ପ୍ରମିଳା ମଲ୍ଲିକ

ଉଇକିପିଡ଼ିଆ‌ରୁ
(Pramila Mallikରୁ ଲେଉଟି ଆସିଛି)
ପ୍ରମିଳା ମଲ୍ଲିକ
ବିଧାୟିକା: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀନବକିଶୋର ମଲ୍ଲିକ
ପର ଅଧିକାରୀଅର୍ଜୁନ ଦାସ
ନିର୍ବାଚନ ମଣ୍ଡଳୀବିଞ୍ଝାରପୁର
ବିଧାୟିକା: ୧୨ଶ, ୧୩ଶ, ୧୪ଶ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ଏବେଯାଏଁ
ପୂର୍ବ ଅଧିକାରୀଅର୍ଜୁନ ଦାସ
ନିର୍ବାଚନ ମଣ୍ଡଳୀବିଞ୍ଝାରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1963-03-04)୪ ମାର୍ଚ୍ଚ ୧୯୬୩
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀଦାମୋଦର ମଲ୍ଲିକ
ସନ୍ତାନ୧ ଝିଅ
ବାପା/ବୋଉପବନ ମଲ୍ଲିକ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରମିଳା ମଲ୍ଲିକ (ଜନ୍ମ: ୪ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ ।[୧] ସେ ଓଡ଼ିଶା ବିଧାନ ସଭାର ପ୍ରଥମ ମହିଳା ବାଚସ୍ପତି ।[୨] ୧୯୯୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ୧୦ମ ସଭାକୁ ଜନତା ଦଳର ପ୍ରତିନିଧି ଭାବରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ପୁଣିଥରେ ୨୦୦୦ ମସିହା ଓଡ଼ିଶା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେହି ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୨୦୦୪ ମସିହାରେ ୧୩ଶ, ୨୦୦୯ ମସିହାରେ ୧୪ଶ ଏବଂ ୨୦୧୪ ମିସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ପ୍ରମିଳା ପ୍ରଥମଥର ପାଇଁ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । ସେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରମିଳା ମଲ୍ଲିକ ୧୯୬୩ ମସିହାର ମାର୍ଚ୍ଚ ୪ ତାରିଖରେ ଓଡ଼ିଶାର ଯାଜପୁର ଜିଲ୍ଲାର ମସରାଠାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପା ଥିଲେ ପବନ ମଲ୍ଲିକ ।[୪] ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ ।[୩] ପ୍ରମିଳା ଦାମୋଦର ମଲ୍ଲିକଙ୍କୁ ବିବାହ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରମିଳା ମଲ୍ଲିକ ପ୍ରଥମେ ଜନତା ଦଳ ସହ ରାଜନୀତିରେ ସକ୍ରିୟ ଥିଲେ । ସେ ୧୯୯୦ ଓଡ଼ିଶା ନିର୍ବାଚନରେ ପ୍ରଥମ ପାଇଁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଜନତା ଦଳର ପ୍ରତିନିଧି ଭାବରେ ସେ ବିଞ୍ଝାରପୁର ବିଧନସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଏହପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୬] ୨୦୦୦ ମସିହାରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ପୁଣିଥରେ ବିଞ୍ଝାରପୁରରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହାପରେ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାକୁ[୭], ୨୦୦୯ ମସିହାରେ ୧୪ଶ ଓଡ଼ିଶା ବିଧାନ ସଭାକୁ ଏବଂ ୨୦୧୪ ମସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିଲେ ।[୮]

୨୦୦୪ ମସିହାରେ ପ୍ରମିଳା ପ୍ରଥମ ଥର ପାଇଁ ୧୩ଶ ଓଡ଼ିଶା ବିଧାନ ସଭାର ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ହୋଇ ଥିଲେ । ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ହୋଇଥିଲେ । ପ୍ରଥମ ଥର ପାଇଁ ସେ ୧୮ ମଇ ୨୦୦୪ରେ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଏବଂ ୨୬ ଜୁଲାଇ ୨୦୦୪ ଯାଏଁ ମନ୍ତ୍ରୀମଣ୍ଡଳରେ ରହିଥିଲେ । ପରବର୍ତ୍ତୀ ସମୟରେ ସେ ୨୨ ସେପ୍ଟେମ୍ବର ୨୦୦୪ରୁ ୭ ଫେବୃଆରୀ ୨୦୧୧ ଯାଏଁ ସେ ମନ୍ତ୍ରୀମଣ୍ଡଳରେ ରହିଥିଲେ ।[୧]

୨୦୨୩ ମସିହାରେ ବିଜୁ ଜନତା ଦଳ ତରଫରୁ ତାଙ୍କୁ ବିଧାନ ସଭାରେ ବାଚସ୍ପତି ପଦ ପାଇଁ ମନୋନୀତ କରାଯାଇଥିଲା [୯] ଓ ସେ ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ ।[୧୦] ସେ ଓଡ଼ିଶା ବିଧାନ ସଭାର ପ୍ରଥମ ମହିଳା ବାଚସ୍ପତି ।[୨]

ବିବାଦ[ସମ୍ପାଦନା]

ପ୍ରମିଳା ମଲ୍ଲିକ ଡାଲି ଦୁର୍ନିତିରେ ବିବାଦୀୟ ହୋଇ ପଡ଼ିଥିଲେ ଏବଂ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ।[୧୧] ୨୦୧୮ ମସିହାରେ ପ୍ରମିଳା ମଲ୍ଲିକଙ୍କର ଭାଇ ଓ ବାପାଙ୍କ ନାଆଁରେ ଯବ୍ କାର୍ଡ଼ ଥିବା କଥା ଉଠିଥିଲା, ଫଳରେ ସେ ପୁଣିଥରେ ବିବାଦୀୟ ହୋଇପଡ଼ିଥିଲେ ।[୪] ପ୍ରମିଳା ମଲ୍ଲିକ ୨୦୧୮ ମସିହାରେ ବୈଜୟନ୍ତ ପଣ୍ଡାଙ୍କ ଉପରେ ହୋଇଥିବା ଅଭିଯୋଗର ତଦନ୍ତ କରିଥିଲେ ।[୧୨][୧୩] ୨୦୧୫ ମସିହାରେ ପ୍ରମିଳା ଚାଷୀ ଆତ୍ମହତ୍ୟା ଉପରେ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ବିବାଦ ଉପୁଜିଥିଲା ।[୧୪] ସେ କହିଥିଲେ କି, "ବିରୋଧୀ ଦଳମାନେ ଚାଷୀମାନଙ୍କ ଅମର ଲଡ଼ୁ ଦିଅନ୍ତୁ, ଫଳରେ ସେମାନେ ଆଉ କେବେ ମରିବେନି ।"[୧୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Smt. Pramila Mallik". odishaassembly.nic.in. Odisha Assembly. Retrieved 17 February 2019.
  2. ୨.୦ ୨.୧ ଦାସ, ଚୌଧୁରୀ ଅମିତାଭ; ଦାଶ, ବିଶ୍ୱଜିତ (2023-02-10). "ଷୋଡ଼ଷ ବିଧାନସଭା ଶେଷ: ୩ ବାଚସ୍ପତି". ସମ୍ବାଦ. Retrieved 2023-02-11.
  3. ୩.୦ ୩.୧ "Pramila Mallik(BJD):Constituency- BINJHARPUR(JAJPUR) - Affidavit Information of Candidate:". www.myneta.info. Retrieved 2019-02-17.
  4. ୪.୦ ୪.୧ "BJD MLA's kin holding job cards under MGNREGA" (in ଆମେରିକୀୟ ଇଂରାଜୀ). 2018-03-01. Retrieved 2019-02-17.
  5. ୫.୦ ୫.୧ "Smt. Pramila Mallik Profile". www.naveenpatnaik.com. Retrieved 2019-02-17.[permanent dead link]
  6. "ପ୍ରମିଳା ମଲ୍ଲିକ ଓ ଉଷା ଦେବୀଙ୍କ ତଦନ୍ତ ଉପରେ ସମସ୍ତଙ୍କ ନଜର". Kanak News (in ଆମେରିକୀୟ ଇଂରାଜୀ). 2018-01-18. Retrieved 2019-02-17.
  7. "Orissa Assembly Election Results in 2004". www.elections.in. Retrieved 2019-02-17.
  8. "MLA Pramila Mallik Profile | BINJHARPUR Constituency". odishahelpline.com. Retrieved 2019-02-17.
  9. "ପ୍ରମିଳା ମଲ୍ଲିକ ହେବେ ବାଚସ୍ପତି". No. ସମ୍ବାଦ ୨୧ ସେପ୍ଟେମ୍ବର ୨୦୨୩ ପୃଷ୍ଠା ୧. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 21 September 2023. Retrieved 21 September 2023.
  10. "ଓଡ଼ିଶା ବିଧାନ ସଭା ପାଇଲା ପ୍ରଥମ ମହିଳା ବାଚସ୍ପତି: ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ପ୍ରମିଳା ମଲ୍ଲିକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 22 September 2023. Retrieved 22 September 2023.
  11. "Dal scam: Orissa minister resigns, action against three others". NDTV.com. Retrieved 2019-02-17.
  12. OdishaTime (2018-01-20). "ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ପ୍ରମିଳା ମଲ୍ଲିକଙ୍କ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ". Odisha News, Politics, Media | Odia News | Bhubaneswar (in ଆମେରିକୀୟ ଇଂରାଜୀ). Retrieved 2019-02-17.
  13. "ପ୍ରମିଳା ମଲ୍ଲିକ ଓ ଉଷା ଦେବୀଙ୍କ ତଦନ୍ତ ଉପରେ ସମସ୍ତଙ୍କ ନଜର". Kanak News (in ଆମେରିକୀୟ ଇଂରାଜୀ). 2018-01-18. Retrieved 2019-02-17.
  14. "'Media trying to defame me'". www.telegraphindia.com (in ଇଂରାଜୀ). Retrieved 2019-02-17.
  15. November 16, P. T. I.; November 16, 2015UPDATED:; Ist, 2015 22:15. "Mallicks ladoo remark triggers controversy". India Today (in ଇଂରାଜୀ). Retrieved 2019-02-17. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)