Jump to content

ପାନକୋଷ୍ଟ ଅର୍ବୁଦ

ଉଇକିପିଡ଼ିଆ‌ରୁ
(Pancoast tumorରୁ ଲେଉଟି ଆସିଛି)
Pancoast tumor
Pulmonary sulcus tumor, superior sulcus tumor, Pancoast syndrome[]
Chest radiograph showing a Pancoast tumor (labeled as P, non-small cell lung carcinoma, right lung), from a 47-year-old female smoker.
ବିଭାଗOncology
ଲକ୍ଷଣOne sided shoulder pain, arm numbness, large pupil, dropping of the upper eyelid, shinkage of muscles in the hand[]
କାରଣLung cancer, infection abscess[]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging, tissue biopsy[]
ଚିକିତ୍ସାChemotherapy, radiation therapy, surgery[]
ପୁନଃପୌନିକ4% of lung cancers[]

ପାନକୋଷ୍ଟ ଅର୍ବୁଦ (ଟ୍ୟୁମର) ଏକ ପ୍ରକାର କର୍କଟ ଯାହା ଫୁସଫୁସର ଉପର ଭାଗରେ ଆରମ୍ଭ ହୁଏ |[] ଏହା ସାଧାରଣତଃ ନିକଟବର୍ତ୍ତୀ ପଞ୍ଜରା ହାଡ଼ ତ‌ଥା ମେରୁଅସ୍ଥିର ତନ୍ତୁମାନଙ୍କୁ ବ୍ୟାପିଯାଏ | [] ପ୍ରଭାବିତ ସ୍ଥାନର ଲକ୍ଷଣ ମଧ୍ୟରେ କାନ୍ଧ ଯନ୍ତ୍ରଣା, ବାହୁରେ କାଲୁଆ ଅନୁଭବ, ବଡ଼ ଆଖି ପୁତ୍ତଳି, ନିମ୍ନ‌ଗାମୀ ଆଖିପତା ଏବଂ ହାତର ମାଂସପେଶୀ ଗୁଡ଼ିକ ସଙ୍କୁଚିତ ହୋଇପାରେ | [] ପରବର୍ତ୍ତୀ ସମୟରେ ଅଣନିଶ୍ୱାସ ହୋଇପାରେ। []

ପ୍ରାୟ ୯୫%ରୁ ଅଧିକ ପାନକୋଷ୍ଟ ଅର୍ବୁଦ ହେଉଛି ଅଣ-କ୍ଷୁଦ୍ର ଜୀବକୋଷ ଫୁସଫୁସ କର୍କଟ ଓ ଅବଶିଷ୍ଟାଂଶଗୁଡିକ କ୍ଷୁଦ୍ର ଜୀବକୋଷ ଫୁସଫୁସ କର୍କଟ | [] ଅସାଧାରଣ ଭାବରେ ଥାଇରଏଡ କର୍କଟ, ଲିମ୍ଫୋମା କିମ୍ବା ମେଟଆଷ୍ଟାସିସ ଯୋଗୁ ଏହି ରୋଗ ହୋଇପାରେ। [] ଫୁସଫୁସର ଉପର ଭାଗରେ ପୁଞ୍ଜିତ ପୂଜ (ଆବସେସ) ଥିଲେ ସମାନ ଲକ୍ଷଣ ଦେଖାଯାଇପାରେ। [] ପାର୍ଶ୍ୱବର୍ତ୍ତୀ ସ୍ଥାନ ଉପରେ ଏହି କର୍କଟ ଚାପ ପ୍ରୟୋଗ କରେ ବା ମାଡ଼ିଯାଏ । [] ଡାକ୍ତରୀ ଇମେଜିଙ୍ଗ ଓ ତନ୍ତୁ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ । []

ଏହି ରୋଗର ଚିକିତ୍ସାରେ ସାଧାରଣତଃ କେମୋଥେରାପି, ବିକିରଣ ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଏ |[] ସମସ୍ତ ଫୁସଫୁସ କର୍କଟ ରୋଗର ପ୍ରାୟ ୪% ଏହି ପାନକୋଷ୍ଟ ଅର୍ବୁଦ ଯୋଗୁ ହୁଏ । [] ସର୍ବ ପ୍ରଥମେ ୧୮୩୮ ମସିହାରେ ଏଡ‌ୱାର୍ଡ଼ ହାରେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ କିନ୍ତୁ ହେନେରୀ ପାନ‌କୋଷ୍ଟ ନାମକ ଜଣେ ଆମେରିକୀୟ ବିକିରଣ ଚିକିତ୍ସକଙ୍କ ନାମାନୁସାରେ ଏହାର ନାମକରଣ ହୋଇଛି ଯିଏ ୧୯୨୪ ମସିହାରେ ଏହାର ବର୍ଣ୍ଣନା କରିଥିଲେ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Villgran, VD; Chakraborty, RK; Cherian, SV (January 2020). "Pancoast Syndrome". PMID 29489146. {{cite journal}}: Cite journal requires |journal= (help)
  2. "www.cancer.gov/publications/dictionaries/cancer-terms/def/pancoast-tumor". www.cancer.gov (in ଇଂରାଜୀ). 2 February 2011. Retrieved 11 February 2021.
  3. "www.cancer.gov/publications/dictionaries/cancer-terms/def/pancoast-tumor". www.cancer.gov (in ଇଂରାଜୀ). 2 February 2011. Retrieved 11 February 2021.
  4. "Pancoast's syndrome". www.whonamedit.com. Retrieved 11 February 2021.