ପୂଜା ଗୁପ୍ତା (୧୯୮୭ ଜନ୍ମ)

ଉଇକିପିଡ଼ିଆ‌ରୁ
ପୂଜା ଗୁପ୍ତା
୨୦୧୩ରେ ପୂଜା
ଜନ୍ମ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ସକ୍ରିୟ ବର୍ଷ୨୦୦୭–ଏବେଯାଏଁ
Titleଫେମିନା ମିସ୍ ଇଣ୍ଡିଆ ୨୦୦୭
ବୈବାହିକ-ସାଥୀ
ବରୁଣ ତାଲୁକଦାର
(m. ୨୦୧୯)
Beauty pageant titleholder
Major
competition(s)
ଫେମିନା ମିସ୍ ଇଣ୍ଡିଆ ୨୦୦୭ (ବିଜୟୀନି)
ମିସ୍ ଇଉନିଭର୍ସ ୨୦୦୭ (ଶ୍ରେଷ୍ଠ ୧୦)

ପୂଜା ଗୁପ୍ତା (ଜନ୍ମ: ୩୦ ଜାନୁଆରୀ ୧୯୮୭) ଜଣେ ଭାରତୀୟ ଅଭିନେତ୍ରୀ ତଥା ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି । ୨୦୦୭ ମସିହାରେ ସେ ଫେମିନା ମିସ୍ ଇଣ୍ଡିଆ ଜିତିଥିଲେ ଏବଂ ମିସ୍ ୟୁନିଭର୍ସ ୨୦୦୭ରେ ଭାରତର ପ୍ରତିନିଧିତ୍ୱ କରିଥିଲେ, ଯେଉଁଠାରେ ସେ ଶ୍ରେଷ୍ଠ ୧୦ ଫାଇନାଲିଷ୍ଟରେ ସ୍ଥାନ ପାଇଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପୂଜା ୧୯୮୭ ମସିହାର ଜାନୁଆରୀ ୩୦ ତାରିଖରେ ନୂଆ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ । ପୂଜା ନିବେଶ ବ୍ୟାଙ୍କର ବରୁଣ ତାଲୁକଦାରଙ୍କୁ ବିବାହ କରିଛନ୍ତି ।[୧]

ପେଷା[ସମ୍ପାଦନା]

ମଡେଲିଂ[ସମ୍ପାଦନା]

୨୦୦୭ ମସିହାରେ ସେ ଫେମିନା ମିସ୍ ଇଣ୍ଡିଆ ଜିତିବା ପରେ ମଡେଲ୍ ଭାବରେ ତାଙ୍କୁ ସଫଳତା ମିଳିଥିଲା ।[୨][୩][୪] ସେହି ବର୍ଷ ମେକ୍ସିକୋରେ ଅନୁଷ୍ଠିତ ମିସ୍ ୟୁନିଭର୍ସ ୨୦୦୭ରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ । ଏହା ପରେ ସେ ଅନେକ କମ୍ପାନୀ ଓ ବିଜ୍ଞାପନରେ କାମ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

୨୦୧୧ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଫାଲ୍ତୁ (ଏଫ୍.ଏ.ଏଲ୍.ଟି.ୟୁ.)[୫] ୨୦୧୩ ମସିହାରେ ସେ ଗୋ ଗୋଆ ଗନ୍ସର୍ଟକଟ୍ ରୋମିଓରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୧ ଫାଲ୍ତୁ ପୂଜା ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୧୩ ଗୋ ଗୋଆ ଗନ୍ ଲୁନା [୬]
ସର୍ଟକଟ୍ ରୋମିଓ ଶେରୀ/ରାତିକା [୭]
୨୦୧୫ ହେଟ୍ ଷ୍ଟୋରୀ ୩ ଅତିଥି କଳାକାର[୮][୯]
୨୦୨୦ ଡେଞ୍ଜରସ୍ ୱେବ୍ ସିରିଜ୍
୨୦୨୩ ଗୋ ଗୋଆ ଗନ୍ ୨ ଲୁନା

ଆଧାର[ସମ୍ପାଦନା]

  1. "SEE PICS: Has Go Goa Gone actor Puja Gupta found love in Varun Talukdar?". 17 December 2016.
  2. Sharma, Purnima (31 May 2007). "I feel like a winner: Puja Gupta". The Times of India. Retrieved 27 March 2011.
  3. "You have to be diplomatic to survive in Bollywood: Puja Gupta". The Times of India. 15 June 2013. Retrieved 19 February 2014.
  4. "Puja Gupta does a hat trick with her bikini act". The Times of India. Archived from the original on 13 June 2013. Retrieved 19 February 2014.
  5. "Jackky, Puja are just good friends?". The Times of India. 28 February 2011. Retrieved 27 March 2011.
  6. News18 (7 January 2012). "Puja Gupta to act with Saif Ali in 'Go Goa Gone'" (in ଇଂରାଜୀ). Archived from the original on 8 August 2022. Retrieved 8 August 2022.{{cite news}}: CS1 maint: numeric names: authors list (link)
  7. "Puja Gupta: Have no limitations as an actor". 19 May 2013. Archived from the original on 8 August 2022. Retrieved 8 August 2022.
  8. Karan Singh Grover, Puja Gupta on sets of 'Hate Story 3' – Entertainment. Mid-day.com. Retrieved 1 October 2016.
  9. 'Hate Story 3' wrapped up with a racy number – Times of India. The Times of India. (14 October 2015). Retrieved 1 October 2016.

ବାହାର ଲିଙ୍କ୍[ସମ୍ପାଦନା]