Jump to content

ଓସଗୁଡ-ସ୍ଲାଟର ଡିଜିଜ

ଉଇକିପିଡ଼ିଆ‌ରୁ
ଓସଗୁଡ-ସ୍ଲାଟର ଡିଜିଜ (Osgood–Schlatter disease)
ଅପୋଫିସାଇଟିସ ଅଫ ଦି ଟିବିଆଲ ଟ୍ୟୁବରକ୍ଲ (Apophysitis of the tibial tubercle), ଲାନେଲଙ୍ଗସ ଡିଜିଜ (Lannelongue's disease)[]
ଏକ୍ସ‌-ରେ, ଆଣ୍ଠୁର ଲାଟରାଲ ଭିୟୁରେ (X-ray) ଟିବିଆଲ ଟ୍ୟୁବରକ୍ଲ ଖଣ୍ଡବିଖଣ୍ଡିତ ହୋଇଛି ଓ ସଫ୍ଟ ଟିସୁ ଫୁଲିବା ଦେଖାଯାଉଛି ।
ବିଭାଗଅର୍ଥୋପେଡିକ୍ସ (Orthopedics)
ଲକ୍ଷଣPainful bump just below the ଆଣ୍ଠୁ (knee ତଳେ ଯନ୍ତ୍ରଣା ଦାୟକ ଫୁଲା, ଯାହା ଚଳପ୍ରଚଳ ହେଲେ ଅଧିକ ହୁଏ ଓ ବିଶ୍ରାମ ନେଲେ କମିଯାଏ ।[]
ଆକ୍ରାନ୍ତ ସମୟ୧୦ରୁ ୧୫ ବର୍ଷ ବୟସ୍କ ପୁରୁଷଙ୍କୁ ହୁଏ ।[]
ଅବଧିକିଛି ମାସ[]
ବିପଦ କାରକଦୌଡ଼ିବା ଓ ଡେଇଁବା ଖେଳରେ ଏହି ରୋଗ ସଙ୍କଟ ଅଧିକ ରହେ ।[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରିହୁଏ ।[]
ଔଷଧଅଣସ୍ଟିରଏଡ ପ୍ରଦାହ ନିରୋଧୀ ଔଷଧ (NSAIDs)
ଚିକିତ୍ସାଥଣ୍ଡା ସେକ, ସ୍ଟ୍ରେଚିଙ୍ଗ (stretching), ସଶକ୍ତିକରଣ (strengthening) ଓ ବ୍ୟାୟାମ[]
Prognosisଉତ୍ତମ[]
ପୁନଃପୌନିକଅପେକ୍ଷାକୃତ ସାଧାରଣ
ମୃତ୍ୟୁ ସାନ୍ଦ୍ରତା~୪%[]
Patient UKଓସଗୁଡ-ସ୍ଲାଟର ଡିଜିଜ (Osgood–Schlatter disease)

ଓସଗୁଡ-ସ୍ଲାଟର ଡିଜିଜ (ଇଂରାଜୀ ଭାଷାରେ Osgood–Schlatter disease ବା OSD, ଅନ୍ୟ ନାମ ଆପୋଫିସାଇଟିସ ଅଫ ଟିବିଆଲ ଟ୍ୟୁବରକ୍ଲ) ରୋଗରେ ଟିବିଆଲ ଟ୍ୟୁବରୋସିଟି (tibial tuberosity) ସ୍ଥାନରେ ସଂଯୁକ୍ତ ହେଉଥିବା ପାଟେଲାର ଲିଗାମେଣ୍ଟର (patellar ligament) ପ୍ରଦାହ (inflammation) ହୁଏ ।[] ଆଣ୍ଠୁ ତଳକୁ ଏକ ଯନ୍ତ୍ରଣା ଦାୟକ ଫୁଲା ବାହାରେ ଯାହା ଆଣ୍ଠୁ (knee) ବ୍ୟବ‌ହାର କଲେ ଅଧିକ ହୁଏ ଓ ବିଶ୍ରାମ ନେଲେ ଉପଶମ ହୁଏ ।[] କିଛି ମାସ ଧରି ସେହି ସ୍ଥାନରେ ବାରମ୍ବାର ଯନ୍ତ୍ରଣା ହୋଇପାରେ ।[] ଏକ ବା ଉଭୟ ଆଣ୍ଠୁରେ ଏହା ଦେଖାଯାଇପାରେ ଓ ସାମୟିକ ପୁନଃପୌନିକ ଆକ୍ରମଣ ହୋଇପାରେ ।[][]

ଦୌଡ଼ ଓ ଡେଇଁବା ଭଳି କ୍ରୀଡ଼ା ଏହାର ମୁଖ୍ୟ ସଙ୍କଟଦାୟକ କାରକ ।[] ଟିବିଆ (tibia) ଅସ୍ଥିର ଗ୍ରୋଥପ୍ଲେଟ (growth plate) ଉପରେ ବାରମ୍ବାର ଟାଣିବା ଚାପ ପଡ଼ିବା ଯୋଗୁ ଏହା ହେଉଥିବା ବିଶ୍ୱାସ କରାଯାଏ ।[] ଲକ୍ଷଣ ଅନୁସାରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[] ପ୍ଲେନ ଏକ୍ସ‌-ରେ (plain X-ray) ଚିତ୍ର ସାଧାରଣ ହୋଇପାରେ ବା ସଂଯୁକ୍ତ ସ୍ଥାନ ବିଖଣ୍ଡିତ ଦେଖାଯାଇପାରେ ।[]

ସମୟକ୍ରମେ ଏହି ରୋଗ ସ୍ୱତଃ ଉପଶମ ହୋଇଯାଏ ।[] ଥଣ୍ଡା ସେକ, ସ୍ଟ୍ରେଚିଙ୍ଗ (stretching), ସଶକ୍ତିକରଣ ବ୍ୟାୟାମ (strengthening) କଲେ ଉପଶମ ହୁଏ ।[] ଆଇବୁପ୍ରୋଫେନ ଭଳିଅଣସ୍ଟିରଏଡ ପ୍ରଦାହ ନିରୋଧୀ ଔଷଧ (NSAIDs) ବ୍ୟବ‌ହାର କରାଯାଇପାରେ ।[] ଅଧିକ ଚାପ ନଥିବା କ୍ରିୟ କରାଯାଇପାରେ ।[]

ଯେ କୌଣସି ସମୟରେ ଜନସଂଖ୍ୟାର ୪% ଲୋକ ଏହି ରୋଗର ଶିକାର ହୁଅନ୍ତି ।[] ପୁରୁଷମାନେ ୧୦ରୁ ୧୫ ବର୍ଷ ବୟସ ମଧ୍ୟରେ ଆକ୍ରାନ୍ତ ହୁଅନ୍ତି ।[] ଶାରୀରିକ ବୃଦ୍ଧି ହାର କମିଗଲେ ଯନ୍ତ୍ରଣା କମିଯାଏ, କିନ୍ତୁ ଫୁଲା ରହିଥାଏ ।[] ରବର୍ଟ ବେଲେ ଓସଗୁଡ (୧୮୭୩-୧୯୫୬) (Bayley Osgood, 1873–1956) ଓ କାର୍ଲ ବି ସ୍ଲାଟର (୧୮୬୪–୧୯୮୩୪) (B. Schlatter, 1864–1934) ଚିକିତ୍ସକ ଦ୍ୱୟ ସ୍ୱତନ୍ତ୍ର ଭାବରେ ଏହି ରୋଗ ବିଷୟରେ ବର୍ଣ୍ଣନା କରିଥିବାରୁ ସେମାନଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ।[][]

  1. 1 2 "Osgood-Schlatter disease". whonamedit (in ଇଂରାଜୀ). Archived from the original on 12 July 2017. Retrieved 4 June 2017.
  2. 1 2 3 4 5 6 7 8 9 10 11 12 13 14 15 16 17 18 19 "Questions and Answers About Knee Problems". www.niams.nih.gov (in ଇଂରାଜୀ). Archived from the original on 13 May 2017. Retrieved 4 June 2017.
  3. 1 2 Ferri, Fred F. (2013). Ferri's Clinical Advisor 2014 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 804. ISBN 0323084311. Archived from the original on 2017-09-10.
  4. 1 2 3 "Osgood-Schlatter Disease (Knee Pain)". orthoinfo.aaos.org. May 2015. Archived from the original on 18 June 2017. Retrieved 3 June 2017.
  5. Nowinski RJ, Mehlman CT (1998). "Hyphenated history: Osgood-Schlatter disease". Am J. Orthopaedic. 27 (8): 584–5. PMID 9732084.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ