ଓସଗୁଡ-ସ୍ଲାଟର ଡିଜିଜ
ଓସଗୁଡ-ସ୍ଲାଟର ଡିଜିଜ (Osgood–Schlatter disease) | |
---|---|
ଅପୋଫିସାଇଟିସ ଅଫ ଦି ଟିବିଆଲ ଟ୍ୟୁବରକ୍ଲ (Apophysitis of the tibial tubercle), ଲାନେଲଙ୍ଗସ ଡିଜିଜ (Lannelongue's disease)[୧] | |
ବିଭାଗ | ଅର୍ଥୋପେଡିକ୍ସ (Orthopedics) |
ଲକ୍ଷଣ | Painful bump just below the ଆଣ୍ଠୁ (knee ତଳେ ଯନ୍ତ୍ରଣା ଦାୟକ ଫୁଲା, ଯାହା ଚଳପ୍ରଚଳ ହେଲେ ଅଧିକ ହୁଏ ଓ ବିଶ୍ରାମ ନେଲେ କମିଯାଏ ।[୨] |
ଆକ୍ରାନ୍ତ ସମୟ | ୧୦ରୁ ୧୫ ବର୍ଷ ବୟସ୍କ ପୁରୁଷଙ୍କୁ ହୁଏ ।[୨] |
ଅବଧି | କିଛି ମାସ[୨] |
ବିପଦ କାରକ | ଦୌଡ଼ିବା ଓ ଡେଇଁବା ଖେଳରେ ଏହି ରୋଗ ସଙ୍କଟ ଅଧିକ ରହେ ।[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରିହୁଏ ।[୨] |
ଔଷଧ | ଅଣସ୍ଟିରଏଡ ପ୍ରଦାହ ନିରୋଧୀ ଔଷଧ (NSAIDs) |
ଚିକିତ୍ସା | ଥଣ୍ଡା ସେକ, ସ୍ଟ୍ରେଚିଙ୍ଗ (stretching), ସଶକ୍ତିକରଣ (strengthening) ଓ ବ୍ୟାୟାମ[୨] |
Prognosis | ଉତ୍ତମ[୨] |
ପୁନଃପୌନିକ | ଅପେକ୍ଷାକୃତ ସାଧାରଣ |
ମୃତ୍ୟୁ ସାନ୍ଦ୍ରତା | ~୪%[୩] |
Patient UK | ଓସଗୁଡ-ସ୍ଲାଟର ଡିଜିଜ (Osgood–Schlatter disease) |
ଓସଗୁଡ-ସ୍ଲାଟର ଡିଜିଜ (ଇଂରାଜୀ ଭାଷାରେ Osgood–Schlatter disease ବା OSD, ଅନ୍ୟ ନାମ ଆପୋଫିସାଇଟିସ ଅଫ ଟିବିଆଲ ଟ୍ୟୁବରକ୍ଲ) ରୋଗରେ ଟିବିଆଲ ଟ୍ୟୁବରୋସିଟି (tibial tuberosity) ସ୍ଥାନରେ ସଂଯୁକ୍ତ ହେଉଥିବା ପାଟେଲାର ଲିଗାମେଣ୍ଟର (patellar ligament) ପ୍ରଦାହ (inflammation) ହୁଏ ।[୨] ଆଣ୍ଠୁ ତଳକୁ ଏକ ଯନ୍ତ୍ରଣା ଦାୟକ ଫୁଲା ବାହାରେ ଯାହା ଆଣ୍ଠୁ (knee) ବ୍ୟବହାର କଲେ ଅଧିକ ହୁଏ ଓ ବିଶ୍ରାମ ନେଲେ ଉପଶମ ହୁଏ ।[୨] କିଛି ମାସ ଧରି ସେହି ସ୍ଥାନରେ ବାରମ୍ବାର ଯନ୍ତ୍ରଣା ହୋଇପାରେ ।[୨] ଏକ ବା ଉଭୟ ଆଣ୍ଠୁରେ ଏହା ଦେଖାଯାଇପାରେ ଓ ସାମୟିକ ପୁନଃପୌନିକ ଆକ୍ରମଣ ହୋଇପାରେ ।[୪][୨]
ଦୌଡ଼ ଓ ଡେଇଁବା ଭଳି କ୍ରୀଡ଼ା ଏହାର ମୁଖ୍ୟ ସଙ୍କଟଦାୟକ କାରକ ।[୨] ଟିବିଆ (tibia) ଅସ୍ଥିର ଗ୍ରୋଥପ୍ଲେଟ (growth plate) ଉପରେ ବାରମ୍ବାର ଟାଣିବା ଚାପ ପଡ଼ିବା ଯୋଗୁ ଏହା ହେଉଥିବା ବିଶ୍ୱାସ କରାଯାଏ ।[୨] ଲକ୍ଷଣ ଅନୁସାରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨] ପ୍ଲେନ ଏକ୍ସ-ରେ (plain X-ray) ଚିତ୍ର ସାଧାରଣ ହୋଇପାରେ ବା ସଂଯୁକ୍ତ ସ୍ଥାନ ବିଖଣ୍ଡିତ ଦେଖାଯାଇପାରେ ।[୨]
ସମୟକ୍ରମେ ଏହି ରୋଗ ସ୍ୱତଃ ଉପଶମ ହୋଇଯାଏ ।[୨] ଥଣ୍ଡା ସେକ, ସ୍ଟ୍ରେଚିଙ୍ଗ (stretching), ସଶକ୍ତିକରଣ ବ୍ୟାୟାମ (strengthening) କଲେ ଉପଶମ ହୁଏ ।[୨] ଆଇବୁପ୍ରୋଫେନ ଭଳିଅଣସ୍ଟିରଏଡ ପ୍ରଦାହ ନିରୋଧୀ ଔଷଧ (NSAIDs) ବ୍ୟବହାର କରାଯାଇପାରେ ।[୪] ଅଧିକ ଚାପ ନଥିବା କ୍ରିୟ କରାଯାଇପାରେ ।[୨]
ଯେ କୌଣସି ସମୟରେ ଜନସଂଖ୍ୟାର ୪% ଲୋକ ଏହି ରୋଗର ଶିକାର ହୁଅନ୍ତି ।[୩] ପୁରୁଷମାନେ ୧୦ରୁ ୧୫ ବର୍ଷ ବୟସ ମଧ୍ୟରେ ଆକ୍ରାନ୍ତ ହୁଅନ୍ତି ।[୨] ଶାରୀରିକ ବୃଦ୍ଧି ହାର କମିଗଲେ ଯନ୍ତ୍ରଣା କମିଯାଏ, କିନ୍ତୁ ଫୁଲା ରହିଥାଏ ।[୪] ରବର୍ଟ ବେଲେ ଓସଗୁଡ (୧୮୭୩-୧୯୫୬) (Bayley Osgood, 1873–1956) ଓ କାର୍ଲ ବି ସ୍ଲାଟର (୧୮୬୪–୧୯୮୩୪) (B. Schlatter, 1864–1934) ଚିକିତ୍ସକ ଦ୍ୱୟ ସ୍ୱତନ୍ତ୍ର ଭାବରେ ଏହି ରୋଗ ବିଷୟରେ ବର୍ଣ୍ଣନା କରିଥିବାରୁ ସେମାନଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ।[୧][୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Osgood-Schlatter disease". whonamedit (in ଇଂରାଜୀ). Archived from the original on 12 July 2017. Retrieved 4 June 2017.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ "Questions and Answers About Knee Problems". www.niams.nih.gov (in ଇଂରାଜୀ). Archived from the original on 13 May 2017. Retrieved 4 June 2017.
- ↑ ୩.୦ ୩.୧ Ferri, Fred F. (2013). Ferri's Clinical Advisor 2014 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 804. ISBN 0323084311. Archived from the original on 2017-09-10.
- ↑ ୪.୦ ୪.୧ ୪.୨ "Osgood-Schlatter Disease (Knee Pain)". orthoinfo.aaos.org. May 2015. Archived from the original on 18 June 2017. Retrieved 3 June 2017.
- ↑ Nowinski RJ, Mehlman CT (1998). "Hyphenated history: Osgood-Schlatter disease". Am J. Orthopaedic. 27 (8): 584–5. PMID 9732084.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |