ପାନକୋଷ୍ଟ ଅର୍ବୁଦ

ଉଇକିପିଡ଼ିଆ‌ରୁ
Pancoast tumor
Pulmonary sulcus tumor, superior sulcus tumor, Pancoast syndrome[୧]
Chest radiograph showing a Pancoast tumor (labeled as P, non-small cell lung carcinoma, right lung), from a 47-year-old female smoker.
ବିଭାଗOncology
ଲକ୍ଷଣOne sided shoulder pain, arm numbness, large pupil, dropping of the upper eyelid, shinkage of muscles in the hand[୧]
କାରଣLung cancer, infection abscess[୧]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging, tissue biopsy[୧]
ଚିକିତ୍ସାChemotherapy, radiation therapy, surgery[୧]
ପୁନଃପୌନିକ4% of lung cancers[୧]

ପାନକୋଷ୍ଟ ଅର୍ବୁଦ (ଟ୍ୟୁମର) ଏକ ପ୍ରକାର କର୍କଟ ଯାହା ଫୁସଫୁସର ଉପର ଭାଗରେ ଆରମ୍ଭ ହୁଏ |[୨] ଏହା ସାଧାରଣତଃ ନିକଟବର୍ତ୍ତୀ ପଞ୍ଜରା ହାଡ଼ ତ‌ଥା ମେରୁଅସ୍ଥିର ତନ୍ତୁମାନଙ୍କୁ ବ୍ୟାପିଯାଏ | [୩] ପ୍ରଭାବିତ ସ୍ଥାନର ଲକ୍ଷଣ ମଧ୍ୟରେ କାନ୍ଧ ଯନ୍ତ୍ରଣା, ବାହୁରେ କାଲୁଆ ଅନୁଭବ, ବଡ଼ ଆଖି ପୁତ୍ତଳି, ନିମ୍ନ‌ଗାମୀ ଆଖିପତା ଏବଂ ହାତର ମାଂସପେଶୀ ଗୁଡ଼ିକ ସଙ୍କୁଚିତ ହୋଇପାରେ | [୧] ପରବର୍ତ୍ତୀ ସମୟରେ ଅଣନିଶ୍ୱାସ ହୋଇପାରେ। [୧]

ପ୍ରାୟ ୯୫%ରୁ ଅଧିକ ପାନକୋଷ୍ଟ ଅର୍ବୁଦ ହେଉଛି ଅଣ-କ୍ଷୁଦ୍ର ଜୀବକୋଷ ଫୁସଫୁସ କର୍କଟ ଓ ଅବଶିଷ୍ଟାଂଶଗୁଡିକ କ୍ଷୁଦ୍ର ଜୀବକୋଷ ଫୁସଫୁସ କର୍କଟ | [୧] ଅସାଧାରଣ ଭାବରେ ଥାଇରଏଡ କର୍କଟ, ଲିମ୍ଫୋମା କିମ୍ବା ମେଟଆଷ୍ଟାସିସ ଯୋଗୁ ଏହି ରୋଗ ହୋଇପାରେ। [୧] ଫୁସଫୁସର ଉପର ଭାଗରେ ପୁଞ୍ଜିତ ପୂଜ (ଆବସେସ) ଥିଲେ ସମାନ ଲକ୍ଷଣ ଦେଖାଯାଇପାରେ। [୧] ପାର୍ଶ୍ୱବର୍ତ୍ତୀ ସ୍ଥାନ ଉପରେ ଏହି କର୍କଟ ଚାପ ପ୍ରୟୋଗ କରେ ବା ମାଡ଼ିଯାଏ । [୧] ଡାକ୍ତରୀ ଇମେଜିଙ୍ଗ ଓ ତନ୍ତୁ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ । [୧]

ଏହି ରୋଗର ଚିକିତ୍ସାରେ ସାଧାରଣତଃ କେମୋଥେରାପି, ବିକିରଣ ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଏ |[୧] ସମସ୍ତ ଫୁସଫୁସ କର୍କଟ ରୋଗର ପ୍ରାୟ ୪% ଏହି ପାନକୋଷ୍ଟ ଅର୍ବୁଦ ଯୋଗୁ ହୁଏ । [୧] ସର୍ବ ପ୍ରଥମେ ୧୮୩୮ ମସିହାରେ ଏଡ‌ୱାର୍ଡ଼ ହାରେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ କିନ୍ତୁ ହେନେରୀ ପାନ‌କୋଷ୍ଟ ନାମକ ଜଣେ ଆମେରିକୀୟ ବିକିରଣ ଚିକିତ୍ସକଙ୍କ ନାମାନୁସାରେ ଏହାର ନାମକରଣ ହୋଇଛି ଯିଏ ୧୯୨୪ ମସିହାରେ ଏହାର ବର୍ଣ୍ଣନା କରିଥିଲେ ।[୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Villgran, VD; Chakraborty, RK; Cherian, SV (January 2020). "Pancoast Syndrome". PMID 29489146. {{cite journal}}: Cite journal requires |journal= (help)
  2. "www.cancer.gov/publications/dictionaries/cancer-terms/def/pancoast-tumor". www.cancer.gov (in ଇଂରାଜୀ). 2 February 2011. Retrieved 11 February 2021.
  3. "www.cancer.gov/publications/dictionaries/cancer-terms/def/pancoast-tumor". www.cancer.gov (in ଇଂରାଜୀ). 2 February 2011. Retrieved 11 February 2021.
  4. "Pancoast's syndrome". www.whonamedit.com. Retrieved 11 February 2021.