ପ୍ରୋସ୍ଟାଗ୍ଲାଣ୍ଡିନ ଇ୨

ଉଇକିପିଡ଼ିଆ‌ରୁ
ପ୍ରୋସ୍ଟାଗ୍ଲାଣ୍ଡିନ ଇ୨
Clinical data
Trade namesPGE2, Cervidil, Propess, others
Synonyms(5Z,11α,13E,15S)-11,15-Dihydroxy-9-oxo-prosta-5,13-dien-1-oic acid
AHFS/Drugs.commonograph
MedlinePlusa682512
Pregnancy
category
  • US: C (Risk not ruled out)
Routes of
administration
intravaginal, IV
ATC code
Identifiers
  • (5Z,11α,13E,15S)-7-[3-hydroxy-2-(3-hydroxyoct-1-enyl)- 5-oxo-cyclopentyl] hept-5-enoic acid
CAS Number
PubChem CID
IUPHAR/BPS
DrugBank
ChemSpider
ChEBI
ChEMBL
ECHA InfoCard100.006.052 Edit this at Wikidata
Chemical and physical data
FormulaC20H32O5
Molar mass352.465 g/mol
3D model (JSmol)
  • CCCCC[C@@H](/C=C/[C@H]1[C@@H](CC(=O)[C@@H]1C/C=C\CCCC(=O)O)O)O
  • InChI=1S/C20H32O5/c1-2-3-6-9-15(21)12-13-17-16(18(22)14-19(17)23)10-7-4-5-8-11-20(24)25/h4,7,12-13,15-17,19,21,23H,2-3,5-6,8-11,14H2,1H3,(H,24,25)/b7-4-,13-12+/t15-,16+,17+,19+/m0/s1 ☒N
  • Key:XEYBRNLFEZDVAW-ARSRFYASSA-N ☒N
 ☒NcheckY (what is this?)  (verify)

ପ୍ରୋସ୍ଟାଗ୍ଲାଣ୍ଡିନ ଇ୨ ଇଂରାଜୀ ଭାଷାରେ Prostaglandin E2 ବା PGE2, ଅନ୍ୟ ନାମ ଡାଇନୋପ୍ରୋସ୍ଟୋନ/dinoprostone ଏକ ପ୍ରାକୃତିକ ପ୍ରୋସ୍ଟାଗ୍ଲାଣ୍ଡିନ (prostaglandin) ଯାହା ଔଷଧ ଭାବରେ ବ୍ୟବ‌ହାର କରାଯାଏ ।[୧] ଔଷଧ ଭାବରେ ଏହା ପ୍ରସବ ପ୍ରବର୍ତ୍ତନ (labor induction), ପ୍ରସବପର ରକ୍ତସ୍ରାବ, ଗର୍ଭାବସ୍ଥା ଅନ୍ତ (termination of pregnancy) କରିବା ଓ ନବଜାତ ଶିଶୁଙ୍କର (newborn babies) ଡକ୍ଟସ ଆର୍ଟେରିଓସସ (ductus arteriosus ) ଖୋଲିବା ନିମନ୍ତେ ବ୍ୟବ‌ହାର କରାଯାଏ ।[୧][୨] ଅପରେଶନ କରିବା ପର୍ଯ୍ୟନ୍ତ ଏହା ଜନ୍ମଗତ ହୃତ୍‌ପିଣ୍ଡ ତୃଟି ଥିବା ପିଲାଙ୍କୁ ଦିଆଯାଏ ।[୨] ଯୋନୀପଥରେ (vagina) ବା ଶିରାଭ୍ୟନ୍ତରରେ (injection into a vein) ଏହା ଦିଆଯାଇପାରେ । [୧][୩]

ଏହି ଔଷଧର ପ୍ରତିକ୍ରିୟାରେ, ବାନ୍ତି, ଜ୍ୱର, ତରଳ ଝାଡ଼ା ଓ ଅତ୍ୟଧିକ ଜରାୟୁ ସଙ୍କୋଚନ (uterine contraction) ହୋଇପାରେ ।[୧] ପିଲାଙ୍କୁ ଏହି ଔଷଧ ଦେଲେ ଶ୍ୱାସକ୍ରିୟା କମିଯାଏ, ଓ ନିମ୍ନ ରକ୍ତଚାପ (low blood pressure) ହେବା ସମ୍ଭାବନା ଥାଏ । [୨] ଆଜମାଗ୍ଲକୋମା (glaucoma) ରୋଗୀଙ୍କୁ ସାବଧାନତା ସ‌ହ ଦିଆଯାଏ ଓ ସିଜରିଆନ ସେକସନ (C-section) ହୋଇଥିବାର ଇତିହାସ ଥିଲେ ଏହା ଦିଆଯାଏନାହିଁ । [୪] ଏହା ଅକ୍ସିଟୋସିକ (oxytocics) ପରିବାରର ସଦସ୍ୟ । ଏହା ପ୍ରୋସ୍ଟାଗ୍ଲାଣ୍ଡିନ ଇ୨ (prostaglandin E2 receptor) ସ‌ହିତ ଅନୁବନ୍ଧିତ ହୋଇ ତାହାକୁ ଆକ୍ଟିଭେଟ କରିବା ଫଳରେ ଜରାୟୁଗ୍ରୀବା (cervix) ନରମ ହୋଇଯାଏ ଓ ସେଠାକାର ରକ୍ତନଳୀସମୂହ (dilation of blood vessels) ସ୍ଫୀତ ହୋଇଯାଆନ୍ତି ।[୧][୨]

ସନ ୧୯୭୦ରେ ପ୍ରୋସ୍ଟାଗ୍ଲାଣ୍ଡିନ ଇ୨ ପ୍ରଥମେ ପ୍ରସ୍ତୁତ କରାଯିବା ପରେ ସନ ୧୯୭୭ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତିପ୍ରାପ୍ତ ହେଲା ।[୨][୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସଂଯୁକ୍ତ ରାଷ୍ଟ୍ରରେ ଏହି ଔଷଧର ଏକ ଡୋଜର ମୂଲ୍ୟ ୮.୫୦ରୁ ୩୦.୦୦ ପାଉଣ୍ଡ ।[୩][୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ସ ଚିକିତ୍ସାର ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାରରୁ ଅଧିକ ।[୪] ଶିଶୁମାନଙ୍କଠାରେ ପ୍ରୋସ୍ଟାଗ୍ଲାଣ୍ଡିନ ଇ୧ ଭଳି ପ୍ରୋସ୍ଟାଗ୍ଲାଣ୍ଡିନ ଇ୨ କାମ କରେ ଓ ଅଳ୍ପ ମୂଲ୍ୟରେ ମିଳେ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Dinoprostone". The American Society of Health-System Pharmacists. Retrieved 8 January 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Northern Neonatal Network (208). Neonatal Formulary: Drug Use in Pregnancy and the First Year of Life (in ଇଂରାଜୀ) (5 ed.). John Wiley & Sons. p. 2010. ISBN 9780470750353.
  3. ୩.୦ ୩.୧ British national formulary : BNF 69 (69 ed.). British Medical Association. 2015. pp. 538–540. ISBN 9780857111562.
  4. ୪.୦ ୪.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 361. ISBN 9781284057560.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. Ainsworth, Sean B. (2014). Neonatal Formulary: Drug Use in Pregnancy and the First Year of Life (in ଇଂରାଜୀ). John Wiley & Sons. p. 436. ISBN 9781118819593.