ପରବୀନ ସୁଲତାନା ଦିତି

ଉଇକିପିଡ଼ିଆ‌ରୁ
ପରବୀନ ସୁଲତାନା ଦିତି
পারভীন সুলতানা দিতি
Born
ପରବୀନ ସୁଲତାନା

(1965-03-31)୩୧ ମାର୍ଚ୍ଚ ୧୯୬୫
ସାନରଗାଁ, ନାରାୟଣଗଞ୍ଜ ଜିଲ୍ଲା, ପୂର୍ବ ପାକିସ୍ତାନ
Died୨୦ ମାର୍ଚ୍ଚ ୨୦୧୬(2016-03-20) (ବୟସ ୫୦)
ଢାକା, ବଙ୍ଗଳାଦେଶ
Resting placeସାନରଗାଁ, ନାରାୟଣଗଞ୍ଜ, ବଙ୍ଗଳାଦେଶ
Nationalityବଙ୍ଗଳାଦେଶୀ
Occupationଅଭିନେତ୍ରୀ
Spouse(s)ସୋହେଲ ଚୌଧୁରୀ (ଛାଡ଼ପତ୍ର)
ଇଲିଆସ କଞ୍ଚନ (ଛାଡ଼ପତ୍ର)
Awardsବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ପରବୀନ ସୁଲତାନା ଦିତି (ବଙ୍ଗଳା: পারভীন সুলতানা ୩୧ ମାର୍ଚ୍ଚ ୧୯୬୫ – ୨୦ ମାର୍ଚ୍ଚ ୨୦୧୬) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ଦିତି ନାମରେ ପରିଚିତା ଥିଲେ । ସେ ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଏବଂ ଦୂରଦର୍ଶନରେ ଅଭିନୟ କରିଥିଲେ । ୧୯୮୭ ମସିହାରେ ସ୍ୱାମୀ ସ୍ତ୍ରୀ କଥାଚିତ୍ର ପାଇଁ ତାଙ୍କୁ ସହ-ଅଭିନେତ୍ରୀ ଭାବରେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୧][୨][୩] ସେ ତାଙ୍କର ଅଭିନୟ ଜୀବନ ଭିତରେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ ।[୪]

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ପରବୀନ ସୁଲତାନା ଦିତି ବଙ୍ଗଳାଦେଶର ନାରାୟଣଗଞ୍ଜ ଜିଲ୍ଲାର ସାନରଗାଁଠାରେ ୩୫ ମାର୍ଚ୍ଚ ୧୯୬୫ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅବୁଲ ହୁସେନ୍ ଏବଂ ମାଆ ନୁର୍‌ଜାହାନ ବେଗମ ।[୫] ସେ ଇଡେନ ମହିଳା କଲେଜରୁ ତାଙ୍କର ଉଚ୍ଚଶିକ୍ଷା ଶେଷ କରିବାପରେ ଲାଲମାଟିଆ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।[୬]

ଅଭିନୟ ଜୀବନ[ସମ୍ପାଦନା]

ଦିତି ୧୯୮୪ ମସିହାରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ମାତ୍ର ଏହା ପୂର୍ବରୁ ଜଣେ ଗାୟିକା ଭାବରେ ପ୍ରଥମେ କାମ କରୁଥିଲେ । ଜଣେ ଗାୟିକା ଭାବରେ ସେ ବଙ୍ଗଳାଦେଶ ଶିଶୁ ଆକାଡେମୀଦ୍ୱାରା ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇଥିଲେ ଏବଂ ଏକ ପୁରସ୍କାର ଜିତିଥିଲେ ।[୭] ବଙ୍ଗଳାଦେଶ ଟିଭିରେ ଦିତି ଏକ କାର୍ଯ୍ୟକ୍ରମରେ ଗୀତ ଗାଉଥିବାବେଳେ ଅଲ୍ ମନ୍‌ସୁରଙ୍କ ନଜରକୁ ଆସିଥିଲେ ଏବଂ ସେ ତାଙ୍କୁ ତାଙ୍କର ଏକ ଦୂରଦର୍ଶନ ନାଟକ ଲୈଲା ମଜନୁ ପାଇଁ ଅଭିନେତା ମାନସ ବନ୍ଦୋପାଧ୍ୟାୟଙ୍କ ସ‌ହ କାମ କରିବାର ସୁଯୋଗ ଦେଇଥିଲେ ।[୭] ଏହପରେ ୧୯୮୪ ମସିହାରେ ଦିତି ଏକ ଅଭିନୟ ପ୍ରତିଯୋଗିତା ଭାଗନେଇଥିଲେ ଏବଂ ସେଥିରେ ସଫଳ ହୋଇ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୭]

ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଡାକ ଦିୟେ ଜୟ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଉଦୟନ ଚୌଧୁରୀ ।[୪] ମାତ୍ର ଏହି କଥାଚିତ୍ରଟିର ମୁକ୍ତିଲାଭ କରିପାରିନଥିଲା ଏବଂ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଆମି ଓ ଓସ୍ତାଦ[୪] ଏଥିସ‌ହିତ ସେ କିଛି ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ଏବଂ ରୋଷେଇ ଶିକ୍ଷା ଉପରେ ଆଧାରିତ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୪]

ବୈବାହିକ ଜୀବନ[ସମ୍ପାଦନା]

ଦିତି ୧୯୮୬ ମସିହାରେ ଅଭିନେତା ସୋହେଲ ଚୌଧୁରୀଙ୍କୁ ବିବାହ କରିଥିଲେ ।[୬] ସୋହେଲ ଏବଂ ଦିତି ଉଭୟ ଗୋଟିଏ ବର୍ଷରେ ନୂତନ ମୁଖେର ସନ୍ଧାନେ ପ୍ରତିଯୋଗିତାର ବିଜେତା ହୋଇଥିଲେ ।[୬] ୧୯୯୮ ମସିହାରେ ବନାନୀ ମଡେଲ ଟାଉନଠାରେ ଥିବା ଟ୍ରମ୍ପ କ୍ଲବରେ ସୋହେଲଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା ।[୮] ଏହି ଘଟଣା ପୂର୍ବରୁ ଏହି ଦମ୍ପତିଙ୍କର ବିବାହ ବିଚ୍ଛେଦ ଘଟିଥିଲା ।[୬] ଉଭୟଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛି । ଝିଅ ଲାଇମା ଚୌଧୁରୀ ୧୯୮୭ ମସିହାରେ ଏବଂ ପୁଅ ଶଫୟେତ ଚୌଧୁରୀ ଦୀପ୍ତ ୧୯୮୯ରେ ଜନ୍ମଗ୍ରହଣ କରିଥିଲେ ।[୯][୧୦] ପରବର୍ତ୍ତୀ ସମୟରେ ଇଲିଆସ କଞ୍ଚନଙ୍କୁ ଦିତି ବିବାହ କରିଥିଲେ ଏବଂ ଉଭୟଙ୍କର ମଧ୍ୟ ବିବାହ ବିଚ୍ଛେଦ ହୋଇଥିଲା ।[୪][୧୧]

ମୃତ୍ୟୁ[ସମ୍ପାଦନା]

୨୫ ଜୁଲାଇ ୨୦୧୫ରେ ଦିତିଙ୍କୁ ମସ୍ତିଷ୍କ କର୍କଟ ହୋଇଥିବା କଥା ଜଣାପଡ଼ିଥିଲା ।[୧୨] ଏହାପରେ ସେ ଭାରତର ଚେନ୍ନାଇସ୍ଥିତ ମାଡ୍ରାସ ଇନିଷ୍ଟିଚିଉଟ ଅଫ ଅର୍ଥପେଡ଼ିକ୍ ଆଣ୍ଡ ଟ୍ରୌମାଟୋଲିଜିରେ ଚିକିତ୍ସିତ ହୋଇଥିଲେ ।[୧୨][୧୩] ମାତ୍ର ୨୦ ମାର୍ଚ୍ଚ ୨୦୧୬ରେ ବଙ୍ଗଳାଦେଶର ଢାକାସ୍ଥିତ ଇଉନାଇଟେଡ୍ ହସ୍ପାତାଳଠାରେ ମୃତ୍ୟୁବରଣ କରିଥିଲେ ।[୧୪]

ଆଧାର[ସମ୍ପାଦନା]

  1. "Diti directed first play on Channel i soon". Priyo News. 18 October 2011. Retrieved 5 January 2015.
  2. "Alamgir-Diti in five movies at a time". Priyo News. 31 January 2011. Retrieved 5 January 2016.
  3. Rashed Shawon (14 August 2012). "চার দশকে আমাদের সেরা চলচ্চিত্রগুলো". bdnews24.com. Archived from the original on 28 December 2012. Retrieved 5 January 2015.
  4. ୪.୦ ୪.୧ ୪.୨ ୪.୩ ୪.୪ "দিতি আর নেই". Prothom Alo. 20 March 2016. Retrieved 20 March 2016.[permanent dead link]
  5. "Actress Diti buried beside her parents at Sonargaon home". bdnews24.com. 21 March 2016. Retrieved 23 March 2016.
  6. ୬.୦ ୬.୧ ୬.୨ ୬.୩ "Diti: The screen diva". Dhaka Tribune. 22 March 2016. Retrieved 23 March 2016.
  7. ୭.୦ ୭.୧ ୭.୨ "Diti laid to rest at village home". The Daily Star. 22 March 2016. Retrieved 23 March 2016.
  8. "No trial even 17 years after actor Sohel Chowdhury's murder". bdnews24.com. 18 December 2015. Retrieved 5 January 2016.
  9. "Diti again starts acting after returning from Canada". Priyo News. 8 ସେପ୍ଟେମ୍ବର 2013. Archived from the original on 8 ଜାନୁଆରୀ 2014.
  10. "Diti leaves home for Canada". Priyo News. 13 August 2012. Retrieved 5 January 2015.
  11. "Diti - A Dhallywood trailblazer". The Daily Star. March 20, 2017. Retrieved March 20, 2017.
  12. ୧୨.୦ ୧୨.୧ "Actress Diti's condition unchanged". The Daily Star. 26 January 2016. Retrieved 1 February 2016.
  13. "Cancer can't defeat my mom, says Diti's daughter". The Daily Star. 5 January 2016. Retrieved 5 January 2016.
  14. "Actress Diti loses battle with cancer". The Daily Star. 20 March 2016. Retrieved 20 March 2016.

ବାହାର ଆଧାର[ସମ୍ପାଦନା]