ପଣ୍ଡୁ ଓଷା

ଉଇକିପିଡ଼ିଆ‌ରୁ
(Pandu Oshaରୁ ଲେଉଟି ଆସିଛି)
ପଣ୍ଡୁ ଓଷା
ପାଳନକାରୀଓଡ଼ିଆ ନାରୀ
ପ୍ରକାରଧାର୍ମିକ
ବିଶେଷତାଯମଙ୍କ ପୂଜାର୍ଚ୍ଚନା
ପର୍ବ ପାଳନଓଷା, ଉପବାସ, ପୂଜା
ତାରିଖମାର୍ଗଶିର ପୂର୍ଣ୍ଣିମା
୨୦୨୪ ତାରିଖdate missing (please add)
ସମ୍ପର୍କିତଦତ୍ତାତ୍ରେୟ ଜୟନ୍ତୀ

ପଣ୍ଡୁଓଷା ମାର୍ଗଶିର ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ ।[୧] ମାର୍ଗଶିର ପୂର୍ଣ୍ଣିମାକୁ ପଣ୍ଡୁପୂର୍ଣ୍ଣିମା କୁହାଯାଏ । ଏହି ସମୟରେ ହେମନ୍ତ ଋତୁ ସରି, ଶୀତର ଆରମ୍ଭ ହେଉଥାଏ । ସକାଳୁ ସକାଳୁ କୁହୁଡ଼ି ହେତୁ ସର୍ବତ୍ର ଫିକାଧଳା ବା ପାଣ୍ଡୁର ବର୍ଣ୍ଣ ଦିଶୁଥାଏ । ଏଣୁ ଏହି ପୂର୍ଣ୍ଣିମାର ନାଁ ପଣ୍ଡୁ ପୂର୍ଣ୍ଣିମା କୁହାଯାଏ । ବଡ଼ ଓଷା ପରି ଏହି ବ୍ରତକୁ ଗଜ ବସାଇ ପାଳନ କରାଯାଏ । ନାରୀମାନେ ଏହି ବ୍ରତ ମାଧ୍ୟମରେ ଯମରାଜାଙ୍କୁ ପୂଜା ବା ଉପାସନା କରନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ପୁତ୍ର ସନ୍ତାନ କାମନା । ଏହି ବ୍ରତ ପାଳନରେ ନିର୍ଦ୍ଧିଷ୍ଟ ବିଧି ରହି ଅଛି । ଏଥିପାଇଁ ଗୃହ ଚଟାଣକୁ ଗୋବରରେ ଚିକ୍କଣ କରି ଲିପାଯାଏ । ଚିତା ଓ ମୁରୁଜ ତହିଁ ପରେ ପକାଯାଏ । ଗଜକୁ ସ୍ଥାପନ କରାଯାଏ ଏବଂ ପୂଜନ ବିଶେଷକରି ପୁରୋହିତଙ୍କଦ୍ୱାରା ଯମରାଜଙ୍କୁ ଆବାହନ, ପୂଜନ ଏବଂ ନୈବେଦ୍ୟ ଅର୍ପଣ ପୂର୍ବକ ଭକ୍ତି ପ୍ରଣତି ବଢ଼ାଯାଏ । ଏହି ପୂଜାର ମୁଖ୍ୟ ଭୋଗ ହେଉଛି ମଣ୍ଡା ପିଠା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ନୂଆ ଗୋବର ଲିପା ଟୋକେଇ ବା ପାଛିଆ ପୂର୍ଣ୍ଣଧାନ ଆଣି ଢିଙ୍କିରେ କୁଟି ଚାଉଳ କରାଯାଏ । ଏହି ଚାଉଳକୁ ପୁଣି ଚୁନା କରି ସେଥିରେ ନଡ଼ିଆ ଦେଇ ନଡ଼ିଆ ମଣ୍ଡା କରାଯାଏ ଓ ପୂଜାଭୋଗ କରାଯାଏ । ଏହାସହିତ ଖଇ, କଦଳୀ, ଫଳ ଏବଂ ଛେନା ଆଦି ଭୋଗ ମଧ୍ୟ ବଢ଼ାଯାଏ । ପଣ୍ଡୁଓଷା ଏକ ନିଷ୍ଠାର ବ୍ରତ । ନାରୀଜାତି ବିଶେଷ କରି ମା’ମାନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ।[୨]

ଲୋକଗୀତରେ ଅଛି: ""ଅଇଲା ପଣ୍ଡୁ ମଲେ ମଶା/ଫାଟୁଆ ଦେଲେ ମୁରୁକି ହସା ॥ କୁହୁଡ଼ି ହେଉଛି ମଶାଙ୍କର ଯମ । ଅନ୍ୟପକ୍ଷରେ ଗୋଡ଼ଫଟା ରୋଗ ଶୀତକୁ ଆରମ୍ଭ ହୁଏ ।

ଆଧାର[ସମ୍ପାଦନା]

  1. Sanagala, Naveen. "Pandu Osha". Hindupad. Retrieved 9 December 2014.
  2. ମହାନ୍ତି, ବିପିନବିହାରୀ. "ମାର୍ଗଶୀର ପୂର୍ଣ୍ଣିମା- ପଣ୍ଡୁ ଓଷା" (PDF). ପର୍ଯ୍ୟବେକ୍ଷକ. Archived from the original (PDF) on 5 March 2016. Retrieved 9 December 2014.