବିଷୟରେ ସମ୍ୟକ ଜ୍ଞାନ ପ୍ରଦାନ କରାଯିବା ସହିତ ସମ୍ପାଦନା ଶୈଳୀ ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା ।

ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ[ସମ୍ପାଦନା]

ପଞ୍ଜାବୀ ଭାଷା ଲେଖକ ଅନୱାର ମାସୁଦ ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆର ଶୁଭାରମ୍ଭରେ ଲେଖିଥିବା ଏକ ଚିଠି ।

ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ ୨୪ ଅକ୍ଟୋବର ୨୦୦୮ରେ ଉଇକିମିଡ଼ିଆ ଇନକ୍ୟୁବେଟର ମାଧ୍ୟମରେ ଆରମ୍ଭ ହୋଇଥିଲା ଏବଂ ଏହାର ଡୋମେନ୍ ଅଗଷ୍ଟ ୧୩, ୨୦୦୯ରେ ସୃଷ୍ଟି ହୋଇଥିଲା । ଇସଲାମାବାଦର ଜଣେ କଲେଜ ପ୍ରଫେସର ଖାଲିଦ ମହମ୍ମଦ ଏହି ପ୍ରକଳ୍ପର ନେତୃତ୍ୱ ନେଇଥିଲେ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Punjabi Wikipedia workshop in Delhi on 27th, Ludhiana on 28th of July". July 27, 2012. [YesPunjab.com]. Archived from the original on August 28, 2012. Retrieved October 14, 2012.
  2. "Contribute to Wikipedia Punjabi, says representative". Tribune India. Ludhiana. July 29, 2012. Retrieved October 10, 2012.
  3. "Contribute to Wikipedia Punjabi, says representative". Tribune India. Ludhiana. July 29, 2012. Retrieved October 10, 2012.
  4. pa:Special:Permalink/1
  5. Wikipedia:Multilingual statistics (2004)
  6. "Articles can be compiled in the Punjabi Version of Wikipedia". News. [PunjabNewsExpress]. August 18, 2012. Archived from the original on October 16, 2012. Retrieved October 14, 2012.
  7. "Punjabi Wikipedia Workshop at Punjabi University, Patiala". News. [CIS-India.org]. September 28, 2012. Retrieved October 14, 2012.
  8. Erhart, Ed (31 October 2016). "Remembering Khalid Mahmood". Wikimedia Blog. Retrieved 8 January 2016.

ବାହାର ଆଧାର[ସମ୍ପାଦନା]