ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨

ଉଇକିପିଡ଼ିଆ‌ରୁ
(Odisha Right to Public Services Act, 2012ରୁ ଲେଉଟି ଆସିଛି)
ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨
ନାଗରିକମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକସେବା ସମ୍ବନ୍ଧିତ ଆନୁସଂଗିକ ସେବା ଯୋଗାଇଦେବା ପାଇଁ ଏକ ଆଇନ
ନିୟମାକାରକଓଡ଼ିଶା ବିଧାନ ସଭା
Date enacted01 November, 2012
Date assented to19 October, 2012
ପରିଚାଳିକା ଇତିହାସ
ବିଲଓଡ଼ିଶା ଅଧିନିୟମ ୮/୨୦୧୨
ବିଲ ଟୀକା[୧]

ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ (ଇଂରାଜୀ: The Odisha Right to Public Services Act, 2012) ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନାଗରିକମାନଙ୍କୁ ଲୋକ ସେବା ତଥା ତତ୍‌ସମ୍ବନ୍ଧିତ ଆନୁଷଙ୍ଗିକ ସେବା ଯୋଗାଇଦେବା ନିମିତ୍ତ ଓଡ଼ିଶା ବିଧାନ ସଭାଦ୍ୱାରା ପାରିତ ଏକ ଅଧିନିୟମ ।[୧]

ଇତିହାସ[ସମ୍ପାଦନା]

ମୁଖ୍ୟ ବୈଶିଷ୍ଟ୍ୟ[ସମ୍ପାଦନା]

ଅଧିନିୟମର ଧାରା ୧୦ ଅନୁସାରେ ଏହି ଅଧିନିୟମ ଆଧାରରେ ପ୍ରଦତ୍ତ କୌଣସି ଆଦେଶନାମା ଉପରେ କୌଣସି ନ୍ୟାୟାଳୟ କୌଣସି ମୋକଦ୍ଦମା ବା ଆବେଦନ ଗ୍ରହଣ କରିବେ ନାହିଁ । ଏହାର ଆଦେଶକୁ ନେଇ ଏହି ଅଧିନିୟମ ଅଧୀନରେ ଯାହାକିଛି ଅପିଲ୍‌ ବା ପୁନଃ ନିରିକ୍ଷଣ ଆବେଦନ କରାଯିବ, ମାତ୍ର କୌଣସି ନ୍ୟାୟାଳୟରେ ତାହା ଉପରେ ପ୍ରଶ୍ନ କରାଯିବ ନାହିଁ । ଏହାଛଡା

ଅଧିନିୟମର ଧାରା ୧୨ ଅନୁସାରେ ଏହି ଅଧିନିୟମ ଅନୁସାରେ ପ୍ରସ୍ତୁତ କୌଣସି ନିୟମ ଅନୁଯାୟୀ ସାଧୁ ଉଦ୍ଦେଶ୍ୟରେ କୌଣସି ପଦକ୍ଷେପ ନିଆଯାଇଥିଲେ କିମ୍ବା ନିଆଯିବାକୁ ଅଭିଳାଷ ପୋଷଣ କରାଯାଇଥିଲେ ସେଥିଲାଗି କୌଣସି ବ୍ୟକ୍ତିଙ୍କ ବିରୋଧରେ କୌଣସି ମୋକଦ୍ଦମା, ଅଭିଯୋଜନ କିମ୍ବା ଆଇନଗତ କାର୍ଯ୍ୟବିଧି ଗ୍ରହଣ କରାଯାଇ ପାରିବ ନାହିଁ ।

ମୁଖ୍ୟ ବିଭାଗମାନ[ସମ୍ପାଦନା]

ଧାରା ୩(୧)[ସମ୍ପାଦନା]

ବିଭିନ୍ନ ସମୟରେ ରାଜ୍ୟ ସରକାର କେଉଁ କେଉଁ ସେବାଲାଗି ଏହି ଅଧିନିୟମ ଅଭିପ୍ରେତ ତାହା ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିବେ ଏବଂ ଏହି ସେବା ଯୋଗାଣ ଲାଗି ସମୟସୀମା ମଧ୍ୟ ନିର୍ଦ୍ଧାରଣ କରିବେ ।

ଧାରା ୪[ସମ୍ପାଦନା]

  • ୧) ଏହି ଅଧିନିୟମର ବ୍ୟବସ୍ଥା ଅନୁଯାୟୀ ସେବା ପାଇବାକୁ ଉପଯୁକ୍ତ ଜଣେ ବ୍ୟକ୍ତି ନିଯୁକ୍ତିପାପ୍ତ ଅଧିକାରୀଙ୍କୁ ସେବା ପ୍ରାପ୍ତି ଲାଗି ଆବେଦନ କରିବେ ।
  • ୨) ନିଯୁକ୍ତିପ୍ରାପ୍ତ ଅଧିକାରୀ ଗୋଟିଏ ଆବେଦନ ପାଇବାପରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତାହା ଫଇସଲା କରିବେ ।

କାର୍ଯ୍ୟକାରୀ[ସମ୍ପାଦନା]

ଅଧିନିୟମର ଧାରା ୧୪ ଅନୁଯାୟୀ ଏହି ନିୟମ ଅନ୍ତର୍ଗତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ନିୟମାବଳୀ, ୨୦୧୨ ପ୍ରଣୟନ କରିଛନ୍ତି ।[୨] ଏହି ନିୟମ ପ୍ରକାରେ ପ୍ରଥମ ଦଫାରେ ୩୪ଟି ସେବାକୁ ଏହାର ଅନ୍ତର୍ଭୁକ୍ତ କରାଯାଇଛି ।[୩]

ଆଧାର[ସମ୍ପାଦନା]

  1. "Odisha Right to Public Services Act, 2012". Archived from the original on 3 March 2022. Retrieved 31 October 2015.
  2. "Odisha Right to Public Service Rules, 2012" (PDF). Retrieved 31 October 2015.
  3. "ORTPS Services" (PDF). Retrieved 31 October 2015.