Jump to content

ପରବୀନ ସୁଲତାନା ଦିତି

ଉଇକିପିଡ଼ିଆ‌ରୁ
(Parveen Sultana Ditiରୁ ଲେଉଟି ଆସିଛି)
ପରବୀନ ସୁଲତାନା ଦିତି
পারভীন সুলতানা দিতি
ଜନ୍ମ
ପରବୀନ ସୁଲତାନା

(1965-03-31)୩୧ ମାର୍ଚ୍ଚ ୧୯୬୫
ସାନରଗାଁ, ନାରାୟଣଗଞ୍ଜ ଜିଲ୍ଲା, ପୂର୍ବ ପାକିସ୍ତାନ
Died୨୦ ମାର୍ଚ୍ଚ ୨୦୧୬(2016-03-20) (ବୟସ ୫୦)
ଢାକା, ବଙ୍ଗଳାଦେଶ
Resting place
ସାନରଗାଁ, ନାରାୟଣଗଞ୍ଜ, ବଙ୍ଗଳାଦେଶ
ପେଷାଅଭିନେତ୍ରୀ
ଜୀବନସାଥୀ(s)ସୋହେଲ ଚୌଧୁରୀ (ଛାଡ଼ପତ୍ର)
ଇଲିଆସ କଞ୍ଚନ (ଛାଡ଼ପତ୍ର)
ପୁରସ୍କାରବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ପରବୀନ ସୁଲତାନା ଦିତି (ବଙ୍ଗଳା: পারভীন সুলতানা ୩୧ ମାର୍ଚ୍ଚ ୧୯୬୫ – ୨୦ ମାର୍ଚ୍ଚ ୨୦୧୬) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ଦିତି ନାମରେ ପରିଚିତା ଥିଲେ । ସେ ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଏବଂ ଦୂରଦର୍ଶନରେ ଅଭିନୟ କରିଥିଲେ । ୧୯୮୭ ମସିହାରେ ସ୍ୱାମୀ ସ୍ତ୍ରୀ କଥାଚିତ୍ର ପାଇଁ ତାଙ୍କୁ ସହ-ଅଭିନେତ୍ରୀ ଭାବରେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୧][୨][୩] ସେ ତାଙ୍କର ଅଭିନୟ ଜୀବନ ଭିତରେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ ।[୪]

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା

[ସମ୍ପାଦନା]

ପରବୀନ ସୁଲତାନା ଦିତି ବଙ୍ଗଳାଦେଶର ନାରାୟଣଗଞ୍ଜ ଜିଲ୍ଲାର ସାନରଗାଁଠାରେ ୩୫ ମାର୍ଚ୍ଚ ୧୯୬୫ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅବୁଲ ହୁସେନ୍ ଏବଂ ମାଆ ନୁର୍‌ଜାହାନ ବେଗମ ।[୫] ସେ ଇଡେନ ମହିଳା କଲେଜରୁ ତାଙ୍କର ଉଚ୍ଚଶିକ୍ଷା ଶେଷ କରିବାପରେ ଲାଲମାଟିଆ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।[୬]

ଅଭିନୟ ଜୀବନ

[ସମ୍ପାଦନା]

ଦିତି ୧୯୮୪ ମସିହାରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ମାତ୍ର ଏହା ପୂର୍ବରୁ ଜଣେ ଗାୟିକା ଭାବରେ ପ୍ରଥମେ କାମ କରୁଥିଲେ । ଜଣେ ଗାୟିକା ଭାବରେ ସେ ବଙ୍ଗଳାଦେଶ ଶିଶୁ ଆକାଡେମୀଦ୍ୱାରା ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇଥିଲେ ଏବଂ ଏକ ପୁରସ୍କାର ଜିତିଥିଲେ ।[୭] ବଙ୍ଗଳାଦେଶ ଟିଭିରେ ଦିତି ଏକ କାର୍ଯ୍ୟକ୍ରମରେ ଗୀତ ଗାଉଥିବାବେଳେ ଅଲ୍ ମନ୍‌ସୁରଙ୍କ ନଜରକୁ ଆସିଥିଲେ ଏବଂ ସେ ତାଙ୍କୁ ତାଙ୍କର ଏକ ଦୂରଦର୍ଶନ ନାଟକ ଲୈଲା ମଜନୁ ପାଇଁ ଅଭିନେତା ମାନସ ବନ୍ଦୋପାଧ୍ୟାୟଙ୍କ ସ‌ହ କାମ କରିବାର ସୁଯୋଗ ଦେଇଥିଲେ ।[୭] ଏହପରେ ୧୯୮୪ ମସିହାରେ ଦିତି ଏକ ଅଭିନୟ ପ୍ରତିଯୋଗିତା ଭାଗନେଇଥିଲେ ଏବଂ ସେଥିରେ ସଫଳ ହୋଇ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୭]

ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଡାକ ଦିୟେ ଜୟ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଉଦୟନ ଚୌଧୁରୀ ।[୪] ମାତ୍ର ଏହି କଥାଚିତ୍ରଟିର ମୁକ୍ତିଲାଭ କରିପାରିନଥିଲା ଏବଂ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଆମି ଓ ଓସ୍ତାଦ ।[୪] ଏଥିସ‌ହିତ ସେ କିଛି ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ଏବଂ ରୋଷେଇ ଶିକ୍ଷା ଉପରେ ଆଧାରିତ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୪]

ବୈବାହିକ ଜୀବନ

[ସମ୍ପାଦନା]

ଦିତି ୧୯୮୬ ମସିହାରେ ଅଭିନେତା ସୋହେଲ ଚୌଧୁରୀଙ୍କୁ ବିବାହ କରିଥିଲେ ।[୬] ସୋହେଲ ଏବଂ ଦିତି ଉଭୟ ଗୋଟିଏ ବର୍ଷରେ ନୂତନ ମୁଖେର ସନ୍ଧାନେ ପ୍ରତିଯୋଗିତାର ବିଜେତା ହୋଇଥିଲେ ।[୬] ୧୯୯୮ ମସିହାରେ ବନାନୀ ମଡେଲ ଟାଉନଠାରେ ଥିବା ଟ୍ରମ୍ପ କ୍ଲବରେ ସୋହେଲଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା ।[୮] ଏହି ଘଟଣା ପୂର୍ବରୁ ଏହି ଦମ୍ପତିଙ୍କର ବିବାହ ବିଚ୍ଛେଦ ଘଟିଥିଲା ।[୬] ଉଭୟଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛି । ଝିଅ ଲାଇମା ଚୌଧୁରୀ ୧୯୮୭ ମସିହାରେ ଏବଂ ପୁଅ ଶଫୟେତ ଚୌଧୁରୀ ଦୀପ୍ତ ୧୯୮୯ରେ ଜନ୍ମଗ୍ରହଣ କରିଥିଲେ ।[୯][୧୦] ପରବର୍ତ୍ତୀ ସମୟରେ ଇଲିଆସ କଞ୍ଚନଙ୍କୁ ଦିତି ବିବାହ କରିଥିଲେ ଏବଂ ଉଭୟଙ୍କର ମଧ୍ୟ ବିବାହ ବିଚ୍ଛେଦ ହୋଇଥିଲା ।[୪][୧୧]

ମୃତ୍ୟୁ

[ସମ୍ପାଦନା]

୨୫ ଜୁଲାଇ ୨୦୧୫ରେ ଦିତିଙ୍କୁ ମସ୍ତିଷ୍କ କର୍କଟ ହୋଇଥିବା କଥା ଜଣାପଡ଼ିଥିଲା ।[୧୨] ଏହାପରେ ସେ ଭାରତର ଚେନ୍ନାଇସ୍ଥିତ ମାଡ୍ରାସ ଇନିଷ୍ଟିଚିଉଟ ଅଫ ଅର୍ଥପେଡ଼ିକ୍ ଆଣ୍ଡ ଟ୍ରୌମାଟୋଲିଜିରେ ଚିକିତ୍ସିତ ହୋଇଥିଲେ ।[୧୨][୧୩] ମାତ୍ର ୨୦ ମାର୍ଚ୍ଚ ୨୦୧୬ରେ ବଙ୍ଗଳାଦେଶର ଢାକାସ୍ଥିତ ଇଉନାଇଟେଡ୍ ହସ୍ପାତାଳଠାରେ ମୃତ୍ୟୁବରଣ କରିଥିଲେ ।[୧୪]

  1. ↑ "Diti directed first play on Channel i soon". Priyo News. 18 October 2011. Retrieved 5 January 2015.
  2. ↑ "Alamgir-Diti in five movies at a time". Priyo News. 31 January 2011. Retrieved 5 January 2016.
  3. ↑ Rashed Shawon (14 August 2012). "চার দশকে আমাদের সেরা চলচ্চিত্রগুলো". bdnews24.com. Archived from the original on 28 December 2012. Retrieved 5 January 2015.
  4. 1 2 3 4 5 "দিতি আর নেই". Prothom Alo. 20 March 2016. Retrieved 20 March 2016.[permanent dead link]
  5. ↑ "Actress Diti buried beside her parents at Sonargaon home". bdnews24.com. 21 March 2016. Retrieved 23 March 2016.
  6. 1 2 3 4 "Diti: The screen diva". Dhaka Tribune. 22 March 2016. Retrieved 23 March 2016.
  7. 1 2 3 "Diti laid to rest at village home". The Daily Star. 22 March 2016. Retrieved 23 March 2016.
  8. ↑ "No trial even 17 years after actor Sohel Chowdhury's murder". bdnews24.com. 18 December 2015. Retrieved 5 January 2016.
  9. ↑ "Diti again starts acting after returning from Canada". Priyo News. 8 ସେପ୍ଟେମ୍ବର 2013. Archived from the original on 8 ଜାନୁଆରୀ 2014.
  10. ↑ "Diti leaves home for Canada". Priyo News. 13 August 2012. Retrieved 5 January 2015.
  11. ↑ "Diti - A Dhallywood trailblazer". The Daily Star. March 20, 2017. Retrieved March 20, 2017.
  12. 1 2 "Actress Diti's condition unchanged". The Daily Star. 26 January 2016. Retrieved 1 February 2016.
  13. ↑ "Cancer can't defeat my mom, says Diti's daughter". The Daily Star. 5 January 2016. Retrieved 5 January 2016.
  14. ↑ "Actress Diti loses battle with cancer". The Daily Star. 20 March 2016. Retrieved 20 March 2016.

ବାହାର ଆଧାର

[ସମ୍ପାଦନା]