Jump to content

ଓଭାରିଆନ ସିସ୍ଟ

ଉଇକିପିଡ଼ିଆ‌ରୁ
(Ovarian cystରୁ ଲେଉଟି ଆସିଛି)
ଓଭାରିଆନ ସିସ୍ଟ
ଫଲିକ୍ଲରୁ ସୃଷ୍ଟ ଗୋଟିଏ ସାଧାସିଧା ସିସ୍ଟ ।
ବିଭାଗGynecology
ଆଇସିଡ଼ି-୧୦N83.0-N83.2
ଆଇସିଡ଼ି-୯-ସିଏମ୍620.0-620.2
ରୋଗ ଡାଟାବେସ9433
ମେଡ଼ିସିନ-ପ୍ଲସ001504
ଇ-ମେଡ଼ିସିନmed/1699 emerg/352
MeSHD010048

ଓଭାରିଆନ ସିସ୍ଟ ନାମ ଦିଆଯାଏ ଯେତେବେଳେ ଓଭାରି ବା ଡିମ୍ବକୋଷ ମଧ୍ୟରେ ଗୋଟିଏ ତରଳ ପଦାର୍ଥପୂର୍ଣ୍ଣ ଥଳି ବା ସ୍ୟାକ ଥାଏ । ଅଧିକାଂଶ ସମୟରେ ଏହି ରୋଗର କୌଣସି ଲକ୍ଷଣ ନ ଥାଏ  ବେଳେ ବେଳେ ତଳିପେଟରେ ଯନ୍ତ୍ରଣା ହୁଏ, ଫୁଲା ହୁଏ ଓ ଅଣ୍ତାବିନ୍ଧା ହୁଏ । ଉକ୍ତ ସିସ୍ଟ ଫାଟିଗଲେ ବା ମୋଡ଼ି ହୋଇଗଲେ (torsion) ଅତ୍ୟଧିକ ଯନ୍ତ୍ରଣା ହୁଏ । ଏହା ଫଳରେ ବାନ୍ତି ହୁଏ ଓ ବେହୋସ ଲାଗେ । ଅଧିକାଂଶ ସିସ୍ଟ ବିପଦମୁକ୍ତ ।[]

ଅଧିକାଂଶ ଓଭାରିଆନ ସିସ୍ଟ ଓଭ୍ୟୁଲେସନ ସମ୍ପର୍କୀୟ, ଓଭାରିର ଫଲିକ୍ଲରୁ ଜାତ ଫଲିକୁଲାର ସିସ୍ଟ ବା କର୍ପସ ଲୁଟିଅମରୁ ଜାତ କର୍ପସ ଲୁଟିଅମ ସିସ୍ଟ ଅନ୍ୟାନ୍ୟ ସିସ୍ଟମାନଙ୍କର ନାମ ଏଣ୍ଡୋମେଟ୍ରିଓସିସରୁ ଜାତ ସିସ୍ଟ, ଡର୍ମଏଡ ସିସ୍ଟସିସ୍ଟଆଡେନୋମା ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମରେ ଅନେକ ଛୋଟ ଛୋଟ ସିସ୍ଟ ଉଭୟ ଓଭାରିରେ ଜାତ ହୁଅନ୍ତି । ପେଲଭିକ ପ୍ରଦାହ ରୋଗ ଫଳରେ ସିସ୍ଟ ହୋଇପାରେ । କ୍ୱଚିତ ସିସ୍ଟ ଏକ ପ୍ରକାର ଓଭାରିଅନ କର୍କଟ ହୋଇପାରେ । ପେଲଭିକ ପରୀକ୍ଷାଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ଓ ବିଶଦ ବିବରଣୀ ନିମନ୍ତେ ଅନ୍ୟ କେତେକ ପରୀକ୍ଷା କରାଯାଏ ।[]

ସମୟକ୍ରମେ ବେଳେ ବେଳେ ସିସ୍ଟଗୁଡ଼ିକ ଦେଖାଯାଆନ୍ତି । ଯନ୍ତ୍ରଣାଦାୟକ ହେଲେ ପାରାସେଟାମଲ ବା ଆଇବୁପ୍ରୋଫେନ ଦିଆଯାଏ । ଜଣକର ବାରମ୍ବାର ଏହି ରୋଗ ହେଉଥିଲେ ରୋକିବା ନିମନ୍ତେ ହରମୋନାଲ ବାର୍ଥ କଣ୍ଟ୍ରୋଲ ବ୍ୟବ‌ହାର କରାଯାଏ ।[] ଚଳନ୍ତି ସିସ୍ଟ ଥିଲେ ଏହି ଚିକିତ୍ସା ଫଳପ୍ରଦ ହେବାର ପ୍ରମାଣ ମିଳୁନି ।[] କିଛି ମାସ ପରେ ଏଗୁଡ଼ିକ ନ ଗଲେ, ବଡ଼ ହେଉଥିଲେ, ଅସାଧାରଣ ଦେଖାଯାଉଥିଲେ ବା ଯନ୍ତ୍ରଣାଦାୟକ ହେଉଥିଲେ ଅପରେଶନ କରି କାଢ଼ି ଦିଆଯାଏ ।[]

ପ୍ରଜନନକ୍ଷମ ବୟସରେ ପ୍ରତି ମାସରେ ମହିଳାଙ୍କର ଛୋଟ ଛୋଟ ସିସ୍ଟ ତିଆରି ହୁଏ । ରତୁବନ୍ଦ ପୂର୍ବରୁ ୮ % ମହିଳାଙ୍କର ବଡ଼ ସିସ୍ଟ ସମସ୍ୟା ସୃଷ୍ଟି କରନ୍ତି ।[] ଋତୁବନ୍ଦ ପରେ ୧୬ % ମହିଳାଙ୍କର ସିସ୍ଟ ଥାଏ, ଯଦି ଥାଏ ତାହେଲେ ସେଗୁଡ଼ିକ କର୍କଟ ହୋଇଥିବାର ସମ୍ଭାବନା ଅଧିକ ଥାଏ ।[][]

  1. 1 2 3 4 5 6 "Ovarian cysts". Office on Women's Health. November 19, 2014. Retrieved 27 June 2015.
  2. Grimes, DA; Jones, LB; Lopez, LM; Schulz, KF (29 April 2014). "Oral contraceptives for functional ovarian cysts". The Cochrane database of systematic reviews. 4: CD006134. PMID 24782304.
  3. Mimoun, C; Fritel, X; Fauconnier, A; Deffieux, X; Dumont, A; Huchon, C (December 2013). "[Epidemiology of presumed benign ovarian tumors]". Journal de gynecologie, obstetrique et biologie de la reproduction. 42 (8): 722–9. PMID 24210235.