ଓଭାରିଆନ ସିସ୍ଟ

ଉଇକିପିଡ଼ିଆ‌ରୁ
(Ovarian systରୁ ଲେଉଟି ଆସିଛି)
ଓଭାରିଆନ ସିସ୍ଟ
ଫଲିକ୍ଲରୁ ସୃଷ୍ଟ ଗୋଟିଏ ସାଧାସିଧା ସିସ୍ଟ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGynecology
ଆଇସିଡ଼ି-୧୦N83.0-N83.2
ଆଇସିଡ଼ି-୯-ସିଏମ୍620.0-620.2
ରୋଗ ଡାଟାବେସ9433
ମେଡ଼ିସିନ-ପ୍ଲସ001504
ଇ-ମେଡ଼ିସିନmed/1699 emerg/352
MeSHD010048

ଓଭାରିଆନ ସିସ୍ଟ ନାମ ଦିଆଯାଏ ଯେତେବେଳେ ଓଭାରି ବା ଡିମ୍ବକୋଷ ମଧ୍ୟରେ ଗୋଟିଏ ତରଳ ପଦାର୍ଥପୂର୍ଣ୍ଣ ଥଳି ବା ସ୍ୟାକ ଥାଏ । ଅଧିକାଂଶ ସମୟରେ ଏହି ରୋଗର କୌଣସି ଲକ୍ଷଣ ନ ଥାଏ । ବେଳେ ବେଳେ ତଳିପେଟରେ ଯନ୍ତ୍ରଣା ହୁଏ, ଫୁଲା ହୁଏ ଓ ଅଣ୍ତାବିନ୍ଧା ହୁଏ । ଉକ୍ତ ସିସ୍ଟ ଫାଟିଗଲେ ବା ମୋଡ଼ି ହୋଇଗଲେ (torsion) ଅତ୍ୟଧିକ ଯନ୍ତ୍ରଣା ହୁଏ । ଏହା ଫଳରେ ବାନ୍ତି ହୁଏ ଓ ବେହୋସ ଲାଗେ । ଅଧିକାଂଶ ସିସ୍ଟ ବିପଦମୁକ୍ତ ।[୧]

ଅଧିକାଂଶ ଓଭାରିଆନ ସିସ୍ଟ ଓଭ୍ୟୁଲେସନ ସମ୍ପର୍କୀୟ, ଓଭାରିର ଫଲିକ୍ଲରୁ ଜାତ ଫଲିକୁଲାର ସିସ୍ଟ ବା କର୍ପସ ଲୁଟିଅମରୁ ଜାତ କର୍ପସ ଲୁଟିଅମ ସିସ୍ଟ । ଅନ୍ୟାନ୍ୟ ସିସ୍ଟମାନଙ୍କର ନାମ ଏଣ୍ଡୋମେଟ୍ରିଓସିସରୁ ଜାତ ସିସ୍ଟ, ଡର୍ମଏଡ ସିସ୍ଟସିସ୍ଟଆଡେନୋମାପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମରେ ଅନେକ ଛୋଟ ଛୋଟ ସିସ୍ଟ ଉଭୟ ଓଭାରିରେ ଜାତ ହୁଅନ୍ତି । ପେଲଭିକ ପ୍ରଦାହ ରୋଗ ଫଳରେ ସିସ୍ଟ ହୋଇପାରେ । କ୍ୱଚିତ ସିସ୍ଟ ଏକ ପ୍ରକାର ଓଭାରିଅନ କର୍କଟ ହୋଇପାରେ । ପେଲଭିକ ପରୀକ୍ଷାଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ଓ ବିଶଦ ବିବରଣୀ ନିମନ୍ତେ ଅନ୍ୟ କେତେକ ପରୀକ୍ଷା କରାଯାଏ ।[୧]

ସମୟକ୍ରମେ ବେଳେ ବେଳେ ସିସ୍ଟଗୁଡ଼ିକ ଦେଖାଯାଆନ୍ତି । ଯନ୍ତ୍ରଣାଦାୟକ ହେଲେ ପାରାସେଟାମଲ ବା ଆଇବୁପ୍ରୋଫେନ ଦିଆଯାଏ । ଜଣକର ବାରମ୍ବାର ଏହି ରୋଗ ହେଉଥିଲେ ରୋକିବା ନିମନ୍ତେ ହରମୋନାଲ ବାର୍ଥ କଣ୍ଟ୍ରୋଲ ବ୍ୟବ‌ହାର କରାଯାଏ ।[୧] ଚଳନ୍ତି ସିସ୍ଟ ଥିଲେ ଏହି ଚିକିତ୍ସା ଫଳପ୍ରଦ ହେବାର ପ୍ରମାଣ ମିଳୁନି ।[୨] କିଛି ମାସ ପରେ ଏଗୁଡ଼ିକ ନ ଗଲେ, ବଡ଼ ହେଉଥିଲେ, ଅସାଧାରଣ ଦେଖାଯାଉଥିଲେ ବା ଯନ୍ତ୍ରଣାଦାୟକ ହେଉଥିଲେ ଅପରେଶନ କରି କାଢ଼ି ଦିଆଯାଏ ।[୧]

ପ୍ରଜନନକ୍ଷମ ବୟସରେ ପ୍ରତି ମାସରେ ମହିଳାଙ୍କର ଛୋଟ ଛୋଟ ସିସ୍ଟ ତିଆରି ହୁଏ । ରତୁବନ୍ଦ ପୂର୍ବରୁ ୮ % ମହିଳାଙ୍କର ବଡ଼ ସିସ୍ଟ ସମସ୍ୟା ସୃଷ୍ଟି କରନ୍ତି ।[୧] ଋତୁବନ୍ଦ ପରେ ୧୬ % ମହିଳାଙ୍କର ସିସ୍ଟ ଥାଏ, ଯଦି ଥାଏ ତାହେଲେ ସେଗୁଡ଼ିକ କର୍କଟ ହୋଇଥିବାର ସମ୍ଭାବନା ଅଧିକ ଥାଏ ।[୧][୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Ovarian cysts". Office on Women's Health. November 19, 2014. Retrieved 27 June 2015.
  2. Grimes, DA; Jones, LB; Lopez, LM; Schulz, KF (29 April 2014). "Oral contraceptives for functional ovarian cysts". The Cochrane database of systematic reviews. 4: CD006134. PMID 24782304.
  3. Mimoun, C; Fritel, X; Fauconnier, A; Deffieux, X; Dumont, A; Huchon, C (December 2013). "[Epidemiology of presumed benign ovarian tumors]". Journal de gynecologie, obstetrique et biologie de la reproduction. 42 (8): 722–9. PMID 24210235.