ଆଘାତୋତ୍ତର ଚାପ ବେମାରୀ

ଉଇକିପିଡ଼ିଆ ରୁ
(Posttraumatic stress disorder ରୁ ଲେଉଟି ଆସିଛି)
Jump to navigation Jump to search
ଆଘାତୋତ୍ତର ଚାପ ବେମାରୀ
A mask, painted by a Marine who attends art therapy to relieve post-traumatic stress disorder symptoms, USMC-120503-M-9426J-001.jpg
Art therapy project created by a U.S. Marine with posttraumatic stress disorder
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPsychiatry
ଆଇସିଡ଼ି-୧୦F43.1
ଆଇସିଡ଼ି-୯-ସିଏମ୍309.81
ରୋଗ ଡାଟାବେସ33846
ମେଡ଼ିସିନ-ପ୍ଲସ000925
ଇ-ମେଡ଼ିସିନmed/1900
Patient UKଆଘାତୋତ୍ତର ଚାପ ବେମାରୀ
MeSHD013313

ଆଘାତୋତ୍ତର ଚାପ ବେମାରୀ (PTSD) ଏକ ମାନସିକ ବେମାରୀ ଯାହା ଜଣେ ମଣିଷ ଯୌନ ଆକ୍ରମଣ, ଯୁଦ୍ଧ, ଗାଡ଼ି ଧକ୍କା ବା ଅନ୍ୟାନ୍ୟ ଜୀବନ ଆଶଙ୍କା ଥିବା ଘଟଣା ପରେ ବାହାରେ ।[୧] ଏହି ରୋଗର ଲକ୍ଷଣ - ବ୍ୟାକୁଳ ଭାବନା, ଅନୁଭବ ବା ଆଘାତ ସମ୍ପର୍କୀୟ ଘଟଣାର ସ୍ୱପ୍ନ, ଆଘାତ ସମ୍ପର୍କୀୟ ସଂକେତ ମିଳିବାରେ ବ୍ୟାକୁଳତା, ମଣିଷର ଭାବନା ଓ ଅନୁଭବରେ ପରିବର୍ତ୍ତନ ଓ ଯୁଦ୍ଧ ବା ପଳାୟନ ପ୍ରତିକ୍ରିୟା । ଘଟଣାର ଏକ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ଲକ୍ଷଣ ରହେ । ଅଳ୍ପ ବୟସ୍କ ପିଲା ସଙ୍କଟ ଅଭିବ୍ୟକ୍ତି କମ୍ କରନ୍ତି କିନ୍ତୁ ଖେଳ ମାଧ୍ୟମରେ ଏହା ପ୍ରକାଶ ପାଏ ।[୧] ଏହି ରୋଗୀମାନଙ୍କର ଆତ୍ମହତ୍ୟା ସଙ୍କଟ ରହେ ।[୨]

ଆଘାତଗ୍ରସ୍ତ ଅଧିକାଂଶ ଲୋକଙ୍କର ଏହି ରୋଗ ହୁଏ ନାହିଁ ।[୨] ବାଳ ଶୋଷଣଧର୍ଷଣ ଭଳି ପାରଷ୍ପରିକ ଆଘାତ ପାଇଥିବା ଲୋକର ଦୁର୍ଘଟଣା ବା ପ୍ରାକୃତିକ ଆପଦ ପିଡ଼ିତ ଲୋକଙ୍କ ଅପେକ୍ଷା ଏହି ରୋଗ ହେବା ସମ୍ଭାବନା ଅଧିକ ରହେ ।[୩] ଧର୍ଷଣ ପରେ ପ୍ରାୟ ଅର୍ଦ୍ଧେକ ଲୋକଙ୍କୁ ଏହି ରୋଗ ହୁଏ ।[୨] ଦଶ ବର୍ଷରୁ କମ୍ ବୟସର ପିଲାଙ୍କୁ ଏହି ରୋଗ ହେବା ସମ୍ଭାବନା କମ୍ ।[୪] ଆଘାତ ଘଟଣା ସ‌ହିତ ନିର୍ଦ୍ଦିଷ୍ଟ ଲକ୍ଷଣ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨]

ଆଘାତପ୍ରାପ୍ତ ଲୋକର ଲକ୍ଷଣ ବାହାରିବା ସଙ୍ଗେ ସଙ୍ଗେ ବ୍ୟବ‌ହାରିକ ପରାମର୍ଶ ବା କାଉନସେଲିଙ୍ଗଦ୍ୱାରା ରୋଗ ପ୍ରତିଷେଧ କରାଯାଇ ପାରେ କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୁଏ ନାହିଁ ।[୨] ଏହି ରୋଗୀଙ୍କର ଔଷଧ ଓ ପରାମର୍ଶଦ୍ୱାରା ଚିକିତ୍ସା କରାଯାଏ । [୫] ଭିନ୍ନ ଭିନ୍ନ ପ୍ରକାରର ପରାମର୍ଶ ଉପକାରୀ ହୁଏ ।[୬] ବ୍ୟକ୍ତିଗତ ଓ ଦଳଗତ ଭାବରେ ଚିକିତ୍ସା କରାଯାଇ ପାରେ ।[୫] ସିଲେକ୍ଟିଭ ସେରୋଟୋନିନ୍ ରିଅପଟେକ ଇନହିବିଟର ଟାଇପର ଅବସାଦରୋଧୀ ଔଷଧ ପ୍ରଥମ ଧାଡ଼ି ଔଷଧ ରୂପେ ଦିଆଯାଏ ଓ ଏହାଦ୍ୱାରା ଅଧା ଲୋକଙ୍କର ଉପକାର ହୁଏ ।[୭] ପରାମର୍ଶ ଅପେକ୍ଷା ଏହା କମ୍ ଉପକାରୀ ।[୨] ଓଷଧ ଓ ପରାମର୍ଶର ମିଶ୍ରିତ ଉପକାର ବିଷୟରେ ସ୍ପଷ୍ଟ ସୂଚନା ନାହିଁ । [୮][୨] ଦିଆଯାଉଥିବା ଅନ୍ୟ କେତେକ ଔଷଧର ଉପକାରୀତା ବିଷୟରେ ପ୍ରମାଣ ନାହିଁ; ବେଞ୍ଜଡାୟାଜେପିନ ଦେଲେ ଓଲଟା ଖରାପ ଦିଗକୁ ରୋଗି ଗତି କରେ ।[୯][୧୦]

ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗର ଶିକାର ବର୍ଷକୁ ପ୍ରାୟ ୩.୫% ବ‌ୟଃପ୍ରାପ୍ତ ଲୋକ ହୁଅନ୍ତି ଓ ୯% ଲୋକ ଜୀବନର କୌଣସି ସମୟରେ ରୋଗ ଭୋଗନ୍ତି ।[୧] ପୃଥିବୀର ଅନ୍ୟ ସମସ୍ତ ସ୍ଥାନରେ ବର୍ଷକୁ ପ୍ରାୟ ୦.୫%ରୁ ୧% ଲୋକ ଏହାର ଶିକାର ହୁଅନ୍ତି ।[୧] ସଶସ୍ତ୍ର ଲଢ଼େଇରେ ଏହି ରୋଗ ହାର ଅଧିକ ହୋଇପାରେ । [୨] ମହିଳାଙ୍କ କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ଅଧିକ ହୁଏ ।[୫] ପୁରାତନ ଗ୍ରୀକ ଅମଳରୁ ଏହି ରୋଗର ଲକ୍ଷଣମାନଙ୍କ ବିଷୟରେ ଲିଖିତ ଅଛି ।[୧୧] ବିଶ୍ୱ ଯୁଦ୍ଧ ସମୟରେ ଏହାର ଅନୁଶୀଳନ ଅଧିକ ଥିଲା ଓ ଏହାକୁ ସେଲ ସକ୍ ବା କୋମ୍ବାଟ ନିଉରୋସିସ୍ ଇତ୍ୟାଦି ଭିନ୍ନ ବିନ୍ନ ନାମ ଦିଆଯାଇଥିଲା ।[୧୨][୧୩] ସନ ୧୯୭୦ଠାରୁ ଆଘାତୋତ୍ତର ଚାପ ବେମାରୀ ନାମକରଣ କରାଗଲା ଓ ଭିଏତନାମ ଯୁଦ୍ଧରେ ଅଧିକାଂଶ ମିଲିଟାରୀ ବିଶାରଦମାନେ ଏହି ନାମ ଦେଇଥିଲେ ।[୧୪] ସନ ୧୯୮୦ରେ ଆମେରିକାନ ସାଇକିଆଟ୍ରିସ୍ଟ ଆସୋସିଏନ ଏହି ନାମକୁ ତାଙ୍କର ଏକ ପତ୍ରିକା (Diagnostic and Statistical Manual of Mental Disorders ବା DSM-III)ର ତୃତୀୟ ସଂସ୍କରଣରେ ଔପଚାରିକ ମାନ୍ୟତା ଦେଇଥିଲେ ।[୧୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ American Psychiatric Association (2013). Diagnostic and Statistical Manual of Mental Disorders (5th ed.). Arlington, VA: American Psychiatric Publishing. pp. 271–280. ISBN 978-0-89042-555-8.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Bisson, JI; Cosgrove, S; Lewis, C; Robert, NP (26 November 2015). "Post-traumatic stress disorder". BMJ (Clinical research ed.). 351: h6161. PMID 26611143.
  3. Zoladz, Phillip (June 2013). "Current status on behavioral and biological markers of PTSD: A search for clarity in a conflicting literature". Neuroscience and Biobehavioral Reviews. 37 (5): 860–895. doi:10.1016/j.neubiorev.2013.03.024. PMID 23567521.
  4. National Collaborating Centre for Mental Health (UK) (2005). "Post-Traumatic Stress Disorder: The Management of PTSD in Adults and Children in Primary and Secondary Care". NICE Clinical Guidelines, No. 26. Gaskell (Royal College of Psychiatrists). Lay summaryPubmed Health (plain English). open access publication – free to read
  5. ୫.୦ ୫.୧ ୫.୨ "Post-Traumatic Stress Disorder". National Institute of Mental Health. February 2016. Retrieved 10 March 2016.
  6. Haagen, JF; Smid, GE; Knipscheer, JW; Kleber, RJ (August 2015). "The efficacy of recommended treatments for veterans with PTSD: A metaregression analysis". Clinical psychology review. 40: 184–94. PMID 26164548.
  7. Berger, W; Mendlowicz, MV; Marques-Portella, C; Kinrys, G; Fontenelle, LF; Marmar, CR; Figueira, I (17 March 2009). "Pharmacologic alternatives to antidepressants in posttraumatic stress disorder: a systematic review". Progress in neuro-psychopharmacology & biological psychiatry. 33 (2): 169–80. PMID 19141307.
  8. Hetrick, SE; Purcell, R; Garner, B; Parslow, R (7 July 2010). "Combined pharmacotherapy and psychological therapies for post traumatic stress disorder (PTSD)". The Cochrane database of systematic reviews (7): CD007316. doi:10.1002/14651858.CD007316.pub2. PMID 20614457.
  9. Guina, J; Rossetter, SR; DeRHODES, BJ; Nahhas, RW; Welton, RS (July 2015). "Benzodiazepines for PTSD: A Systematic Review and Meta-Analysis". Journal of psychiatric practice. 21 (4): 281–303. PMID 26164054.
  10. Hoskins, M.; Pearce, J.; Bethell, A.; Dankova, L.; Barbui, C.; Tol, WA.; van Ommeren, M.; de Jong, J.; Seedat, S. (February 2015). "Pharmacotherapy for post-traumatic stress disorder: systematic review and meta-analysis". Br J Psychiatry. 206 (2): 93–100. doi:10.1192/bjp.bp.114.148551. PMID 25644881. Some drugs have a small positive impact on PTSD symptoms
  11. Carlstedt, Roland (2009). Handbook of Integrative Clinical Psychology, Psychiatry, and Behavioral Medicine Perspectives, Practices, and Research. New York: Springer Pub. Co. p. 353. ISBN 9780826110954.
  12. The Body Keeps the Score: Brain, Mind, and Body in the Healing of Trauma. Penguin. 2014. p. Chapter 12. ISBN 9781101608302.
  13. Herman, Judith (2015). Trauma and Recovery: The Aftermath of Violence--From Domestic Abuse to Political Terror. Basic Books. p. 9. ISBN 9780465098736.
  14. Klykylo, William M. (2012). Clinical child psychiatry (3. ed. ed.). Chichester, West Sussex, UK: John Wiley & Sons. p. Chapter 15. ISBN 9781119967705.CS1 maint: Extra text (link)
  15. Friedman, MJ (October 2013). "Finalizing PTSD in DSM-5: getting here from there and where to go next". Journal of traumatic stress. 26 (5): 548–56. doi:10.1002/jts.21840. PMID 24151001.