ପାନକୋଷ୍ଟ ଅର୍ବୁଦ
Pancoast tumor | |
---|---|
Pulmonary sulcus tumor, superior sulcus tumor, Pancoast syndrome[୧] | |
ବିଭାଗ | Oncology |
ଲକ୍ଷଣ | One sided shoulder pain, arm numbness, large pupil, dropping of the upper eyelid, shinkage of muscles in the hand[୧] |
କାରଣ | Lung cancer, infection abscess[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging, tissue biopsy[୧] |
ଚିକିତ୍ସା | Chemotherapy, radiation therapy, surgery[୧] |
ପୁନଃପୌନିକ | 4% of lung cancers[୧] |
ପାନକୋଷ୍ଟ ଅର୍ବୁଦ (ଟ୍ୟୁମର) ଏକ ପ୍ରକାର କର୍କଟ ଯାହା ଫୁସଫୁସର ଉପର ଭାଗରେ ଆରମ୍ଭ ହୁଏ |[୨] ଏହା ସାଧାରଣତଃ ନିକଟବର୍ତ୍ତୀ ପଞ୍ଜରା ହାଡ଼ ତଥା ମେରୁଅସ୍ଥିର ତନ୍ତୁମାନଙ୍କୁ ବ୍ୟାପିଯାଏ | [୩] ପ୍ରଭାବିତ ସ୍ଥାନର ଲକ୍ଷଣ ମଧ୍ୟରେ କାନ୍ଧ ଯନ୍ତ୍ରଣା, ବାହୁରେ କାଲୁଆ ଅନୁଭବ, ବଡ଼ ଆଖି ପୁତ୍ତଳି, ନିମ୍ନଗାମୀ ଆଖିପତା ଏବଂ ହାତର ମାଂସପେଶୀ ଗୁଡ଼ିକ ସଙ୍କୁଚିତ ହୋଇପାରେ | [୧] ପରବର୍ତ୍ତୀ ସମୟରେ ଅଣନିଶ୍ୱାସ ହୋଇପାରେ। [୧]
ପ୍ରାୟ ୯୫%ରୁ ଅଧିକ ପାନକୋଷ୍ଟ ଅର୍ବୁଦ ହେଉଛି ଅଣ-କ୍ଷୁଦ୍ର ଜୀବକୋଷ ଫୁସଫୁସ କର୍କଟ ଓ ଅବଶିଷ୍ଟାଂଶଗୁଡିକ କ୍ଷୁଦ୍ର ଜୀବକୋଷ ଫୁସଫୁସ କର୍କଟ | [୧] ଅସାଧାରଣ ଭାବରେ ଥାଇରଏଡ କର୍କଟ, ଲିମ୍ଫୋମା କିମ୍ବା ମେଟଆଷ୍ଟାସିସ ଯୋଗୁ ଏହି ରୋଗ ହୋଇପାରେ। [୧] ଫୁସଫୁସର ଉପର ଭାଗରେ ପୁଞ୍ଜିତ ପୂଜ (ଆବସେସ) ଥିଲେ ସମାନ ଲକ୍ଷଣ ଦେଖାଯାଇପାରେ। [୧] ପାର୍ଶ୍ୱବର୍ତ୍ତୀ ସ୍ଥାନ ଉପରେ ଏହି କର୍କଟ ଚାପ ପ୍ରୟୋଗ କରେ ବା ମାଡ଼ିଯାଏ । [୧] ଡାକ୍ତରୀ ଇମେଜିଙ୍ଗ ଓ ତନ୍ତୁ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ । [୧]
ଏହି ରୋଗର ଚିକିତ୍ସାରେ ସାଧାରଣତଃ କେମୋଥେରାପି, ବିକିରଣ ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଏ |[୧] ସମସ୍ତ ଫୁସଫୁସ କର୍କଟ ରୋଗର ପ୍ରାୟ ୪% ଏହି ପାନକୋଷ୍ଟ ଅର୍ବୁଦ ଯୋଗୁ ହୁଏ । [୧] ସର୍ବ ପ୍ରଥମେ ୧୮୩୮ ମସିହାରେ ଏଡୱାର୍ଡ଼ ହାରେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ କିନ୍ତୁ ହେନେରୀ ପାନକୋଷ୍ଟ ନାମକ ଜଣେ ଆମେରିକୀୟ ବିକିରଣ ଚିକିତ୍ସକଙ୍କ ନାମାନୁସାରେ ଏହାର ନାମକରଣ ହୋଇଛି ଯିଏ ୧୯୨୪ ମସିହାରେ ଏହାର ବର୍ଣ୍ଣନା କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Villgran, VD; Chakraborty, RK; Cherian, SV (January 2020). "Pancoast Syndrome". PMID 29489146.
{{cite journal}}
: Cite journal requires|journal=
(help) - ↑ "www.cancer.gov/publications/dictionaries/cancer-terms/def/pancoast-tumor". www.cancer.gov (in ଇଂରାଜୀ). 2 February 2011. Retrieved 11 February 2021.
- ↑ "www.cancer.gov/publications/dictionaries/cancer-terms/def/pancoast-tumor". www.cancer.gov (in ଇଂରାଜୀ). 2 February 2011. Retrieved 11 February 2021.
- ↑ "Pancoast's syndrome". www.whonamedit.com. Retrieved 11 February 2021.