ପୂଜା ଗୁପ୍ତା
ଦେଖଣା
(Puja Guptaରୁ ଲେଉଟି ଆସିଛି)
ପୂଜା ଗୁପ୍ତା | |
|---|---|
ଉଇଲ୍ସନ୍ କଲେଜରେ ମିକି ଭାଇରସ୍ର ପ୍ରଚାର ବେଳେ ପୂଜା | |
| ଜନ୍ମ | |
| ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
| ସକ୍ରିୟ ବର୍ଷ | ୨୦୧୦–ଏବେଯାଏଁ |
ପୂଜା ଗୁପ୍ତା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି । ସେ ଦିଲ୍ଲୀରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ । ଆମେରିକାରୁ ପାଠ ପଢ଼ା ସାରି ଫେରିବା ପରେ ସେ ମୁମ୍ବାଇରେ ମଞ୍ଚ ନାଟକରେ କାମ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ନାଟକ ଥିଲା କିଶେନ ଭର୍ସେସ୍ କାହାନିଆଁ, ଯେଉଁଥିରେ ସେ ପରେଶ ରାୱଲଙ୍କ ସହିତ କାମ କରିଥିଲେ । ସେ ଡିଅର୍ ଫାଦର୍ ନାଟକରେ ମଧ୍ୟ କାମ କରିଛନ୍ତି । ଓଏମ୍ଜି, ଭିକି ଡୋନର୍, ବ୍ଲଡ୍ ମନି, ମିକି ଭାଇରସ୍ ଭଳି ହିନ୍ଦୀ କଥାଚିତ୍ରରେ ସେ କାମ କରିଛନ୍ତି ।[୧][୨]
ଚଳଚ୍ଚିତ୍ର ଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୧ | ଚିଟକାବେରି- ଦ ସେଡ୍ସ୍ ଅଫ୍ ଗ୍ରେ | ଅଞ୍ଜଳି ପଟେଲ | |
| ୨୦୧୨ | ବ୍ଲଡ୍ ମନି | ନନ୍ଦିନୀ | |
| ଭିକି ଡୋନର୍ [୩] | ଶ୍ୱେତା | ||
| ଓଏମ୍ଜି | ହନିଫ୍ଙ୍କ ଝିଅ | ||
| ୨୦୧୩ | ମିନି ଭାଇରସ୍ | ଚଟନି | |
| ଅସ୍ସି ଦେଶୀ | ଆନୀ | ||
| ଏକ୍ ସରକାରୀ ଜୁତା | ଶାଜିଆ | ||
| ୨୦୧୪ | ବଦଲାପୁର ବେଜ୍ | ମଞ୍ଜରୀ | |
| ସମ୍ରାଟ୍ ଆଣ୍ଡ୍ କୋ | ଶାନ୍ତି | ||
| ଲ୍ୟାଣ୍ଡ ଅଫ୍ ଲିଓପାର୍ଡ଼[୪] | |||
| ଆଇ ପ୍ରମିଜ୍ ୟୁ | ରିଭା ଗୋସ୍ୱାମୀ | | ||
| ୨୦୧୫ | ରାଇଫଲଗଞ୍ଜ | ନୈନା | |
| ୨୦୧୮ | ରାବ୍ବି | ଆଫିୟା | |
| ୨୦୨୦ | ରିଭା | ରିଭା |
ଆଧାର
[ସମ୍ପାଦନା]- ↑ "Mickey Virus a dream come true for Manish Paul".
- ↑ "Puja Gupta: In Mickey Virus, I play one of the guys". Indo-Asian News Service. NDTV Movies. 24 October 2013. Archived from the original on 14 December 2013. Retrieved 23 December 2013.
- ↑ "Puja Gupta set for Hollywood debut". Hindustan Times (in ଇଂରାଜୀ). 2013-09-17. Retrieved 2021-04-25.
- ↑ Singh, Prashant (17 September 2013). "Puja Gupta set for Hollywood debut". Hindustan Times. Archived from the original on 18 September 2013. Retrieved 23 December 2013.